//BREAKING//
Loading...

ମ. ରାମପୁର ଗ୍ରାମ ପଂଚାୟତ ରେ ମିଳୁନି ତଥ୍ୟ ସୂଚନା ଅଧିକାର ଆଇନ କାହା ପାଇଁ !!!



 ମ ରାମପୁର:--( ତର୍ଜମା ନ୍ୟୁଜ ) ସୂଚନା ଅଧିକାର ଆଇନ ବଳରେ ସୂଚନା ମାଗିବାର ୩୦ଦିନ ମଧ୍ୟରେ ସୂଚନା ପ୍ରଦାନ କରିବାର ନିୟମ ରହିଛି ହେଲେ ସରକାରୀ ଅଧିକାରୀ ମାନେ ସୂଚନା ଅଧିକାର ଆଇନ କୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି ।ଏଭଳି କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ର ମ. ରାମପୁର ଗ୍ରାମ ପଂଚାୟତ ରୁ ଆସିଛି l ଅଭିଯୋଗ ମତେ ମ. ରାମପୁର ଗ୍ରାମ ର ୧୭ନଂ ୱାର୍ଡ ସଭ୍ୟା ଶ୍ରୀମତୀ ସଂଯୁକ୍ତା ପୁରୋହିତ ଗତ ବର୍ଷ ତା ୩୦-୧୧-୨୨ରିଖ ଦିନ ମ ରାମପୁର ଗ୍ରାମ ପଂଚାୟତ ର ଆର୍ଥିକ ବର୍ଷ ୨୦୨୨/୨୩ବର୍ଷ ରେ ମ. ରାମପୁର ଗ୍ରାମ ପଂଚାୟତ କୁ ଏସ ଏଫ ସି ଓ ଗ୍ରାମପଂଚାୟତ ଫଣ୍ଡ କୁ କେତେ ଟଙ୍କା ଆସିଛି କେତେ ଟଙ୍କା ଖର୍ଚ୍ଚ ହୋଇଛି ତାର ଏଷ୍ଟିମେଣ୍ଟ କପି, ରେଜୁଲେସନ କପି, କାର୍ଯ୍ୟ ବିବରଣୀ, କେସ ଏମାଉଣ୍ଟର ସମ୍ପୂର୍ଣ ବିବରଣୀ ସୂଚନା ଅଧିକାର ଆଇନ ୨୦୦୫ବଳରେ ମାଗିଥିଲେ କିନ୍ତୁ ୩୦ ଦିନ ମଧ୍ୟରେ ତଥ୍ୟ ନ ମିଳିବାରୁ ବ୍ଲକ ଲୋକସୂଚନା ଅଧିକାରୀ ଙ୍କ ଠାରେ ଗତ ମାସତା ୩-୧-୨୩ରିଖ ଦିନ ପ୍ରଥମ ଅପିଲ କରିଥିଲେ କିନ୍ତୁ ଅଧ୍ୟାବଧି ଅପିଲ ର ୧ମାସ ୬ଦିନ ବିତିଯାଇଥିଲେ ମଧ୍ୟ ଦାୟିତ୍ୱ ରେ ଥିବା ଅଧିକାରୀ ଜଣକ ନିୟମ କୁ ଉଲଂଘନ କରୁଛନ୍ତି । 


ଫଳରେ ସୂଚନା ଅଧିକାର ଆଇନ ବାଟବଣା ହୋଇଥିବା ବେଳେ ସୂଚନା ଅଧିକାର ଆଇନ କାହାପାଇଁ ବୋଲି ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି l।ଜଣେ ୱାର୍ଡ ସଭ୍ୟା ହୋଇ ନିଜ ପଂଚାୟତ ର ସୂଚନା ମାଗିଥିବାରୁ କେତେ ସ୍ୱଚ୍ଛ ଓ ନିର୍ମଳ ଗ୍ରାମ ପଂଚାୟତ ହୋଇଥିବ ବୋଲିଜନ ସାଧାରଣ ରେ ଚର୍ଚ୍ଚା ହୋଉଛି l


  

ମ,ରାମପୁର ରୁ ସଂଯୁକ୍ତା ପୁରୋହିତ ଙ୍କ ରିପୋର୍ଟ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe