//BREAKING//
Loading...

କଳାହାଣ୍ଡି ଜିଲ୍ଲାରେ ୭୪ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହ ରେ ପାଳିତ ।


 

ଭବାନୀପାଟଣା:---( ତର୍ଜମା ନ୍ୟୁଜ ) ସମଗ୍ର କଳାହାଣ୍ଡି ଜିଲ୍ଲାରେ ୭୪ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହ ରେ ପାଳିତ ହୋଇ ଯାଇଛି ।ଏହି ପବିତ୍ର ଦିବସ ପାଳନ ଅବସରରେ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି ।ଦେଶରେ ଗଣତନ୍ତ୍ର ର ସୁରକ୍ଷା ଓ ସାଧାରଣ ଲୋକଙ୍କ ମୌଳିକ ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା ସହ ବିଶ୍ୱର ଶ୍ରେଷ୍ଠ ଗଣତନ୍ତ୍ର ରାଷ୍ଟ୍ର ଭାରତକୁ ବିଶ୍ୱର ସବୁଠୁ ଶ୍ରେଷ୍ଠ ରାଷ୍ଟ୍ର ଭାବେ ପରିଚିତ କରିବା ପାଇଁ ସଂକଳ୍ପ ନେବା ଓ ଉତ୍ତର ପିଢ଼ି ଙ୍କୁ ପ୍ରେରଣା ଦେବା ସକାଶେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲାସ୍ତରୀୟ ପ୍ୟାରେଡ଼  ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ମହାଉଲ୍ଲାସ ରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ମୁଖ୍ୟଅତିଥି ରୂପେ ଯୋଗ ଦେଇ ସକାଳ ଘ ୮.୩୦ ମି ସମୟରେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ସମବେତ ପ୍ୟାରେଡ ର ଅଭିବାଦନ ଗ୍ରହଣ କରି ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ପ୍ରାତଃ ଘ ୫.୦୦ମି ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଦ୍ଵାରା ରାମଧୂନ୍ ପରିବେଷଣ ,ସକାଳ ୭.୦୦ ଘ ସମୟରେ ସହର ର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଙ୍କ ଠାରେ ପୁଷ୍ପମାଲ୍ୟ ଅର୍ପଣ,ସକାଳ ୭.୩୦ ମି ସମୟରେ ସହର ର ସମସ୍ତ ସରକାରୀ ଓ ବେସକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ମୂଖ୍ୟଅତିଥୀ ନିଜ ବକ୍ତବ୍ୟରେ ଦେଶ ତଥା ଆମ ରାଜ୍ୟର ବିକାଶର ଅଗ୍ରଗତି ସହିତ ତାଳ ଦେଇ କଳାହାଣ୍ଡି ଜିଲ୍ଲା ର ସ୍ବାସ୍ଥ୍ୟ,କୃଷି,ଗମନାଗମନ,ଜଳସେଚନ, ବିଦ୍ୟୁତ ଭିତ୍ତିଭୂମିର ବିକାଶ ଏବଂ ଲୋକଙ୍କ ଜୀବନ ମାନଦଣ୍ଡ ର ଅଗ୍ରଗତି ସମ୍ପର୍କରେ କହିଥିଲେ ଏବଂ ସମସ୍ତେ ନିଜ ନିଜ କ୍ଷେତ୍ରରେ ସଠିକ୍ ଦାୟିତ୍ଵ ତୁଲାଇବାକୁ ଆହ୍ଵାନ କରିଥିଲେ।ପତାକା ମଞ୍ଚରେ ମୂଖ୍ୟ ଅତିଥୀ ଙ୍କ ସହ ଜିଲ୍ଲାପାଳ ପି, ଅନ୍ୱେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଉପସ୍ଥିତ ଥିଲେ ।


ପ୍ୟାରେଡ ପଡ଼ିଆ ରେ ମୋଟ ୩୪ ଟି ଶିକ୍ଷାନୁଷ୍ଠନ ଓ ପୋଲିସ ପ୍ଲାଟୁନ୍ ସହ ଶାରୀରିକ କ୍ରୀଡା କୌଶଳରେ ୩ ଟି ଶିକ୍ଷାନୁଷ୍ଠାନ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଙ୍କଠାରୁ ପ୍ୟାରେଡ ପ୍ରତିଯୋଗିତା ର ବିଜୟୀ ଦଳ ରନିଂ ସିଲ୍ଡ ଓ କପ୍ ଗ୍ରହଣ କରିଥିଲେ। ସିନିଅର ଏନ୍ ସି ସି ରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ (ଆର୍ମି ୱିଂ ), ଜୁନିଅର ଏନ୍ ସି ସି ରେ ବ୍ରଜ ମୋହନ ଉଚ୍ଚ ବିଦ୍ୟାଳୟ , ସ୍କାଉଟ ରେ ସିଟିଯେନ୍ ମୋଡେଲ ଇଂଲିଶ ସ୍କୁଲ, ଗାଇଡ ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଜୁନିଅର ରେଡକ୍ରସ ରେ ସିଟିଜନ୍ ମୋଡେଲ ଇଂଲିଶ ସ୍କୁଲ, ସିନିୟର୍ ସିଭିଲିଏନ୍ ରେ ସତ୍ୟ ସାଇ ବିଦ୍ୟା ମନ୍ଦିର,ଜୁନିଅର ସିଭିଲିଏନ୍ ରେ ବିମଳା କନଭେଣ୍ଟ ସ୍କୁଲ, ବେଷ୍ଟ ସିନିୟର୍ କମାଣ୍ଡର ରେ ପ୍ରଗତି କଲେଜ (ନାଭାଲ ୱିଂ), ବେଷ୍ଟ ଲିଟିଲ୍ କମାଣ୍ଡର ଟାଉନ ହାଇସ୍କୁଲ ଏବଂ ମାସଡ୍ରିଲ ରେ ଶାସ୍ତ୍ରୀଜୀ ଶିକ୍ଷାନିକେତନ ପ୍ରଥମ, ସରସ୍ଵତୀ ବିଦ୍ୟା ମନ୍ଦିର ଦ୍ଵିତୀୟ ଏବଂ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ତୃତୀୟ ପୁରସ୍କାର ଲାଭ କରିଥିଲେ।ଗତ ୨୦୨୨ ମସିହା ଫେବୃଆରୀ ୫ ତାରିଖ ରେ ଲ୍ୟାଣ୍ଡମାଇନ୍ ବିସ୍ପୋରଣ ରେ ପ୍ରାଣ ହରାଇଥିବା ସାମ୍ବାଦିକ ସ୍ବର୍ଗତ ରୋହିତ ବିଶ୍ଵାଳ ଙ୍କୁ ମରୋଣତ୍ତର ସମ୍ମାନ ଉପଲକ୍ଷେ ମାନପତ୍ର ଓ ଉତ୍ତରୀୟକୁ ତାଙ୍କ ଧର୍ମପତ୍ନୀ ମାଧବୀ ବିଶ୍ବାଳଙ୍କୁ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ।


ପ୍ୟାରେଡ ପଡିଆ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ,ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷ ଶ୍ରୀମତୀ ସଂଯୁକ୍ତା ବେହେରା,ପୂର୍ବତନ ବିଧାୟକ ଶ୍ରୀ ଅନାମ ନାଏକ ଓ ଶ୍ରୀ ଦୁଷ୍ମନ୍ତ ନାଏକ, ଜନ ପ୍ରତିନିଧି,ସରକାରୀ ଅଧିକାରୀ ଉପସ୍ଥିତ ଥିଲେ। ପ୍ୟାରେଡ ବିଚାରକ ଭାବେ ଶ୍ରୀ ଅଜୟ ମିଶ୍ର,ଶ୍ରୀ ଦୁର୍ଗା ଚରଣ ମିଶ୍ର ଏବଂ କର୍ଣ୍ଣେଲ ବିଶ୍ୱଜିତ୍ ଦାସ ଉପସ୍ଥିତ ଥିଲେ।ପଡିଆ କାର୍ଯ୍ୟକ୍ରମ ପରେ ମୂଖ୍ୟ ଅତିଥୀ ଜୟ ପ୍ରକାଶ ନାରାୟଣ ସେବା ଅନୁଷ୍ଠାନ ଓ ସେବା ଅନୁଷ୍ଠାନ ତରଫରୁ ଡାକ୍ତରଖାନାର ଶିଶୁ ୱାର୍ଡ ଓ ଜେନେରାଲ ୱାର୍ଡ ରେ ଫଳ ଓ ମିଷ୍ଟାନ୍ନ ବଣ୍ଟନ ସହ ଡାକ୍ତରଖାନା ପରିସରରେ ଏକ ସ୍ବାସ୍ଥ୍ୟ ଥିଏଟର ର ଉଦ୍ଘାଟନ କରିଥିଲେ।ଏହାପରେ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ ପଟେଲ ଏବଂ ସୁବ୍ରତ ନାୟକ , ଡି ଆଇ ପି ଆର୍ ଓ ପ୍ରମୁଖ ମହାବୀର ସାଂସ୍କୃତିକ ଅନୁଷ୍ଠାନ , ରୋଟାରୀ କ୍ଲବ,ଯୋଗାଣ ବିଭାଗ, ଆର୍ ଡବ୍ଲୁ ଏସ୍ ଏସ ଦ୍ଵାରା ପ୍ରଦତ୍ତ ମିଷ୍ଟାନ୍ନ ଓ ଫଳ ରେଡକ୍ରସ ଦିବ୍ୟାଙ୍ଗ ବିଦ୍ୟାଳୟ,ଶିଶୁ ଭାରତୀ ଅନଥାଶ୍ରମ ,ଜିଲ୍ଲା କାରାଗାର,ପ୍ରଜ୍ୟବେକ୍ଷଣ ଗୃହ ର ଅନ୍ତେବାସୀ ମାନଙ୍କୁ ବଣ୍ଟନ କରିଥିଲେ।


