//BREAKING//
Loading...

କଳାହାଣ୍ଡି ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ: ଅର୍ଦ୍ଧାଧିକ ଡାକ୍ତର ଓ କର୍ମଚାରୀ ଅଭାବ ।

 


ଭବାନୀପାଟଣା:---( ତର୍ଜମା ନ୍ୟୁଜ ) କଥାରେ ଅଛି ଚେଇଁ ଶୋଇ ଥିବ ଯିଏ ତାକୁ ଉଠେଇବ କିଏ" । କଳାହାଣ୍ଡି ଜିଲ୍ଲା ବାସୀ ଦୀର୍ଘ କୋଡିଏ ବର୍ଷ ଧରି  ଜିଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା  ସୁଧାରିବା, ଆବଶ୍ୟକ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ପଦବୀ ପୂରଣ, ଓ ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାର ସମସ୍ତଙ୍କ  ପାଇଁ ଉନ୍ନତ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଦାବି କରୁଥଲେ ମଧ୍ୟ ରାଜ୍ୟ ସରକାର କେବଳ ଜିଲ୍ଲା ବାସୀ ଙ୍କୁ ଭୁଆଁ ବୁଲେଇ ଚାଲିଥିବା ଭଳି ଜଣା ପଡୁଛି । ରାଜ୍ୟ ସରକାର  ଏ ସମସ୍ୟା କୁ ଗୁରୁତର ଭାବେ ଗ୍ରହଣ କରିବା ପରିବର୍ତେ କୁମ୍ଭକର୍ଣ୍ଣ ନିଦ୍ରା ରେ ଥିବା ଭଳି ଜଣା ପଡୁଛି ।ଦିନକୁ ଦିନ  ଏ ସମସ୍ୟା ବୃଦ୍ଧି ପାଉଥିବା ଓ ରୋଗୀ ବୁର୍ଲା, କଟକ, ବିଶାଖାପାଟଣା ଭଳି ଅନ୍ୟ ରାଜ୍ୟ କୁ ଚିକିତ୍ସା ପାଇଁ ଯାଇ ଶୋଷଣ ର ଶିକାର ହେଉଥିବା ନିତି ଦିନିଆ ଘଟଣା ହୋଇ ପଡିଛି ।କଳାହାଣ୍ଡି ଜିଲ୍ଲାରେ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ତଥ୍ୟ ଅନୁଯାୟୀ ଜଣା ପଡ଼ିଛି ।


କଳାହାଣ୍ଡି ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗୁଁ ଲଗାତାର ଭାବେ ଲୋକେ ଉତ୍ତମ ସେବା ପାଇବାରୁ ବଞ୍ଚିତ ହେଉଥିବା ବେଳେ ରାଜ୍ୟ ସରକାର  କେବଳ ଭିତ୍ତିଭୂମି ରେ ଉନ୍ନତି ହେବ ବୋଲି କେବଳ ଆଶ୍ୱାସନା ଦେବା ଜିଲ୍ଲା ବାସୀ ଙ୍କ ପାଇଁ ମୁଖ୍ୟ ସମସ୍ୟା ସୃଷ୍ଟି କରିଛି ।  ସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ପାଇଁ ୪୦୪ ଡାକ୍ତର ଆବଶ୍ୟକ ଥିବା ସତ୍ତ୍ବେ ୧୬୬ ଟି ପୂରଣ ହେଇଛି ଏବଂ ୨୩୮ ଟି ଡାକ୍ତର ପଦବୀ ଖାଲି ପଡ଼ିଛି । ଆୟୁଷ ଡାକ୍ତର ୫୫ ଟି ଆବଶ୍ୟକ ସତ୍ତ୍ବେ ୨୬ ଟି ପୂରଣ ଓ ୨୯ ଟି ଆୟୁଷ ଡାକ୍ତର ପଦବୀ ଖାଲି ପଡ଼ିଛି। ଷ୍ଟାଫ୍ ନର୍ସ ୨୫୩ ରୁ ୧୬୦ ଟି ପୂରଣ ହେଇଛି ଓ ୯୩ ପଦବୀ ଖାଲି ପଡ଼ିଛି ।  ବିଶେଷଜ୍ଞ ଡାକ୍ତର ୧୦୭  ରୁ ମାତ୍ର ୩୭ ଟି ପୂରଣ ଓ ୭୦ ଟି ଖାଲି ପଡ଼ିଛି । ଜିଲ୍ଳା ରେ ୧୦୮ ଆମ୍ବୁଲାନ୍ସ ୨୧ ଟି ଏବଂ ୧୦୨ ଆମ୍ବୁଲାନ୍ସ ରୁ ୧୭ ଟି ରହିଛି । ବର୍ତ୍ତମାନ ଭବାନୀପାଟଣା ସହରାଞ୍ଚଳ ପି ଏଚ ସି କୁ ଛାଡି ଦେଲେ କେସିଙ୍ଗା ଓ ଜୁନାଗଡ଼ ରେ ସହରାଞ୍ଚଳ  ପି.ଏଚ୍.ସି ର ସ୍ଥାପନ ପାଇଁ କାମ ଆରମ୍ଭ ହୋଇଛି । ସେହି ଭଳି ବାଇକ୍ ଆମ୍ବୁଲାନ୍ସ ରେ ଥିଆମୂଲ୍ ରାମପୁର, ଲାଞ୍ଜିଗଡ଼ ଓ ଏମ୍ ରାମପୁର ର ୩୩୩୪ ଜଣ ହିତାଧକାରୀ ଲାଭ ପାଇ ଥିବା ଜଣାପଡିଛି । 


