କଳାହାଣ୍ଡି ଜିଲ୍ଲା ର ଥୁଆମୂଲ୍ ରାମପୁର ବ୍ଲକ୍ ଅଧିନସ୍ଥ ତଳନାଗୀ ଗ୍ରାମ ପଞ୍ଚାୟତ ର ପୁରୁଣାପଦର ଗ୍ରାମ ଉପାନ୍ତ ବହୁଳ ଆଦିବାସୀ ଅଞ୍ଚଳ । ନବବରଙ୍ଗ ପୁର ସୀମା କୁ ଲାଗି ପାହାଡ ଘେରା ରେ ଏହି ଗାଆଁ ଟି ରହିଅଛି। ବିଗତ ଦିନ ରୁ ବିଜୁଳି ( ବିଦ୍ୟୁତ୍) ସମସ୍ୟା ଘେର ରେ ପୁରୁଣା ପଦର ଥିବାରୁ ଅନ୍ଧାର ଆଲୋକ ରେ ଜୀବନ କାଟି ଆସୁଥିଲେ ଗ୍ରାମବାସୀ। ଗ୍ରାମ ବାସୀ ଙ୍କ ସୁଖ,ଦୁଃଖ ରେ ସାହାଯ୍ୟ ହେବା ପାଇଁ ଆମେ ଗତ ତା 16/12/2022 ରେ ତର୍ଜମା ନ୍ୟୁଜ ରେ ଖବର ପ୍ରସାରଣ କରିଥିଲୁ ।
ଏହାର ପ୍ରଭାବ ରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଜୁଳି ସଂଗୋଗ କରିପୁରୁଣା ପଦର ଗ୍ରାମ ରେ ବିଜୁଳି ସମସ୍ୟା ଦୂର ପାଇଁ ଟ୍ରାସ୍ଫର୍ମର, ବିଦ୍ୟୁତ୍ ମିଟର, ବଲ୍ ଆସି ଲଗାଇ ଥିଲେ। ପୁରୁଣା ପଦର ଗ୍ରାମ ଅନ୍ଧାର ରୁ ଆଲୋକିତ ହୋଇଥିବାରୁ ଗ୍ରାମ ବାସୀ ବହୁତ୍ ଖୁସି ଅନୁଭାବ ସହ ଆମ ତର୍ଜମା ନ୍ୟୁଜ ଓ ତାଙ୍କ ପ୍ରତିନିଧି ଙ୍କୁ ଫୁରୁଣାପଦର ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି। ଏଠି ଦେଖିବାକୁ ବାକି ରହିଲା ରାସ୍ତା ଓ ପିଇବା ପାଣି ର ବ୍ୟବସ୍ତା କେବେ ହେବ ।




Post a Comment