( ତର୍ଜମା ନ୍ୟୁଜ ) ରାଜ୍ୟରେ ଟାଟା କମ୍ପାନୀକୁ ବିଦ୍ୟୁତ ବିତରଣ ଦାୟିତ୍ୱ ନେବା ପରେ ଦିନକୁ ଦିନ ଏହି କମ୍ପାନୀ କର୍ମଚାରୀ ଙ୍କ ବେଆଇନ କାର୍ଯ୍ୟ କଳାପ, ବିଦ୍ୟୁତ ଉପଭୋକ୍ତା ଙ୍କୁ ଭୟଗସ୍ତ କରିବା, ଜୋର ଜବରଦସ୍ତ ଘରେ ପଶି ବିଦ୍ୟୁତ ସଂଯୋଗ କାଟିବା, ମିଟର ଓ ତାର ବାହାର କରି ନେବା, ଉପଭୋକ୍ତା ମାନଙ୍କ କୌଣସି ଅଭିଯୋଗ ନ ଶୁଣି ନିଶାଶକ୍ତ କମ୍ପାନୀ ଗୁଣ୍ଡା ମାନେ ନିରୀହ ଗ୍ରାମାଞ୍ଚଳ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଭୟଭୀତ କରିବା ଓ ବିଦ୍ୟୁତ ଉପଭୋକ୍ତା ମାନେ ପ୍ରତିବାଦ କଲେ ପୋଲିସ ଡକେଇ ଭୟଭୀତ କରିବା ଭଳି ଘଟଣା ବୃଦ୍ଧି ପାଇଛି ।ବର୍ଷ ବର୍ଷ ଧରି ବିଦ୍ୟୁତ ଉପଭୋକ୍ତା ମାନଙ୍କ ନିକଟକୁ କୌଣସି ମାସିକ କିମ୍ବା ଦ୍ଵିମାସିକ ବିଲ ବର୍ଷ ବର୍ଷ ଧରି ନ ପଠେଇ ହଟାତ ଟାଟା କମ୍ପାନୀ ଦିନକ ପୂର୍ବରୁ ମାଇକ ଜରିଆରେ ପ୍ରଚାର କରି ଆସନ୍ତା କାଲି ବିଦ୍ୟୁତ ଵିଲ ପୈଠ କରିବା ପାଇଁ ଘୋଷଣା କରିଛନ୍ତି ଏବଂ ପ୍ରଚାର ର ଅନ୍ୟଦିନ କମ୍ପାନୀ ର ପୋଷା ଗୁଣ୍ଡା ସମସ୍ତେ ନିଶାଶକ୍ତ ଅବସ୍ଥା ରେ କନିଷ୍ଠ ଯନ୍ତ୍ରୀ ଙ୍କ ସହ ଆସି ଘର ଘର ବୁଲି ଟଙ୍କା ଅସୁଲ କରନ୍ତି ।ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ମନଇଚ୍ଛା ବିଲ ଆଦାୟ କରିବା ଓ ଉପଭୋକ୍ତା ଯୁକ୍ତିତର୍କ କିମ୍ବା କୌଣସି ଅନୁରୋଧ କଲେ ଖାତିର ନ କରି ଜୋର ଜବରଦସ୍ତ ଘରେ ପଶି ମିଟର ସଂଯୋଗ କାଟି ବା ବିଦ୍ୟୁତ ସଂଯୋଗ ଛିନ୍ନ କରି ନେଇଯିବା ନିୟମିତ ଘଟଣା ହୋଇ ପଡିଛି ।ତେବେ ଅନେକ ଉପଭୋକ୍ତା ବିଦ୍ୟୁତ ବିଲ ପୈଠ କରିଥିଲେ ସୁଦ୍ଧା ମନଇଚ୍ଛା ଟଙ୍କା ବକେୟା ଅଛି କହି ଵିଲ ଦେବାକୁ ବାଧ୍ୟ କରିବା ସହ ତୁରନ୍ତ ପୋଲିସ କୁ ଫୋନ କରି ଡକେଇ ବିଦ୍ୟୁତ ଉପଭୋକ୍ତା ଙ୍କୁ ଭୟଭୀତ କରିବା ଭଳି ବେଆଇନ କାର୍ଯ୍ୟ କରିଚାଲିଛି ପ୍ରାଇଭେଟ ବିଦ୍ୟୁତ ବିତରକ କମ୍ପାନୀ ଟାଟା ପାୱାର ।
ଏହି ପରି ଏକ ଘଟଣା ଘଟିଛି ସଦର ବ୍ଲକ ଅନ୍ତର୍ଗତ ବାଦଳି ଗ୍ରାମରେ ଗତ ସୋମବାର ଦିନ ।ରବିବାର ଦିନ ମାଇକ ଯୋଗେ ଆସନ୍ତା କାଲି ବିଦ୍ୟୁତ ଵିଲ ପୈଠ କରିବା ପାଇଁ ଘୋଷଣା କରିବା ବ୍ୟତୀତ ସୋମବାର ଦିନ କୂଟରୁଖମାର ପଞ୍ଚାୟତ ଠାରେ ବିଦ୍ୟୁତ ଉପଭୋକ୍ତା ଙ୍କ ଵିଲ ସମ୍ବନ୍ଧୀୟ ଆପତ୍ତି ର ଏକ କାଳୀନ ସମାଧାନ କରିବା ପାଇଁ ଘୋଷଣା କରିଥିଲେ ।ତେବେ ବାଦଳି ଗ୍ରାମର ସୁଲେମାନ ଅଲ୍ଲୀ ଖାଁ ନିୟମିତ ବିଦ୍ୟୁତ ଵିଲ ପୈଠ କରି ଜାନୁଆରୀ ମାସ ଯାଏଁ କୌଣସ ବିଦ୍ୟୁତ ଵିଲ ବକେୟା ନ ଥିବା ସତ୍ତ୍ୱେ କମ୍ପାନୀ କନିଷ୍ଠ ଯନ୍ତ୍ରୀ ସୁଲେମାନ କିମ୍ବା ତାଙ୍କ ପରିବାର ଘରେ ନ ଥିବା ବେଳେ ଅନଧିକାର ପ୍ରବେଶ କରି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା, ମିଟର ଓ ତାର କାଢି ନେଇଯିବା ଭଳି ବେଆଇନ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି ।ସେହିପରି ଗତ ମାସ ରେ ବିଦ୍ୟୁତ ଉପଭୋକ୍ତା ବିଦ୍ୟୁତ ଵିଲ ପୈଠ କରିଥିଲେ ସୁଦ୍ଧା ଅନେକ ଙ୍କ ବିଦ୍ୟୁତ ସଂଯୋଗ ବିଛିନ୍ନ କରି ତାର ଓ ମିଟର ନେଇ ଯାଇଥିବା ଜଣା ପଡ଼ିଛି । ବିଦ୍ୟୁତ ଉପଭୋକ୍ତା ଙ୍କ ବିଦ୍ୟୁତ ବିଚ୍ଛିନ୍ନ କରିବାର ଛଅ ମାସ ପୂର୍ବରୁ ବକେୟା ଵିଲ ପୈଠ କରିବା ପାଇଁ ନୋଟିସ ଦେବା ଓ ନୋଟିସ ଗ୍ରହଣ କରି ଯଦି ବିଦ୍ୟୁତ ଉପଭୋକ୍ତା କୌଣସି ଆପୋଷ ସମାଧାନ ନ କରନ୍ତି ତେବେ ଆଇନ ଅନୁଯାୟୀ କମ୍ପାନୀ କେବଳ ବିଦ୍ୟୁତ ପୋଲ ରୁ ସଂଯୋଗ ବିଛିନ୍ନ କରି ପାରିବେ । ଏଥିସହ ଲୁଟ ର1 ଅନ୍ୟ ଏକ ଦିଗ ଚାଇନା ମିଟର ଲଗେଇ ନିମ୍ନ, ମଧ୍ୟବିତ୍ତ ପରିବାର ଙ୍କୁ ବିଦ୍ୟୁତ ବ୍ୟବହାର ର ଅନେକ ଗୁଣ ଅଧିକ ଵିଲ ଆସିବା, ଲିଖିତ ଭାବେ ମିଟର ବଦଳି ସମାଧାନ କରିବା ପାଇଁ ଲିଖିତ ଭାବେ ଉପଭୋକ୍ତା ବାରମ୍ବାର ଅନୁରୋଧ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନ ନେଇ କିମ୍ବା ମିଟର ବଦଳି ନ କରି ବର୍ଷ ବର୍ଷ ଧରି ବିଦ୍ୟୁତ ଵିଲ ନ ଦେଇ ହଠାତ ଆସି ବିଦ୍ୟୁତ ଵିଲ ଟଙ୍କା ମାଗିବା ଓ ଉପଭୋକ୍ତା ଆପତ୍ତି କଲେ ପୋଲିସ ଭୟ ଦେଖାଇ ପୋଲିସ ଡାକି ବିଦ୍ୟୁତ ସଂଯୋଗ ବିଛିନ୍ନ କରି ମିଟର ଓ ତାର କାଢି ନେବା ଭଳି ବେଆଇନ କାର୍ଯ୍ୟ କରିବା ପାଇଁ ପଛ ଘୁଞ୍ଚା ଦେଉ ନାହାନ୍ତି ନିଜକୁ ଟାଟା କମ୍ପାନୀ ଭିଜିଲାନ୍ସ କନିଷ୍ଠ ଯନ୍ତ୍ରୀ ବୋଲାଉ ଥିବା ଗୁରୁ ପ୍ରସାଦ ପାଣ୍ଡେ ନାମକ ଯନ୍ତ୍ରୀ ସାଙ୍ଗରେ ଦୁଇଟି ଗାଡ଼ିରେ ଦଶ ଜଣ ରୁ ଅଧିକ ମଦ୍ୟପ ପୋଷା ଗୁଣ୍ଡା ।ଏତେ ଲୋକଙ୍କୁ ଏକା ସାଙ୍ଗରେ ଦେଖିଲେ ଗ୍ରାମାଞ୍ଚଳ ର ଯେ କେହିବି ଭୟଭୀତ ହେବା ସୁନିଶ୍ଚିତ । ଚମ୍ବଲ ଡାକୁ ଙ୍କ ଭୟ ରେ ଯେପରି ନିରୀହ ଗ୍ରାମାଞ୍ଚଳ ଲୋକଙ୍କ ଅବସ୍ଥା ହେଉଥିଲା ବର୍ତ୍ତମାନ ମଧ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ରେ ପ୍ରାଇଭେଟ କମ୍ପାନୀ ନିଜ କ୍ଷମତା ବଳ ରେ ନିରୀହ ଗ୍ରାମାଞ୍ଚଳ ଲୋକଙ୍କୁ ଭୟଭୀତ କରି କେବଳ ବେଆଇନ ଭାବେ ଟଙ୍କା ଆଦାୟ ଘଟଣା କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇଛି ।ତେବେ ଜିଲ୍ଲାର ନିର୍ବାଚିତ ପ୍ରତିନିଧି ମାନେ ସରକାର ଓ ପ୍ରାଇଭେଟ କମ୍ପାନୀ ମାନଙ୍କ ଗୋଳାମି ରେ ବ୍ୟସ୍ତ ଥିବା ଯୋଗୁଁ କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳ ବିଦ୍ୟୁତ ଉପଭୋକ୍ତା ମାନଙ୍କ ଉପରେ ଟାଟା ବିଦ୍ୟୁତ କମ୍ପାନୀ ର ଅତ୍ୟାଚାର ବୃଦ୍ଧି ପାଇଛି ।ଆଗାମୀ ଦିନରେ ଯଦି ଟାଟା ପାୱାର କମ୍ପାନୀ ଉପଭୋକ୍ତା ମାନଙ୍କ ଉପରେ ଜୁଳୁମ, ବେଆଇନ ଭାବେ ବିଦ୍ୟୁତ ସଂଯୋଗ ବିଛିନ୍ନ, ଓ ଉପଭୋକ୍ତା ମାନଙ୍କ ଉପରେ ଗୁଣ୍ଡା ଲଗେଇ ଅତ୍ୟାଚାର ଘଟଣା ବନ୍ଦ ନ କଲେ ଅବସ୍ଥା କେଉଁ ରୂପ ନେବ କହି ହେବ ନାହିଁ । ତେବେ ସ୍ୱାଧୀନ ଓ ଗଣତାନ୍ତ୍ରିକ ରାଷ୍ଟ୍ର ରେ ପ୍ରାଇଭେଟ କମ୍ପାନୀ ର ଅତ୍ୟାଚାର କୁ ବିଦ୍ୟୁତ ଉପଭୋକ୍ତା କେତେ ଦିନ ସହ୍ୟ କରୁଛନ୍ତି ନା ପ୍ରତିବାଦ ର ସ୍ୱର କେଉଁରୁପ ଧାରଣ କରିବ ଦେଖିବାକୁ ବାକି ରହିଲା ।
Post a Comment