ଥୁଆମୂଳରାମପୁର:--( ତର୍ଜମା ନ୍ୟୁଜ ) ଆଦିବାସୀ ଅଧ୍ୟୁଷିତ ଥୁଆମୂଳ-ରାମପୁର ମାଁ ମାଣିକେଶ୍ୱରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଠଦିନ ବ୍ୟାପି ଚାଲିଥିବା ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇ ଯାଇଛି । ଓଡିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ବିଶେଷ ଭାବରେ ଆତ୍ମ ବଳ ପ୍ରଦାନ କରିବା ସହିତ ଏକ ଆତ୍ମ ବିଶ୍ୱାସ ସୃଷ୍ଟି କରିଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସହକାରୀ ଯନ୍ତ୍ରୀ ପି.ଡବ୍ଲୁ.ଡି ,ଭବାନୀପାଟଣା, ସମ୍ମାନୀତ ଅତିଥି ଭାବରେ ଶ୍ରୀ ବନମାଳୀ ପୂଝାରୀ,ଅଗ୍ନିଶମ ଅଧିକାରୀ, ଶ୍ରୀ ସୁନୀଲ ବେହେରା, ସୁଶ୍ରୀ ସଭ୍ୟାରାଣୀ ମାଝୀ,ସମନ୍ବିତ ଶିଶୁ ବିକାଶ ଅଧିକାରୀ, ସୁଶ୍ରୀ ସୁନିତା ମାଝୀ, ପ୍ରମୁଖ ଯୋଗଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅନୁଷ୍ଠାନ ର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା ଙ୍କ ସଭପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ସରୋଜ କୁମାର ପତ୍ତଯୋଶୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ବାବୂ ବାହାନ ବୁଦ୍ଧିଆ, ସଭା ସଞ୍ଚାଳନ କରିଥିଲେ। ଅତିଥି ମାନଙ୍କ ଦ୍ଵାରା ଛାତ୍ରୀ ମାନଙ୍କୁ ପ୍ରତିଭାଗୀ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଶ୍ରୀ ପ୍ରଶାନ୍ତ ମୁଣ୍ଡଛିନା ଧନ୍ୟବାଦ ଅର୍ପଣ କରିଥିଲେ।
Post a Comment