//BREAKING//
Loading...

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ।


 

ଭବାନୀପାଟଣା:---( ତର୍ଜମା ନ୍ୟୁଜ )  କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା ବିଭାଗ ଆୟେ।ଜନ କ୍ରମେ ବୁଧବାର ଜିଲ୍ଲା ସ୍ତରୀୟ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୩ ଟି ବ୍ଳକ ର ବିଭିନ୍ନ ବିଦ୍ୟାଳୟର ବାଳକ ବାଳିକା ବିଭାଗ ରୁ ଆସିଥିବା ଥିବା ୧୪ ବର୍ଷ ଓ ୧୭ ବର୍ଷ ର ଛାତ୍ର ଛାତ୍ରୀ ଭାଗନେଇଥିଲେ। ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଷଷ୍ଠି ଝାଙ୍କର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଯୋଗୀତା ର ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ସମ୍ମାନିତ ଅତିଥି ଭାବରେ ବୋର୍ଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନିଶଙ୍କ ତିଲଯୋଡି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଜୟ ନନ୍ଦ ହୋତା,ଟାଉନ ହାଇସ୍କୁଲ ପ୍ରଧାନ ଶିକ୍ଷକ ଗୋରେଖ ସାହୁ , ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ପାଢ଼ୀ ,ଆଇ.ପି.ଇ ମହେନ୍ଦ୍ର କୁମାର ପଣ୍ଡା ଯୋଗ ଦେଇଥିବାବେଳେ ସନ୍ତୋଷ କୁମାର ପାଣିଗ୍ରାହୀ ମଂଚ ପରିଚାଳନା ଓ ଧନ୍ୟବାଦ ଦେଇଥିଲେ।


ଏହି କାର୍ଯ୍ୟକ୍ରମ ରେ ନମିତା ରଣା ,ଅଶ୍ଵିନ ପ୍ରଧାନ,ରୁପସିଂ ରାଉତ, କୃପାସିନ୍ଧୁ ପଟେଲ,ସଂଜୟ ମିଶ୍ର,ମୁରଲି ଦିପ,ସୁନିତା ସିଂ, ଧରିତ୍ରୀ ବିଷୋୟୀ ଓ ତୁମେଶ୍ବର ଶବର ସହୋଯୋଗ କରିଥିଲେ। ପ୍ରତି ଯୋଗୀତ ରେ ଉତିର୍ଣ୍ଣ ହୋଇଥିବା ୧୬ ଜଣ ଛାତ୍ର ଛାତ୍ରୀ ଆଗାମୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଭାଗନେବେ ବୋଲି ଆଇ.ପି.ଇ ଶ୍ରୀ ପଣ୍ଡା ଙ୍କ ଠାରୁ ସୁଚନା ମିଳିଛି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe