କେତେ ଅସଲି କେତେ ନକଲି ନା ଅପମିଶ୍ରିତ କଳାହାଣ୍ଡି ଜିଲ୍ଲାରେ ମିଳୁଥିବା ମିଠା ସାମଗ୍ରୀ ? ସନ୍ଦେହ ଘେରରେ ବଡ଼ ବଡ଼ ମିଠା ଦୋକାନୀ ବ୍ୟବସାୟୀ ।
କଳାହାଣ୍ଡି ଜିଲ୍ଲାର ବଡ଼ ବଡ଼ ମିଠା ଦୋକାନ ର ଶୋ-କେଶ ଭିତରେ ଆକର୍ଷଣୀୟ ଭାବରେ ବିକ୍ରୟ ପାଇଁ ସଜା ଯାଇଥିବା ମିଠା ସାମଗ୍ରୀ କେତେ ଅସଲି କେତେ ନକଲି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
କଳାହାଣ୍ଡି ଜିଲ୍ଲାର ସମସ୍ତ ଛୋଟ ବଡ଼ ସହରରେ ସମ୍ପ୍ରତି ବଡ଼ ବଡ଼ ମିଠା ଦୋକାନ ମାନଙ୍କରେ ଆକର୍ଷଣୀୟ ସାଜଶଯ୍ୟା ସହ ଭଳିକି ଭଳି ଓ ବିଭିନ୍ନ ପ୍ରକାରର ମିଠା ବିକ୍ରୟ ଦୋକାନ ଛତୁ ଫୁଟିଲା ପରି ଖୋଲିବା ସହ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି । ଏହି ବଡ଼ ବଡ଼ ମିଠା ଦୋକାନ ମାନଙ୍କ ରେ ଅନେକ ନୁଆଁ ନୁଆଁ ପ୍ରକାରର ମିଠାମିଳୁଛି । ତେବେ ସାଧାରଣତଃ ମିଠା ଖୁଆ ଓ ଛେନା ରୁ ପ୍ରସ୍ତୁତ ହୋଇ ଥାଏ ।ଜିଲ୍ଲା ଯାକ ଛତୁ ଫୁଟିଲା ଭଳି ମିଠା ଦୋକାନ ରେ ମିଳୁଥିବା ବିଭିନ୍ନ ପ୍ରକାର ର ମିଠା ବାସ୍ତବରେ ଖୁଆ, ଛେନା ରୁ ପ୍ରସ୍ତୁତ ନା ଭେଜାଲ, ନକଲି ନା କୌଣସି ଅପମିଶ୍ରିତ ସାମଗ୍ରୀର ମିଶ୍ରଣ ରେ ପ୍ରସ୍ତୁତ କରାଯାଉଛି ତାର ମାନ ନିର୍ଧାରଣ ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ଅଧୀନରେ ଫୁଡ଼ ଇନିସ୍ପେକ୍ଟର ନିଯୁକ୍ତି କରିଛନ୍ତି ଯିଏ ଖାଦ୍ୟ ର ମାନ ନିର୍ଧାରଣ କରିବା ସହ ବ୍ୟବସାୟିକ ଭିତ୍ତିରେ ତାହା ବିକ୍ରୟ ଯୋଗ୍ୟ ନା ନୁହଁ ନିର୍ଦ୍ଧାରଣ କରିବେ ।ତେବେ ପ୍ରଶ୍ନ ଉଠେ ଯେତେ ପରିମାଣ ର ଦୈନିକ ମିଠା ପ୍ରସ୍ତୁତ ହୋଇ ବଜାରକୁ ବିକ୍ରି କରିବା ପାଇଁ ଆସୁଛି ତାହା ସୁଦ୍ଧ ଖୁଆ ଓ ଛେନା ରେ ପ୍ରସ୍ତୁତ ନା ଭେଜାଲ ? ଯଦି ସୁଦ୍ଧ ଖୁଆ ଓ ଛେନା ରେ ପ୍ରସ୍ତୁତ ହେଉଛି ତେବେ ସେତେ ପରିମାଣ ର ଖୁଆ ଛେନା ଆମ ଜିଲ୍ଲା ରେ ପ୍ରସ୍ତୁତ ହଉଛି ତ ? ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣ ରେ ଗୋପାଲନ ସହ ପର୍ଯ୍ୟାପ୍ତ ଆବଶ୍ୟକ ଖୁଆ ଓ ଛେନା ମିଳୁଛିତ ନା କୌଣସି ଅପମିଶ୍ରଣ ଜରିଆରେ ନିମ୍ନ ମାନର ମିଠା ସାଧାରଣ ଲୋକଙ୍କୁ ବିକ୍ରୟ କରା ଯାଉଛି ଏହାର ଉତ୍ତର କାହା ପାଖରେ ନାହିଁ । ଗ୍ରାମାଞ୍ଚଳ ମାନଙ୍କରେ ସୋସାଇଟି ଜରିଆରେ ଗାଈ କ୍ଷୀର ଜିଲ୍ଲାର ବିଭିନ୍ନ କୋଣ ରୁ ଓମ୍ଫେଡ଼ ନେଇ ପ୍ୟାକେଟ କ୍ଷୀର, ଓ କ୍ଷୀର ରୁ ପ୍ରସ୍ତୁତ ମିଠା ସାମଗ୍ରୀ ନିଜ କାଉଣ୍ଟର ଜରିଆରେ ବିକ୍ରି କରୁଛନ୍ତି ତେବେ ଓମ୍ଫେଡ଼ ଦ୍ୱାରା ଯେତେ ପ୍ରସ୍ତୁତ ହଉଛି ତାର ଶହେ ଗୁଣ ରୁ ଅଧିକ ମିଠା ସାମଗ୍ରୀ ପ୍ରସ୍ତୁତ ହୋଇ ସହରାଞ୍ଚଳ ର ମିଠା ଦୋକାନ ରେ ଉପଲବ୍ଧ ହେଉଛି ।ଆଶ୍ଚର୍ଯ୍ୟ ର ବିଷୟ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ,ସରକାର କିମ୍ବା ସାଧାରଣ ଲୋକ ଆଜି ଯାଏଁ କୌଣସି ସନ୍ଦେହ କିମ୍ବା ପ୍ରଶ୍ନ କରି ନାହାନ୍ତି ।ସମ୍ପ୍ରତି ସମଗ୍ର ଦେଶରେ ନିମ୍ନ ମାନର ମିଠା ଓ ଭେଜାଲ ମିଠା, ଅପମିଶ୍ରିତ ମିଠା ବ୍ୟାପକ ବଜାର କବଜା କରି ସାରିଛି ।ଏଥିସହ ଦୈନନ୍ଦିନ ଖାଦ୍ୟ ପ୍ରସ୍ତୁତ ପାଇଁ ଆବଶ୍ୟକ ମସଲା, ଓ ଅନେକ ସାମଗ୍ରୀ ଭେଜାଲ ଓ ଅପମିଶ୍ରିତ ହୋଇ ବଜାର ମାନଙ୍କରେ ଖୋଲାଖୋଲି ଭାବେ ବିକ୍ରି ହେଉଥିବା ସାଧାରଣ ଖାଉଟି ଅନୁଭବ କରୁଛନ୍ତି ।କିନ୍ତୁ ଅପମିଶ୍ରିତ ମିଠା, ଓ ଅନ୍ୟାନ୍ୟ ଅପମିଶ୍ରିତ ଖାଦ୍ୟ ସାମଗ୍ରୀର ଅପମିଶ୍ରଣ କୁ ନେଇ ପ୍ରଶାସନ ଚେଇଛି ନା ଶୋଇଛି ବୋଲି ବିଭିନ୍ନ ମହଲରୁ ପ୍ରଶ୍ନ ହେଉଛି । ଜିଲାର ମିଠା ଦୋକାନ ମାନଙ୍କରେ ମିଠା ପ୍ରସ୍ତୁତ ପାଇଁ ଆବଶ୍ୟକ ବିପୁଳ ପରିମାଣର ଖୁଆ, ଛେନା କୋଉଠୁ ଆସୁଛି ନା ଜିଲ୍ଲା ବାହାରୁ ନକଲି ଖୁଆ, ଛେନା ଆଣି ମିଠା ପ୍ରସ୍ତୁତ କରି ସାଧାରଣ ଲୋକଙ୍କୁ ମିଠା ବଦଳରେ ଅପମିଶ୍ରିତ ସାମଗ୍ରୀ ଅବାଧରେ ବିକ୍ରୀ ଚାଲିଛି ତାର ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଙ୍କ ଜରିଆରେ ତଦନ୍ତ ର ଆବଶ୍ୟକ ଜାରୁରୀ ହୋଇ ପଡିଛି ।ଅସାଧୁ ବ୍ୟବସାୟୀ ମାନେ ବ୍ୟାପକ ଅପମିଶ୍ରିତ ମିଠା ସାମଗ୍ରୀ ପ୍ରସ୍ତୁତ ରେ ପର୍ଯ୍ୟାପ୍ତ ପରିମାଣ ର ଖୁଆ ଓ ଛେନା ବ୍ୟବହାର କରୁଛନ୍ତି ନା ଶୁଦ୍ଧ ଖୁଆ ଓ ଛେନା ରେ ପ୍ରସ୍ତୁତ ମିଠା ବିକ୍ରୟ କରୁଛନ୍ତି ତାର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଭେଜାଲ ମିଠା ବେପାରୀ ଙ୍କ ଅସଲି ଚେହେରା ସାମ୍ନା କୁ ଆସିବା ସହ ଅନେକ ଙ୍କ ଗୁମର ଖୋଲିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।
ମହମ୍ମଦ ଅଲ୍ଲୀ,
ବରିଷ୍ଠ ସାମ୍ବାଦିକ ।



Post a Comment