ବ୍ରଜ ମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ ଅବସ୍ଥିତ ସେଣ୍ଟିନାରୀ ହଲ ରେ ସାଂସ୍କୃତିକ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ , ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ ଏବଂ ଅଧ୍ୟକ୍ଷ, ପୌରପରିଷଦ ଶ୍ରୀମତୀ ସଂଯୁକ୍ତା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଗତ ୧୯.୧.୨୦୨୩ ରିଖ ରେ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନଂକ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ପ୍ରବନ୍ଧ, ରଚନା, ସଙ୍ଗୀତ,ଚିତ୍ରାଙ୍କନ, କୁଇଜ୍ ରେ ଉତିର୍ଣ୍ଣ ପ୍ରତିଯୋଗୀ ଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ ।ଝୋଟି ଏବଂ ସୁନ୍ଦର ଶିଶୁ ସ୍ୱାସ୍ଥ୍ୟ ର ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।


ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରମ୍ବିକ ସଙ୍ଗୀତ,ଓଡ଼ିଶୀ ନୃତ୍ୟ ଓ ଅନ୍ୟାନ୍ୟ ଦେଶାତ୍ମବୋଧକ ନୃତ୍ୟ ସରସ୍ଵତୀ ବିଦ୍ୟା ମନ୍ଦିର,କଳାହାଣ୍ଡି କଳା କେନ୍ଦ୍ର,ଉଦୟ ଗ୍ରୁପ, ଏନ୍ ଏସ୍ ଡାନ୍ସ ଗ୍ରୁପ, ଜେ କେ ଡ଼ାନ୍ସ ,ଅରବିନ୍ଦ କଳା ବିକାଶ କେନ୍ଦ୍ର, ବିକାଶ ସ୍କୁଲ, ଟ୍ରାଈବାଲ ଡ଼ାନ୍ସ , ନଟରାଜ ସାଂସ୍କୃତିକ ପରିଷଦ ଭାଗ ନେଇ ନିଜର କଳା ପ୍ରଦର୍ଶନ କରିଥିଲେ। ଏହି ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମଞ୍ଚ ସଂଚାଲନ ଡ ଉମେଶ ଚନ୍ଦ୍ର ଶତପଥୀ କରିଥିଲେ।ପ୍ୟାରେଡ ପଡ଼ିଆରେ ବହୁ ସଂଖ୍ୟା ରେ ଜନସାଧାରଣ,ବିଭାଗୀୟ ଅଧିକାରୀ, ପୂର୍ବତନ ବିଧାୟକ,ଜନ ପ୍ରତିନିଧି,ଶିକ୍ଷାନୁଷ୍ଠାନ କର୍ମକର୍ତ୍ତା, ସ୍କୁଲ କଲେଜ ଛାତ୍ର ଛାତ୍ରୀ,ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।ପ୍ୟାରେଡ ପଡିଆ ଓ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଡି ଆଇ ପି ଆର୍ ଓ ମନୋଜ ବେହେରା ପରିଚାଳନା କରିଥିଲେ । ପ୍ୟାରେଡ ପଡ଼ିଆରେ କାର୍ଯ୍ୟକ୍ରମ କୁ ହେମନ୍ତ ମୁଣ୍ଡ ସଞ୍ଚାଳନ କରିଥିବା ବେଳେ ଏନ୍ ସି ସି ଅଧିକାରୀ ରବି କାନୁନଗୋ, ଶିକ୍ଷକ ଶୁଭେନ୍ଦୁ ଶେଖର ବେହେରା, ପି ଇ ଶିକ୍ଷକ ସଞ୍ଜୟ ମିଶ୍ର ଏବଂ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ର କର୍ମଚାରୀ ସହଯୋଗ କରିଥିଲେ ।


କେସିଙ୍ଗା ସ୍ଥିତ ଖେଳ ପଡିଆ ରେ ଜାତୀୟ ପତାକା ଉତ୍ତୋଳନ ସମୟରେ ତାହା ଓଲଟା ଲାଗିଥିବା ଦେଖିବାକୁ ମିଳିଥିଲା ତେବେ କେସିଙ୍ଗା ଥାନା ଅଧିକାରୀ ଶ୍ରୀ ତୁରନ୍ତ ଜାତୀୟ ପତାକା କୁ ସମ୍ମାନର ସହ ଠିକ କରିବା ପରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିବା ଜଣାପଡିଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe