//BREAKING//
Loading...

ନର୍ଲା ନିର୍ବାଚନ ମଣ୍ଡଳୀ ଗସ୍ତରେ ଅସିତ ତ୍ରିପାଠୀ



ନର୍ଲା----------(ତର୍ଜମା ନ୍ୟୁଜ ) ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ ଦିନିକିଆ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଛନ୍ତି ।ଏହି କ୍ରମରେ ସେ ପୂର୍ବରୁ କର୍ଲାମୁଣ୍ଡା ଓ ମଦନପୁର ରାମପୁର ଗସ୍ତ ଶେଷ କରି ଭା ନପୁର ଓ ନର୍ଲା ସ୍ଥିତ ରାଣୀବନ୍ଧ ପରିଦର୍ଶନ କରିଥିଲେ ।ସ୍ଥାନୀୟ ବିଧାୟକ ଭୁପିନ୍ଦର ସିଂ ଏହି ବନ୍ଧକୁ ଆଦର୍ଶ ପୁଷ୍କରିଣୀ ଯୋଜନାରେ ଅନ୍ତର୍ଭୁକ୍ତ କରି ଏହାର ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ଅଧ୍ୟକ୍ଷ ଙ୍କୁ ଅନୁରୋଧ କରିଥିଲେ ।


ବିଧାୟକ ଏହି କାମକୁ ଅନେକ ଦୂର ଅଗ୍ରଗତି କରିଥିବା ବେଳେ ବାକି ରହି ଥିବା ବନ୍ଧହୁଡାର ସମ୍ପ୍ରସାରଣ ,ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ତଥା ପକା ରାସ୍ତା ନିର୍ମାଣ ପାଇଁ ଅଧିକ ଅର୍ଥ ବ୍ୟୟ ବରାଦ ପାଇଁ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ ସହ ନିର୍ମାଣାଧୀନ ମିନି ଷ୍ଟାଡିୟମର ପୂର୍ଣ୍ଣାଙ୍ଗ ସହ ଇଣ୍ଡୋରଷ୍ଟାଡିୟମ ପାଇଁ ମଧ୍ୟ ଆଲୋଚନା କରିଥିଲେ ।ଉକ୍ତ ଗସ୍ତ ସମୟରେ ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିବାହୀ ଅଜିତ ମିଶ୍ର, ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ, ଜିଲ୍ଲାପାଳ କଳାହାଣ୍ଡି, ମୁଖ୍ୟ କାର୍ଯ୍ୟ ନିର୍ବାହୀ, ଜିଲ୍ଲାପରିଷଦ ସଦସ୍ୟ ପ୍ରମୂଖ ଉପସ୍ଥିତ ଥିଲେ ।


ଦୀପକ କୁମାର ଠାକୁର ଙ୍କ ରିପୋର୍ଟ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe