ଆମପାଣି:----( ତର୍ଜମା ନ୍ୟୁଜ ) ଦିନକୁ ଦିନ ଗ୍ରାମାଞ୍ଚଳ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଧମକ ଦେବା ମାରଣାନ୍ତକ ଆକ୍ରମଣ କରିବା ଘଟଣା ବୃଦ୍ଧି ପାଇବାରେ ଲାଗିଥିବା ବେଳେ କଳାହାଣ୍ଡି ଜିଲ୍ଲା ମଧ୍ୟ ବାଦ ପଡ଼ିନାହିଁ ।ବିଭିନ୍ନ ସମୟରେ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଘଟଣା ଯୋଗୁଁ ଯୁବ ସାମ୍ବାଦିକ ମାନେ ନିର୍ଭୀକ ଭାବରେ ନିଜ କର୍ତବ୍ୟ ସମ୍ପାଦନ କରିପାରୁ ନଥିବା ଓ ଚାପ ଗ୍ରସ୍ତ ହୋଇ ପଡ଼ିଥିବା ଜଣା ପଡ଼ିଛି ।
ଏହିପରି ଏକ ଘଟଣା କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ବରାଡଙ୍ଗା ପଞ୍ଚାୟତ ଜନଶୁଣାଣୀ କାର୍ଯ୍ୟକ୍ରମ ଖବର ସଂଗ୍ରହ କରି ଯାଇଥିବା ଦୈନିକ ସମାଜ ପ୍ରତିନିଧି କିଷାନ ପଟ୍ଟନାୟକ ଙ୍କୁ ବରାଡଙ୍ଗା ପଞ୍ଚାୟତ ନିର୍ବାହୀ ଅଧିକାରୀ ଶତିସ କୁମାର ରଥ, ମାତାଲ ଅବସ୍ଥା ରେ ଥାଇ ଅସଭ୍ୟ ଭାଷାରେ ଗାଲିଗୁଲଜ୍ କରି ମୋବଇଲ୍ ଛଡାଇ ଭାଙ୍ଗି ଦେବା ସହ ଜୀବନରେ ମାରିଦେବି ବୋଲି ଆକ୍ରମଣ କରିଥିବା ଘଟଣା ଜଣା ପଡ଼ିଛି । ସାମ୍ବଦିକ ଜଣକ ଏ ଘଟଣା ସମ୍ପର୍କରେ ଆମପାଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଦୁଇ ଦିନ ବିତି ଯାଇ ଥିଲେ ମଧ୍ୟ କୋଣସି ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ କଳାହାଣ୍ଡି ସାମ୍ବାଦିକ ସଙ୍ଘ ଜିଲ୍ଲା ସଭାପତି ସଭାପତି ମହମ୍ମଦ ଅଲ୍ଲୀ ଙ୍କ ନେତୃତ୍ୱ ରେ ଓଡିଶା ରାଜ୍ୟ ସାମ୍ବାଦିକ ସଂଘ ଉପ ସଭାପତି ଦୁଷ୍ମନ୍ତ କୁମର ପଣ୍ଡା,ଜିଲ୍ଲା ସାଧାରଣ ସମ୍ପାଦକ ଜଗମୋହନ୍ ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଚକ୍ର ବେଶ୍ରା, ରଗୁମନି ପୁଝାରି, ଜଗଦୀଶ ନାଏକ,ରଜନୀ କାନ୍ତ ଛତ୍ରିଆ,ହର୍ସବର୍ଧନ୍ ପାଣିଗ୍ରାହୀ,ପରମା ନନ୍ଦ,ବାସୁଦେବ,ଜୟରାମ,ଦମ୍ରୁଦୁର୍ଗ,ତ୍ରିଲୋକ୍ୟ ବେସ୍ରା,ହରିହର ଛତ୍ରିଅ,ବିଜୟ ପଣ୍ଡା ପ୍ରମୁଖ ଆମପାନି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ଙ୍କ ଜରିଆରେ ରାଜ୍ୟ ପୋଲିସ ଡି ଜି, ଡି ଆଇ ଜି, ଜିଲ୍ଲା ଏସପି, ଓ ଏସଡ଼ିପିଓ ଧର୍ମଗଡ଼ ଙ୍କୁ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
ସାମ୍ବାଦିକ ଙ୍କୁ ଆକ୍ରମଣ କରିଥିବା ମଦ୍ୟପ ନିର୍ବାହୀ ଅଧିକାରୀ ଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜଣାଇଥିଲେ । ଅଭିଯୁକ୍ତ କୁ ଗିରଫ କରି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ କଳାହାଣ୍ଡି ସାମ୍ବାଦିକ ସଙ୍ଘ ଦ୍ୱାରା ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।
Post a Comment