//BREAKING//
Loading...

ଧଳା ଜରି ରୁ ରଙ୍ଗୀନ ! ହିରୋ ସାଇକେଲ ରୁ ଟାଟା ଗାଡି, ବାଇଗଣ ପତ୍ର ରୁ ଭାଙ୍ଗ ! ତଦନ୍ତ ଦାବି


  ଳା ଜରି ରୁ ରଙ୍ଗୀନ ! ହିରୋ ସାଇକେଲ ରୁ ଟାଟା ଗାଡି, ବାଇଗଣ ପତ୍ର ରୁ ଭାଙ୍ଗ ! ତଦନ୍ତ ଦାବି କଳାହାଣ୍ଡି:---- ( ତର୍ଜମା ବ୍ୟୁରୋ ନ୍ୟୁଜ ) ବର୍ତ୍ତମାନ ପରିସ୍ଥିତିରେ ଭାଙ୍ଗ ବା ଗୁଟଖା ର ବହୁଳ ବ୍ୟବହାର ହେଉଥିବା ବେଳେ ସମ୍ପ୍ରତି ସରକାରଙ୍କ ସବୁ କଟକଣା ଫେଲ ମାରିବାରେ ଲାଗିଛି । ଗାଁ ଗହଳି ଠାରୁ ଆରମ୍ଭ କରି ସହର ର ଗଳିକନ୍ଦି ସବୁଠାରେ ଭାଙ୍ଗ ବା ଗୁଟଖାର ବହୁଳ ଆବଶ୍ୟକତା ଦେଖା ଦେଇଛି । ହେଲେ ଦେଶୀ ଭାଙ୍ଗ ର ସବୁଠାରୁ ବେଶୀ ଚାହିଦା ରହିଛି । କଳାହାଣ୍ଡି ଜିଲ୍ଲା ସାରା ଦେଶୀ ଧେଙ୍ଗିଆ ପତ୍ର ସହିତ ଖାଇବା ଚୂନ ତଥା ଇଲାଚି ଲବଙ୍ଗ ପକାଇ ପଥର ଶୀଳ ରେ ବାଟି ପାଳିଶ କରାଯାଇ ଟିଆରି କରାଯାଉଥିବା ଗୁଣ୍ଡି ବା ଭାଙ୍ଗ ଗାଁ ଗହଳିର ପିଲା ଠାରୁ ବୁଢା ମାନଙ୍କର ପ୍ରଥମ ପସନ୍ଦ ହେଉଥିଲା । ସେହି ଗୁଣ୍ଡି ଖାଉଥିବା ଲୋକେ ବଜାର ରୁ ନିଜ ନିଜ ପସନ୍ଦ ମୁତବକ ଧିଙ୍ଗିଆ ପତ୍ର ବା ଭାଙ୍ଗ ପତ୍ର କିଣି ଆଣି ସ୍ବାଦ ଅନୁସାରେ ପଥର ଶୀଳ ରେ ବାଟି ତିଆରୀ କରୁଥିବା ଦେଖା ଯାଉଥିଲା । କ୍ରମଶଃ ସେହି ଭାଙ୍ଗ ର ଚାହିଦା ବଢିବା ସଂଗେ ସଂଗେ କେତେକ ବେପାରୀ ଲୋକ ଲଗାଇ ବହୁଳ ଭାବରେ ତିଆରୀ କରି ଧଳା ଜାରି ପକେଟ ରେ ଭର୍ତ୍ତି କରି ବିଭିନ୍ନ ଖୁଚୁରା ଦୋକାନ ମାଧ୍ୟମରେ ଗ୍ରାହକଙ୍କୁ ଯୋଗାଇବା ଆରମ୍ଭ କରିଥିଲେ । ପ୍ରାୟତଃ ନବେ ଦଶକରୁ ଏଭଳି ବେପାର କଲମପୁର ବ୍ଲକର ଏକ ମଫସଲୀ ଗାଁ ରୁ ଆରମ୍ଭ ହୋଇ ସୀମାନ୍ତ ଆମପାଣି ଗ୍ରାମ ରେ ବହୁଳ ମାତ୍ରାରେ ଶୀଳ ବଟା ଦେଶୀ ଭାଙ୍ଗ ତିଆରି କରାଯାଇ ଦୋକାନ ଗୁଡିକୁ ଯୋଗାଇ ଦିଆଯାଉଥିବା ଦେଖାଯାଉଥିଲା । ୧୯୯୭/୯୮ ମସିହା ବେଳକୁ ଏହି ଦେଶୀ ଭାଙ୍ଗ ଜୁନାଗଡ ସହର ରେ ପଥର ଶୀଳରେ ଲୋକ ଲଗାଇ ସେହି ଦେଶୀ ପଦ୍ଧତି ରେ ତିଆରି କରାଯାଇ ଧଳା ଜରି ରେ ଭର୍ତ୍ତି କରାଯାଇ ସାଇକେଲ ଯୋଗେ ନିଜେ ଦୋକାନ ଦୋକାନ ବୁଲି ଭାଙ୍ଗ ଯୋଗାଉଥିବା ବେଳେ ୨୦୦୫ ମସିହା ବେଳକୁ ଏହା ଧଳା ଜରି ବଦଳରେ ରଙ୍ଗୀନ ମନଲୋଭା ଜରି ରେ ଭର୍ତ୍ତି କରାଯାଇ ଏକ ଟଙ୍କା ପକେଟ ରୁ ଆରମ୍ଭ କରାଯାଇ ଆଜି ପାଞ୍ଚ ଟଙ୍କା ରେ ବିକ୍ରି ହେଉଥିବା ଦେଖା ଯାଉଛି । ବର୍ତ୍ତମାନ ଏହି ଭାଙ୍ଗ ର ସ୍ବାଦ ରେ ସେଥିରେ ପୂର୍ବ ଭଳି ସ୍ବାଦ ରହୁ ନ ଥିବା ସାଧାରଣରେ ଆଲୋଚନା ହେଉଛି । ଏପରିକି ଏହା ଖାଇବା ପରେ ଅନେକେ କେତେକ ମୁଖ ରୋଗ ର ଶିକାର ହେଉଥିବା ମଧ୍ୟ ଆଲୋଚନା ହେଉଛି । 

ପୂର୍ବରୁ ନିଜ ଘରେ ପଥର ଶୀଳ ରେ ବାଟି ତିଆରୀ କରୁଥିବା ବେଳେ କ୍ରମଶଃ ସଂଖ୍ୟା ବାଧ୍ୟ ଶେଷରେ ମେସିନ ଏବଂ ତାପରେ କାରଖାନା ସଦୃଶ୍ୟ ଭାଙ୍ଗ ଉତ୍ପାଦନ କରାଯାଉଥିବା ଦେଖା ଯାଉଛି । ସେଦିନର ସାଇକେଲ ରେ ନିଜେ ଘରେ ଘରେ ଓ ଦୋକାନ ଗୁଡିକୁ ଯୋଗାଣ କରୁଥିବା ବେଳେ କ୍ରମଶଃ ଏବେ ଟ୍ରକ ଯୋଗେ ଭାଙ୍ଗ ଯୋଗାଣ କରାଯାଉଥିବା ବେଳେ ଭାଙ୍ଗ ଉତ୍ପାଦନରୁ ଚାଉଳ,କୁକୁଡ଼ା ଅଣ୍ଡା, କାଠ ପଟା ଉତ୍ପାଦନ ସାଙ୍ଗକୁ ଟାଟା ଗାଡିର ଯୋଗାଣ ଇତ୍ୟାଦି ହେଉଥିବା ଆଲୋଚନା ହେଉଛି । ସମସ୍ତଙ୍କୁ କାବୁ କରିବାର କ୍ଷମତା ଏହି ଭାଙ୍ଗ ରୁ ହିଁ ହେଉଥିବା ବେଳେ ହିରୋ ସାଇକେଲ ରୁ ଟାଟା ଗାଡି ଓ ଶୀଳ ବଟାରୁ ମେସିନ ଯାଏ ଲମ୍ବା ରାସ୍ତା ପଛରେ ସାତ ଦରିଆ ସେପାରି ରୁ ଆମଦାନୀ ହେଉଥିବା ତରଳ ପଦାର୍ଥ ସାଙ୍ଗକୁ ବାଇଗଣ ପତ୍ର, ଧାନ ଭୁଶା ଓ କାଠ ଗୁଣ୍ଡ ରହିଥିବା ସାଧାରଣରେ ଆଲୋଚନା ହେଉଛି । ରେକର୍ଡ ପତ୍ରରେ ସରକାରୀ ରାଜରାସ୍ତା କୁ କାବୁ କରାଯାଇ ନିର୍ମିତ ରାଜକୀୟ ହୋଟେଲ ରେ ରାଜ ନୈତିକ ଛାତ୍ରଛାଯା ତଳେ ରହିଥିବା ବେଳେ ସମସ୍ତଙ୍କୁ ବଶୀଭୂତ କରିବାର କ୍ଷମତା ଥିବା ଆଲୋଚନା ହେଉଛି । 


ହେଲେ ଲୋକଙ୍କ ଦୃଷ୍ଟି ରୁ ଦୂରେଇ ବା ପାଇଁ ସହର ଉପକଣ୍ଠ ରୁ ଆରମ୍ଭ କରି ହାତୀ ନଦୀ କୁଳ ଭଳି ଅନେକ ସ୍ଥାନରେ ଭାଙ୍ଗ ପ୍ୟାକିଂ କରାଯାଉଥିବା ଆଲୋଚନା ହେଉଛି । ସରକାରୀ ନୀତି ନିୟମ ଅନୁସାରେ ତଥ୍ୟ ମିଳୁ ନ ଥିବା ବେଳେ ଜନତାଙ୍କ ସ୍ବର କୁ ମଧ୍ୟ ଛପାଇ ଦେବାର କ୍ଷମତା ପଛ ରେ ଯେ ବାଇଗଣ ପତ୍ର ର ହାତ ରହିଛି ତାହା ଏକ ଉଚ୍ଚ ସ୍ତରୀୟ ନିରପେକ୍ଷ ତଦନ୍ତରୁ ହିଁ ଜଣା ପଡିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ନିଜର ମୁଚୁକୁନ୍ଦୁ ହସ ସାଙ୍ଗକୁ ଆତ୍ମୀୟ କଥାରେ ସମସ୍ତଙ୍କୁ ସନ୍ତୋଷ କରିପାରିବାର ଦକ୍ଷତା ସହିତ ଖବର ପ୍ରସାରଣ ହେଲେ ସମ୍ପୃକ୍ତ ପ୍ରତିନିଧିଙ୍କୁ ସେହି ସଂସ୍ଥା ରୁ ବାହାର କରି ଦେବାର ଦମ୍ଭୋକ୍ତି ରଖୁ ଥିବା କଳାହାଣ୍ଡି ର ତଥା କଥିତ ଏହି ଧିରୁ ଭାଇ ଙ୍କ ଲମ୍ବା ଯାତ୍ରା ସମ୍ପର୍କରେ ଏକ ନିରପେକ୍ଷ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି ।   ବାଇଗଣ ପତ୍ର ରୁ ଭାଙ୍ଗ !

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe