ମୁଖୀଗୁଡା:---( ତର୍ଜମା ନ୍ୟୁଜ ) କଳାହାଣ୍ଡି ଜିଲ୍ଲା ମୂଖିଗୁଡା ଗ୍ରାମ ର ହାଇସ୍କୁଲ୍ ପଡିଆ ରେ ଆଗକୁ ହେବାର ଥିବା ଏକ କ୍ରିକେଟ୍ ଟୁର୍ନାମେଣ୍ଟ ମ୍ୟାଚ୍ ପାଇଁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସର ରେ କ୍ରିକେଟ୍ ମ୍ୟାଚ୍ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକ ରେ ସଭାପତି:-ବିକାଶ ପଣ୍ଡା ,କୋଷାଧ୍ୟକ୍ଷ:- ବନ ମାଳି ମାଝୀ, ସମ୍ପାଦକ:- ସତ୍ୟ ପ୍ରଧାନ ଥାଇ ଆଗାମି ଦିନରେ କ୍ରିକେଟ୍ ମ୍ୟାଚ୍ କିପରି ଶାନ୍ତି ଶ୍ରୁଖଲା ସହିତ ହେବ ଓ ଏହା ପ୍ରାୟ ଦଶ ବର୍ଷ ପରେ ଏହି ମ୍ୟାଚ୍ ମୂଖିଗୁଡା ହାଇସ୍କୁଲ ପଡ଼ିଆ ଠାରେ ଡିୟୁଜ ବଳ ର କ୍ରିକେଟ୍ ଟୁର୍ନାମେଣ୍ଟ ହେବକୁ ଯାଉଛି ।ଏହି ମ୍ୟାଚ୍ ରେ 8 ଗୋଟି ଜିଲ୍ଲା ର ଟିମ କୁ ଡ଼ାକି ଖେଳ ହେବ। ୱିନର କ୍ରିକେଟ୍ ଟିମ କୁ 50,000 ଟଙ୍କା ରନର କ୍ରିକେଟ୍ ଟିମକୁ 30,000 ଟଙ୍କା ଦେବ କୁ ଚୟନ କରାଯାଇଛି । କ୍ରିକେଟ୍ ଟୁର୍ନାମେଣ୍ଟ ମ୍ୟାଚ୍ ଆଗକୁ କିପରି ଭାବରେ ଶାନ୍ତି ଶ୍ରୁଖଳା ହେବ ଲୋକମାନେ ମ୍ୟାଚ୍ ଗୁଡିକ ଦେଖିବେ ତାହା କୁ ନେଇ ଆଲୋଚନା ହୋଇଥିଲା ।ଏହି ବୈଠକ ରେ ସନ୍ତୋଷ ମହାଳିକ,କେଶବ ନାଏକ ,ମୁନୁ ପଣ୍ଡା ,ରୁନ ଚିନ୍ଦା,ପପୁନ ପଣ୍ଡା, ସୁନୀଲ ରାମ, ମହମ୍ମଦ ରହିମ୍ ମହମ୍ମଦ ରାଇସ୍, ଟୁକୁନା,ଅରୁଣ ସାହୁ , ଆମଜାଦ ଖାଁନ ,ଅମର ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।
Post a Comment