//BREAKING//
Loading...

ଇନ୍ଦ୍ରାବତୀ ର ଉତ୍ପତ୍ତି ସ୍ଥଳ ନିଜପରିଚୟ ଖୋଜୁଛି ।


 

ଜୟପାଟଣା:--- (ତର୍ଜମା ନ୍ୟୁରୋ ନ୍ୟୁଜ ) ଜୟପାଟଣା :-କଳାହାଣ୍ଡି ଜିଲ୍ଲା ର ବୃହତ୍ତମ ଜଳ ବିଦ୍ୟୁତ ପ୍ରକଳ୍ପ ଭାବେ ପରିଚୟ ଦେଇଥିବା ଇନ୍ଦ୍ରାବତୀ ନଦୀର କ୍ଷୁଦ୍ରତମ ଝରଣା ର ତିନୋଟି ଧାର ଏହି ପ୍ରକଳ୍ପ ର ଜନ୍ମ ଦାତ୍ରୀ ଆଜି ନିଜର ପରିଚୟ ପାଇବା କୁ ଅନାଇ ବସିଛି । ବହୁମୁଖୀ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଆଜି ସମଗ୍ର ବିଶ୍ବ ରେ ପରିଚିତ କିନ୍ତୁ ବହୁତ ଦୁଃଖ ର ବିଷୟ ଆଜି ପର୍ଯ୍ୟନ୍ତ ପର୍ଯ୍ୟଟନ ମାନଚିତ୍ରରେ ଇନ୍ଦ୍ରାବତୀ ର ଉତ୍ପତ୍ତି ସ୍ଥଳ ସ୍ଥାନ ପାଇ ନାହିଁ। କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣ ପାହାଡ ଘେରା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳ ର ମରଡି ଗୁଡା ଗାଁ ର ଏକ ଆମ୍ବ ଗଛ ତଳୁ ବାହାରିଥିବା ଝରଣା ର ତିନୋଟି ପବିତ୍ର ଧାରା ଯେ ଦିନେ ଏକ ବିଶ୍ବ ପରିଚିତ ପ୍ରକଳ୍ପ ର ଜନ୍ମ ଦାତ୍ରୀ ହେବ ଓ ଲୋକେ ଉପକୃତ ହେବେ ଭାବିଲେ ଆଶ୍ଚର୍ଯ୍ୟ ହେଲେ ବି ତାହା ଆଜି ବାସ୍ତବ ରୂପ ନେଇଛି ।


 ଏହି ପ୍ରକଳ୍ପ ମାଧ୍ୟମରେ କଳାହାଣ୍ଡି ର ଶହ ଶହ ହେକ୍ଟର ଚାଷଜମି ଜଳସେଚିତ ହୋଇ ଏକ ସବୁଜ ବିପ୍ଲବ ସୃଷ୍ଟି କରି ପାରିଛି ଓ ଜଳ ବିଦ୍ୟୁତ ପ୍ରକଳ୍ପ ରୁ ବିଜୁଳି ଉତ୍ପାଦିତ ହୋଇ ଓଡ଼ିଶା ସମେତ ରାଜ୍ୟ ବାହାରକୁ ମଧ୍ୟ ବିଜୁଳି ଯୋଗାଇ ସରକାର ଙ୍କ ରାଜକୋଷ କୁ କୋଟି କୋଟି ଟଙ୍କା ଯୋଗାଉଛି । କିନ୍ତୁ ପର୍ଯ୍ୟଟନ ମାନଚିତ୍ରରେ ରାଜ୍ୟ ସରକାର ଙ୍କ ଉଦାସୀନ ମନୋଭାବ ଯୋଗୁଁ ଆଜି ଅବହେଳିତ ଅବସ୍ଥାରେ ପଡ଼ିରହିଛି ଇନ୍ଦ୍ରାବତୀ ଉତ୍ପତ୍ତି ସ୍ଥଳ ତେଣୁ ସରକାର ଏହାର ପାରିପାର୍ଶ୍ବିକ ବିକାଶ ପାଇଁ ଗୁରୁତ୍ୱ ଦେବା କୁ ସ୍ଥାନୀୟ ଅଞ୍ଚଳ ବାସୀ ଦାବି କରିଛନ୍ତି। ଏଥି ପ୍ରତି ସରକାର ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ନିଜ ହକ ପାଇଁ ରାଜରାସ୍ତା ରେ ଆନ୍ଦୋଳନ ହେବ ବୋଲି ସୂଚନା ଦେଇଛନ୍ତି ଅଞ୍ଚଳ ବାସୀ ।


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe