ଭୁବନେଶ୍ୱର :----(ତର୍ଜମା ନ୍ୟୁରୋ ନ୍ୟୁଜ ) ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ1 ନବ କିଶୋର ଦାସ ବ୍ରଜରାଜନଗର ସ୍ଥିତ ଗାନ୍ଧୀ ଛକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଯାଇଥିବା ସମୟରେ ଦୁର୍ବୁତ୍ତ ଗୁଳିମାଡ କରିଥିବା ସୂଚନା ମିଳିଛି l ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି l ତାଙ୍କ ଛାତିରେ ଗୁଳିମାଡ ହୋଇଥିବା ସୂଚନା ମିଳିଛି l କିଏ ଓ କାହିଁକି ଗୁଳିମାଡ କରିଛି ଏ ନେଇ ପୋଲିସ ପକ୍ଷରୁ ଉଚ୍ଚ ସ୍ତରୀୟ ଅନୁସନ୍ଧାନ ଜାରି ରହିଛି l
ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀ ଙ୍କ ଉପରକୁ କୌଣସି କାର୍ଯ୍ୟକ୍ରମ ରେ ଗୁଳି ମାଡ଼ ଘଟଣା ପୋଲିସ ର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଯଦି ରାଜ୍ୟରେ କ୍ୟାବିନେଟ ମନ୍ତ୍ରୀ ସୁରକ୍ଷିତ ନାହାନ୍ତି ତେବେ ସଧାରଣ ଲୋକଙ୍କ ଅବସ୍ଥା କିପରି ଥିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।ଶେଷ ଖବର ଲେଖା ହେବା ପର୍ଯ୍ୟନ୍ତ ସୂଚନା ଅନୁଯାୟୀ, ପୋଲିସ ଏ ଏସ ଆଇ ଗୋପାଳ ଦାସ ନିଜ ସର୍ଭିସ ରିଭଲଭର ରୁ ଅତି ନିକଟରୁ ଗୁଳିମାଡ଼ କରିଥିବା ସ୍ଥାନୀୟ ପୋଲିସ ପ୍ରକାଶ କରିଛି । କେତେ ରାଉଣ୍ଡ ଗୁଳି ଚାଲିଛି ତା ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଗୁରୁତର ଅବସ୍ଥାରେ ଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କୁ ଏଆର ଏମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରୁଥିବା ଜଣା ପଡ଼ିଛି ।
Post a Comment