//BREAKING//
Loading...

ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର : ହତ୍ୟା ସନ୍ଦେହ !!


 

ବିଶ୍ୱନାଥ ପୁର:---( ତର୍ଜମା ନ୍ୟୁଜ )  କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ଦିନ କୁ ଦିନ କିଛି ନା କିଛି ଘଟଣା ଘଟୁଥିବା ବେଲେ ପୁଣି ଏକ ଯୁବକର ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।ମିଳିଥିବା ସୂଚନା ଅନୁଯାୟୀ ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ଥାନା ଅନ୍ତର୍ଗତ ପୋଖରୀବନ୍ଧ ସାହୁ କ୍ରସର ନିକଟରେ ଜନୈକ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି ବିଶ୍ଵନାଥପୁର ପୁଲିସ ! ମୃତ ଯୁବକ ଜଣକ ନୂତନ ବାତେଲିମା ଗାଁର ମକୁନ୍ଦ ମାଝୀ ବୋଲି ଜଣା ପଡିଛି ।ପ୍ରାପ୍ତ ସୂଚନା ଅନୁଯାୟୀ, ମୁକୁନ୍ଦ ପୋଖରୀବନ୍ଦ ସ୍ଥିତ ସାହୁ କ୍ରସରରେ ନିୟୋଜିତ ଏକ ହାଇୱା ଗାଡ଼ିର ଡ୍ରାଇଭର ଥିଲେ । ତାଙ୍କ ମ୍ରୁତଦେହ ସନ୍ଦେହଜନକ ଅବସ୍ଥାରେ ଥିବାରୁ ମକୁନ୍ଦଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବା ଲୋକେ ଆଲୋଚନା ହେଉଛି ।


 ବିଶ୍ୱନାଥପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ! ଘଟଣା ସ୍ଥଳକୁ ସାଇଣ୍ଟେଫିଜ ଟିମ ପହଂଚି ଘଟଣା ର ତଦନ୍ତ କରିଥିବା ବେଲେ. ମୁକୁନ୍ଦ କଣ ପାଇଁ ମଲା. ସେ ଆତ୍ମହତ୍ୟା କରିଛି କି କିଏ ତାକୁ ହତ୍ୟା କରି ଗଛରେ ଟାଙ୍ଗୀ ଦେଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ. ହେଲେ ବର୍ତ୍ତମାନ ଶବ ବ୍ୟବଛେଦ ପରେ ମୃତୁ ଦେହ କୁ ବିଶ୍ୱନାଥ ପୁର ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ପାରିପାର୍ଶ୍ବିକ ପରିସ୍ଥିତି ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡିବ ବୋଲି ପୋଲିସ ସୂତ୍ର ରୁ ପ୍ରକାଶ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe