ଭବାନୀପାଟନା:--( ତର୍ଜମା ନ୍ୟୁଜ ) ମୃତ୍ତିକା ସଂରକ୍ଷଣ ବିଭାଗ ରେ ପୁଣି ଏକ ଲାଞ୍ଚୁଆ ଓଭରସିଅର ଟ୩୫,୦୦୦/--ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ବିଭାଗ ଦ୍ଵାରା ଧରା ପଡିଥିବା ଜଣାପଡିଛି ।ରାଜ୍ୟ ଭିଜିଲାନ୍ସ ନିର୍ଦେଶକ ଙ୍କ ଏକ ପ୍ରେସ ବିବୃତି ଅନୁଯାୟୀ, ମୃତିକା ସଂରକ୍ଷଣ ଓଭରସିଅର ଧନୁର୍ଯ୍ୟୟ ଧୋବା ମନରେଗା କାର୍ଯ୍ୟର ବକେୟା ବିଲ ଓ ବକେୟା ରାଶି ଅନୁମୋଦିତ କରିବା ନିମନ୍ତେ ଥୁଆମୂଳ ରାମପୁର ର ଅଜୟ କୁମାର ମାଝୀ ଙ୍କ ଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେବା ସମୟ ରେ କୋରାପୁଟ ଭିଜିଲାନ୍ସ ଦ୍ବାରା ଧରା ପଡ଼ିଥିଲେ । ଭିଜିଲାନ୍ସ ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିବା ସହିତ ତାଙ୍କ ବିରୁଦ୍ଧରେ ଆୟ ବହିର୍ଭୁତ ସମ୍ପତି ନେଈ ଏକ ମାମଲା ରୁଜୁ କରିଛି ।
ଏହି ଚଢାଉ ରେ ଭବାନୀପାଟନ ଓ ନୂଆପଡ଼ା ଭିଜିଲାନ୍ସ ଡି. ଏସ.ପି, ସଦାନନ ପାଣି ଓ ଡି.ସ.ପି ଦିନବନ୍ଧୁ ବେହେରା , ଇନ୍ସପେକଟର ପ୍ରମିଳା ସୁନାନୀ ,ଆଲୋକ ମହାପାତ୍ର ,ଷ୍ଟେନୋ ସନ୍ତୋଷ ମହାନ୍ତି ,ରାଜେଶ ନାୟକ,ଶରତ ବେହେରା ସେହି ଆଧାର ରେ ଭବାନୀପାଟନା ସ୍ଥିତ ଦେବାନ ସାହେବ ପଡା ର ଭଡା ଘର , ରାୟଗଡା ଜିଲ୍ଲା ର ଶିରିଗୁଡା ସ୍ଥିତ ପୈତୃକ ଘରେ ଏକ କାଳୀନ ଚଢାଉ ଚଳାଇଥିବା ଜଣାପଡିଛି ଏବଂ ଏହି ଘଟଣା ରେ ସମ୍ପୃକ୍ତ ଓଭରସିଅର ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରାଜ୍ୟ ଭିଜିଲାନ୍ସ ନିର୍ଦେଶକ ଏକ ପ୍ରେସ ବିବୃତ୍ତି ରେ ପ୍ରକାଶ କରିଛନ୍ତି ।ତେବେ କଳାହାଣ୍ଡି ଜିଲ୍ଲାରେ ବ୍ୟାପକ ଦୁର୍ନୀତି ଓ ହରିଲୁଟ ଘଟଣା ଘଟୁଥିବା ଓ ବିଶେଷ କରି ମୃତ୍ତିକା ସଂରକ୍ଷଣ ବିଭାଗରେ ଅଳ୍ପ ଦିନ ଭିତରେ ଦୁଇ ଥର ବଡ଼ ଧରଣର ଭିଜିଲାନ୍ସ ଚଢ଼ାଉ ହେବା ଘଟଣା ଜିଲ୍ଲା ର ବିକାଶ ପାଇଁ ଆସୁଥିବା ସରକାରୀ ଯୋଜନା ଅର୍ଥ ଏବଂ ସହାୟତା କିପରି ଲୁଟ ପାଟ ଚାଲିଛି ତାହା ସହଜେ ଅନୁମେୟ ।
Post a Comment