//BREAKING//
Loading...

ଜାତୀୟ କର୍ମଶାଳା ରେ ଯୋଗ ଦେବା ପାଇଁ କଳାହାଣ୍ଡି ଜନ ପ୍ରତିନିଧି ଙ୍କ ଭୁବନେଶ୍ୱର ଯାତ୍ରା


 

ଭବାନିପାଟଣା---- ( ତର୍ଜମା ନ୍ୟୁଜ ) କଳାହାଣ୍ଡି ଜିଲ୍ଲାର ୨୬ ଜଣ ସରପଞ୍ଚ, ୧୩ ଜଣ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସଂହଦେଓ ତଥା ସରକାରୀ ଅଧିକାରୀ ଭାବେ ଜିଲ୍ଲା ପଞ୍ଚାୟତ ଅଧିକାରୀ, କଳାହାଣ୍ଡି ଏବଂ DPM ( RGSA) ଏହି ପରି ମୋଟ ୪୨ ଜଣ ଜାତୀୟ କର୍ମଶାଳା ରେ ଯୋଗ ଦେବା ପାଇଁ ଭବାନୀପାଟଣା ଜିଲ୍ଲା ପରିଷଦ କାର୍ଯ୍ୟଳୟରୁ ବସ୍ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । ଏହି ଯାତ୍ରା କୁ ଶ୍ରୀ ବିରଞ୍ଚି ନାରାୟଣ ଦରଭନ୍, ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କଳାହାଣ୍ଡି ପତାକା ଦେଖାଇ ଶୁଭ ଉଦ୍ ଘାଟନ କରିଥିଲେ ।

 ଆସନ୍ତା ତା: ୧୭.୦୨.୨୦୨୩ ରୁ ୧୯.୦୨.୨୦୨୩ ରିଖ ପର୍ଯ୍ୟନ୍ତ SIRD ( P.R Deptt.) ଦ୍ଵାରା KIIT ବିଶ୍ଵ ବିଦ୍ୟାଳୟ ଭୁବନେଶ୍ୱର ପରିସରରେ ଏହି ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ । ଏହି କର୍ମଶାଳା ରେ LSDG କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଶିଶୁ ବନ୍ଧୁ ଗ୍ରାମ ପଞ୍ଚାୟତ ଓ ମହିଳା ବନ୍ଧୁ ଗ୍ରାମ ପଞ୍ଚାୟତ ବିଷୟରେ ଆଲୋଚନା ହେବ । ଆସନ୍ତା ତା ୧୯.୦୨.୨୦୨୩ ଦିନ ଆମ ଜିଲ୍ଲାର ସଂପୃକ୍ତ ପ୍ରତିନିଧିବୃନ୍ଦ ଗଞ୍ଜାମ ଜିଲ୍ଲାକୁ କ୍ଷେତ୍ର ପରିଦର୍ଶନ ପାଇଁ ଯିବାର କାର୍ଯ୍ୟକ୍ରମ ରହିଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe