ମୁଖୀଗୁଡା:---( ତର୍ଜମା ନ୍ୟୁଜ ) କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡ଼ା ଜଗନ୍ନାଥ ମନ୍ଦିର କଲ୍ୟାଣୀ ମଣ୍ଡପ ଠାରେ ଏଫ୍ ଏଲ୍ ସି ଭବାନୀପାଟଣା ଆର୍ .ବି .ଓ ର ଶ୍ରୀସୁଶାନ୍ତ କୁମାର କର ଓ ଜୟପାଟଣା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବଜାର ବ୍ରାଞ୍ଚ ର ବ୍ରାଞ୍ଚ ମ୍ୟାନେଜର ଶ୍ରୀ ଶିବବ୍ରତ ମହାଳିକ ଙ୍କ ତତ୍ୱାବଧାନ ରେ ଆର୍ଥିକ ସାକ୍ଷରତା ସଚେତନା ଶିବିର ଆୟୋଜନ ହୋଇ1ଯାଇଛି। ଏହି ଶିବିର ର ମୁଖ୍ୟ ମୂଳ କାରଣ ହେଲା କେନ୍ଦ୍ର ସରକାର ବ୍ୟାଙ୍କ ମାନଙ୍କ ରେ ଯୋଗାଇ ଦେଉଥିବା ବିଭିନ୍ନ ବୀମା ଯୋଜନା ଯଥା ପ୍ରଧାମନ୍ତ୍ରୀ ଜନଧନ ଯୋଜନା ପାସ ବୁକ୍, ପ୍ରଧାମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ,ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅଟଲ ପେନସନ ବୀମା ଯୋଜନା ରୁ ସମସ୍ତ ଲୋକମାନେ କିପରି କରିପାରିବେ ଓ ଏହି ସବୁ ଯୋଜନାରୁ କେଉଁ ସବୁ ସୁବିଧା ସୁଯୋଗ ପାଇବେ ତାହାକୁ ନେଇ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ( ଏସ୍. ଏସ୍ .ଜି) ଓ ଗ୍ରାହକ ସେବକେନ୍ଦ୍ର (ସି.ଏସ.ପି )ମାନଙ୍କୁ ନେଇ ଆଲୋଚନା କରିବା ସହ ବିଭିନ୍ନ ବୀମା ଯୋଜନା ବିଷୟ ରେ ଅବଗତ କରାଇ ଥିଲେ।
ଯେପରି କି ପି .ଏମ୍ .ଏସ .ବି ୱାଇ:-ଏହି ବୀମା ଯୋଜନା 18 ରୁ 70 ବର୍ଷ ବୟସର ଲୋକଙ୍କ ପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ ସହିତ ଉପଲବ୍ଧ, ଆକାଉଣ୍ଟରୁ ବାର୍ଷିକ 20 କଟାଯିବ ଯାହା ଆକସ୍ମିକ ମୃତ୍ୟୁ ଏବଂ ପୂର୍ଣ୍ଣ ଅକ୍ଷମତା ପାଇଁ 2 ଲକ୍ଷ ଟଙ୍କା ଏବଂ ଆଂଶିକ ଅକ୍ଷମତା ପାଇଁ 1 ଲକ୍ଷ ବୀମା ପାଇପାରିବେ ଓ ପି .ଏମ୍ .ଜେ .ଜେ .ବି .ୱେଇ:- ବୀମା ଯୋଜନା 18 ରୁ 50 ବର୍ଷ ବୟସର ଲୋକଙ୍କ ପାଇଁ 436 ଟଙ୍କା ବାର୍ଷିକ ଦେୟ ଦେଇ ଉପଲବ୍ଧ ଅଛି । ଏହି ବୀମା ଯୋଜନା ଅନ୍ତର୍ଗତ ବ୍ୟକ୍ତି କୌଣସି କାରଣରୁ ବୀମାଭୁକ୍ତ ବ୍ୟକ୍ତିଙ୍କ ମୃତ୍ୟୁ କ୍ଷେତ୍ରରେ 2 ଲକ୍ଷ ଟଙ୍କା ପାଇପାରିବେ। ସେହିପରି ଅନ୍ୟ ଏକ ପେନସନ ଯୋଜନା ଏ .ପି .ୱାଇ:-60ବର୍ଷ ବୟସ ପରେ ମାସିକ ଟ. 1000, ଟ. 2000, ଟ. 3000, ଟ. 4000 ଏବଂ ଟ. 5000ର ଭାରତ ସରକାରଙ୍କ ଦାରା ଗ୍ୟାରେଣ୍ଟି ଦିଆଯାଇଥିବା ସର୍ବନିମ୍ନ ମାସିକ ପେନସନ ଗ୍ରାହକ ଭାରତର ଜଣେ ନାଗରିକ ହୋଇଥିବା ଉଚିତ । ଗ୍ରାହକଙ୍କ ବୟସ 18 - 40 ବର୍ଷ ମଧ୍ଯରେ ହୋଇଥିବା ଉଚିତ
କୌଣସି ବ୍ୟାଙ୍କ ଶାଖା/ ପୋଷ୍ଟ ଅଫିସ ମାଧ୍ଯମରେ ଗ୍ରାହକ କରିପାରିବେ । ଏହି ସବୁ ସୁବିଧା ର ସୁଯୋଗ କିପରି ପାଇବେ ତା ସମସ୍ତ ଙ୍କୁ ଜଣା ଯାଇଥିଲା। ଏଥିରେ ମୁଖିଗୁଡ଼ା ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ( ଏସ୍. ଏସ୍ .ଜି) ର ଶ୍ରୀମତୀ ରଞ୍ଜିତା ମହାଳିକ,କସ୍ତୁରୀ ପରିଡ଼ା,ବାସନ୍ତୀ ସାହୁ, ସଂଯୁକ୍ତ ମହିନି, ସସ୍ମିତା ମହାକୁଣ୍ଡ, ତପସ୍ମିନୀ ବେହେରା, ଶାନ୍ତି ଲତା ପଣ୍ଡା, ମୀନ ନାଗ,ସବିତା ସାହୁ,ମନୋରମା ମହିନୀ ସମସ୍ତ ସଦସ୍ୟ ଓ ଜୟପାଟଣା ଏସ୍ ବି ଆଇ ବଜାର ବ୍ରାଞ୍ଚ ଗ୍ରାହକ ସେବକେନ୍ଦ୍ର (ସି.ଏସ.ପି ) ଅରୁଣ କୁମାର ସାହୁ,ସୁବ୍ରତ ରଂଜନ ସିଂ, ବନପ୍ରୀୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Post a Comment