ଭୁବନେଶ୍ୱର :----(ତର୍ଜମା ନ୍ୟୁରୋ ନ୍ୟୁଜ ) ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ1 ନବ କିଶୋର ଦାସ ବ୍ରଜରାଜନଗର ସ୍ଥିତ ଗାନ୍ଧୀ ଛକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଯାଇଥିବା ସମୟରେ ଦୁର୍ବୁତ୍ତ ଗୁଳିମାଡ କରିଥିବା ସୂଚନା ମିଳିଛି l ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି l ତାଙ୍କ ଛାତିରେ ଗୁଳିମାଡ ହୋଇଥିବା ସୂଚନା ମିଳିଛି l ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀ ଙ୍କ ଉପରକୁ କୌଣସି କାର୍ଯ୍ୟକ୍ରମ ରେ ଗୁଳି ମାଡ଼ ଘଟଣା ପୋଲିସ ର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସ ଏ ଏସ ଆଇ ଗୋପାଳକୃଷ୍ଣ ଦାସ ନିଜ ସର୍ଭିସ ରିଭଲଭର ରୁ ଅତି ନିକଟରୁ ଗୁଳିମାଡ଼ କରିଥିବା ସ୍ଥାନୀୟ ପୋଲିସ ପ୍ରକାଶ କରିଛି । କେତେ ରାଉଣ୍ଡ ଗୁଳି ଚାଲିଛି ତା ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଗୁରୁତର ଅବସ୍ଥାରେ ଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କୁ ଏଆର ଏମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଆପୋଲୋ କୁ ସ୍ଥାନାନ୍ତର କରିଥିବା ଜଣା ପଡ଼ିଛି ।ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଡାକ୍ତରୀ ଦଳ ନବ ଦାସ ଙ୍କ ଅପରେସନ କରିଥିବା ଜଣାପଡିଛି । ତେବେ ଚିକିତ୍ସାଧୀନ ଅବସ୍ଥା ରେ ନବ ଦାସ ଙ୍କ ପରଲୋକ ଘଟିଛି ବୋଲି ଜଣାପଡିଛି ଏହି ଜଘନ୍ୟ ଘଟଣା କୁ ସମଗ୍ର ରାଜ୍ୟରେ ତୀବ୍ର ନିନ୍ଦା କରାଯାଉଛି ଏବଂ ରାଜ୍ୟର ଗୁରୁତର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଘଟଣା କୁ ନେଇ ଓଡିଶା ରାଜନୀତି କୁ ଦୋହଲେଇ ଦେଇଥିବା ଜଣା ପଡ଼ିଛି ।ରାଜ୍ୟ ସରକାର ଆଜି ଠାରୁ ତିନି ଦିନ ଧରି ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଶୋକ ପାଳନ କରିବା ପାଇଁ ଘୋଷଣା କରିଛନ୍ତି ।
ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କ ପରଲୋକ
By: Tarzama News
0



Post a Comment