 ବ୍ଲକ୍ ର ବିଭିନ୍ନ ପି ଏଚ୍ ସି ରେ ଡାକ୍ତର ଓ ଟେକ୍ନିସିଆନ ଅଭାବରେ ଉତ୍ତର ରେ ସି ଡ଼ି ଏମ୍ ଓ ବର୍ତ୍ତମାନ ସରକାରଙ୍କ ଦ୍ଵାରା ଖୁବ୍ ଶୀଘ୍ର ଡାକ୍ତର ପଦବୀ ପୂରଣ କରାଯିବ ବୋଲି ସୂଚନା ଦେଇଛନ୍ତି । ତେବେ ଜିଲ୍ଲା ବାସୀ ଙ୍କ ଦୀର୍ଘ ବର୍ଷ ଧରି ଦାବି ହେଉଥିବା ଏକ ମେଡିକାଲ କଲେଜ ସ୍ଥାପନ କରିବା ପାଇଁ ରାଜ୍ୟ ସରକାର ବାରମ୍ବାର ଜିଲ୍ଲା ବାସୀ ଙ୍କୁ ଭୁଆଁ ବୁଲାଉଥିବା ଯୋଗୁଁ ଦିନ କୁ ଦିନ ଅଧିକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି ।ମେଡିକାଲ କଲେଜ ନାଁ ରେ ସାଧାରଣ ଜନତା ଙ୍କ ଦାବି  ପରେ ସର୍ଦାର ରାଜା ମେଡିକାଲ କଲେଜ ସ୍ଥାପନ ସ୍ୱପ୍ନ ରେ ରହିଯିବା ଓ ଏହି ବେସରକାରୀ କମ୍ପାନୀ ରାଜ୍ୟ ସରକାର ଓ କଳାହାଣ୍ଡି ବାସୀ ଙ୍କ ସ୍ବପ୍ନ କୁ ଧୂଳିସାତ କରିଥିବା ବେଳେ ଏକ ସରକାରୀ ମେଡିକାଲ କଲେଜ  ବହୁରାଷ୍ଟ୍ରୀୟ କମ୍ପାନୀ ବେଦାନ୍ତ ସହାୟତା ରେ ଆଗେଇ ଚାଲିଛି ଓ ଏହା ଆସନ୍ତା ବର୍ଷ କାର୍ଯ୍ୟକ୍ଷମ ହେବ ବୋଲି  ସରକାର ବିଭିନ୍ନ ସମୟରେ ସୂଚନା ଦେଉଛନ୍ତି ।ତେବେ  ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ  ବ୍ୟବସ୍ଥା ସହିତ ସମ୍ପୂର୍ଣ ଭିତ୍ତିଭୂମି ଅଭାବ  ଥିବା କଳାହାଣ୍ଡି ଜିଲ୍ଲାରେ ରାଜ୍ୟ ସରକାର କେତେ ଶୀଘ୍ର ଆବଶ୍ୟକ ପଦବୀ ପୂରଣ ସହ ସରକାରୀ ମେଡିକାଲ କଲେଜ କୁ କାର୍ଯ୍ୟକ୍ଷମ କରୁଛନ୍ତି ନାଁ ଆହୁରି ଅନେକ ବର୍ଷ ଜିଲ୍ଲା ବାସୀଙ୍କୁ ଅପେକ୍ଷା କରିବାକୁ ପଡିବ କି ସରଜାରୀ ଧୂଆଁ ବାଣ ର ଶିକାର ହେବାକୁ ପଡ଼ିବ ଦେଖିବାକୁ ବାକି ରହିଲା ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe