ଭବାନୀପାଟଣା:---( ତର୍ଜମା ବ୍ୟୁରୋନ୍ୟୁଜ) କଳାହାଣ୍ଡିରେ ପହଞ୍ଚିଲା କଂଗ୍ରେସର ଭାରତ ଯୋଡୋ ପଦଯାତ୍ରା । ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କଳାହାଣ୍ଡିରେ ଆସି କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ଯୋଗ ଦେଇଛନ୍ତି । ଏହି ଯାତ୍ରାରେ ନେତୃତ୍ବରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ, ବିଧାୟକ ସନ୍ତୋଷ ସିଂହ ସାଲୁଜା, ଅଧିରାଜ ପାଣିଗ୍ରାହୀ, ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂହ ଭୋଇ, ଯୁବ ନେତା ସାଗର ଚରଣ ଦାସ ଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ନେତୃବୃନ୍ଦ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ପ୍ରଥମେ ଜିଲ୍ଲାର ପ୍ରବେଶ ପଥ କେସିଙ୍ଗା ରେ ଏହି ଭାରତ ଜୋଡ ଯାତ୍ରା ପହଞ୍ଚିବା ପରେ ସେଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଭାବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ପରେ କେସିଙ୍ଗାସହର ରେ ଭାରତ ଜୋଡ ଯାତ୍ରା ପତିକ୍ରମା କରିବା ପରେ ଭବାନୀପାଟଣା ରେ ପହଞ୍ଚିଥିଲା। ସହରର କଲେଜ ଛକରୁ ଏହି ଭାରତ ଯୋଡ ପଦଯାତ୍ରା ଆରମ୍ଭ ହୋଇ ନକଟିଗୁଡା ଛକ ରେ ପହଞ୍ଚିଥିଲା । ଏଥିରେ କଳାହାଣ୍ଡି କଂଗ୍ରେସର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ । ବିପୁଳ ମାତ୍ରାରେ କଂଗ୍ରେସ ଦଳର ସମର୍ଥକ ଏହି ପଦଯାତ୍ରାରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଏହି ପଦଯାତ୍ରା ହୋଇଥିବା ବେଳେ ସମସ୍ତ ରାଜ୍ୟରେ ମଧ୍ୟ ସଂଗଠନ କୁ ତୃଣମୂଳ ସ୍ତରରେ ମଜଭୁତ କରିବା ପାଇଁ ଏହି ପଦଯାତ୍ରା ଆରମ୍ଭ କରିଛି ପ୍ରଦେଶ କଂଗ୍ରେସ ।
ଏହି ପଦଯାତ୍ରା ଅବସରରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "କେନ୍ଦ୍ର ସରକାର କେବଳ ଲୋକଙ୍କୁ ସ୍ବପ୍ନ ଦେଖାଉଛନ୍ତି । ଭାରତବାସୀଙ୍କୁ ଭୂଆଁ ବୁଲାଉଛନ୍ତି । ଅଛା ଦିନ୍ ନାମରେ ଲୋକଙ୍କୁ ଠକୁଛି କେନ୍ଦ୍ର ସରକାର । ଖାଇବା ତେଲ ସହ ଡିଜେଲ ପେଟ୍ରୋଲ ଦର ବର୍ତ୍ତମାନ ଆକାଶ ଛୁଆଁ । ଏପରିକି ପନିପରିବା ସହ ସାମାନ୍ୟ ଲୁଣର ଦର ମଧ୍ୟ ବଢ଼ିବାରେ ଲାଗିଛି । ସାଧାରଣ ଗରିବ ଲୋକେ ବର୍ତ୍ତମାନ ଦରଦାମ ଯୋଗୁଁ ହନ୍ତସନ୍ତ ହେଉଛନ୍ତି । ଯୁବକଙ୍କୁ ଚାକିରି ମିଳୁନାହିଁ । କେନ୍ଦ୍ର ସରକାର ଚାଷୀ ମାରଣା ନୀତି ଅବଲମ୍ବନ କରିଥିବା ବେଳେ ରାଜ୍ୟରେ ଥିବା ବିଜେଡି ସରକାର ମଧ୍ୟ ସମସ୍ତ କ୍ଷେତ୍ରରେ ଫେଲ ମାରିଛି ।
ବର୍ତ୍ତମାନ ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥା ସହ ଶିକ୍ଷାର ବ୍ୟବସ୍ଥା ବିଫଳ ହୋଇଛି । ଯୁବକମାନେ ରାଜ୍ୟରେ ଚାକିରି ନପାଇ ହତାଶ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଚାଷୀ ଆତ୍ମହତ୍ୟା କରୁଛନ୍ତି ଏଭଳି ସମସ୍ତ କ୍ଷେତ୍ରରେ ରାଜ୍ୟ ସରକାର ମଧ୍ୟ ଫେଲ ମାରିଛି ।କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିଫଳତା କୁ ଲୋକଙ୍କ ପାଖରେ ପହଞ୍ଚିଇବା ସହ କଂଗ୍ରେସ ପୂର୍ବଭଳି ଲୋକଙ୍କ ସହ ଯୋଡି ହେବା ପାଇଁ ଏହି ପଦଯାତ୍ରା ହେଉଥିବା ସେ କହିଛନ୍ତି। ସେପଟେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ କଂଗ୍ରେସ ପୁରୁଣା ଇତିହାସ ର ପୁନରାବୃତ୍ତି ହେବାକୁ ଯାଉଛି।
ଆନ୍ଦୋଳନ ର ଇତିହାସ, ବିପ୍ଳବ ର ଇତିହାସ, ଅଜାଦି ଆନ୍ଦୋଳନ ର ଇତିହାସ ର ପୁନରାବୃତ୍ତି ହେବାକୁ ଯାଉଛ।ଦେଶରେ ଚାଲିଥିବା ଗଣତନ୍ତ୍ର ବିରୋଧୀ ଶାସନ କରିଥିବା ବିଜେପି ସରକାର ର ପତନ ହେବାକୁ ଯାଉଛି ଓ ଲୋକେ ଏ ଦିଗରେ ସଚେତନତା ହେବାକୁ ଲାଗିଲେଣି ଆସନ୍ତା ଦିନରେ କଂଗ୍ରେସ ମହା ବିପ୍ଳବ ରେ କଂଗ୍ରେସ ତିଆରି ହେବାକୁ ଯାଉଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ।
Post a Comment