( ତର୍ଜମା ନ୍ୟୁଜ ) ଜୀବନ ର ଅନେକ ଘଟଣା ହୃଦୟ ଭିତରେ ସାଇତି ରହିଥାଏ ଓ କୌଣସି ଅଚାନକ ଘଟିଥିବା ଘଟଣା ଘଟିଗଲେ ହୃଦୟ ଭିତରେ ସାଇତି ରହିଯିବା ଘଟଣା ସ୍ୱତଃ ମନେ ପଡ଼ିଯାଏ ଓ ଅତୀତ କୁ ଜୀବନ୍ତ କରିଦିଏ ସେଇ ମୁହୂର୍ତ୍ୱ୍ୱ କୁ ଚିରଦିନ ଜୀବନ୍ତ କରି ରଖିବାକୁ ।ତେବେ ମୋ ଅନେକ ସୃତି ପୁର୍ଣ ଘଟଣା ସମ୍ପର୍କରେ ଲେଖିଥିବା ସୃତିକୁ ପାଠକବୃନ୍ଦ ପଢିବା ସହ ଏଇମିତି କିଛି ଅଜଣା ଓ ସୃତି କୁ ଚିରଦିନ ମନେ ପକାଇବା ପାଇଁ ପ୍ରେରଣା ମୋ ଆତ୍ମବଳ ବୃଦ୍ଧିରେ ସହାୟକ ହୋଇଥାଏ ।ତେବେ ଜଣେ ଏପରି ଜଣେ କର୍ମବୀର ଯିଏ ନିଜ କର୍ମଭୂମି ର ସେ ମହାନ କର୍ମବୀର, ଚାକିରୀ ଜୀବନ ର ଅବସର କଳାହାଣ୍ଡି ମାଟି ରେ । ଆଜି ସେଇ ମହାନ କର୍ମଯୋଦ୍ଧା ଅବସରପ୍ରାପ୍ତ ଏସପି ଶରତ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଙ୍କ ଆଜି ପରଲୋକ ଗମନ କରିଛନ୍ତି ।ଚାକିରୀ ଜୀବନ ର ଶେଷ ତିନିବର୍ଷ କଳାହାଣ୍ଡି ଜିଲ୍ଲା ଏସପି ଭାବରେ ଜଣେ ମାନବସେବା ର ପ୍ରତୀକ ଭାବରେ ଚିର ସ୍ମରଣୀୟ ହୋଇ ରହିବେ ।ଅବସର ଗ୍ରହଣ ପରେ ସେଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଆଜିବି ଆଖି ଆଗରେ ଝଲସି ଉଠୁଛି ଓ ଆଜି ଯାଏଁ କୌଣସି ସରକାରୀ ଜିଲ୍ଲାସ୍ତରୀୟ ଅଧିକାରୀ ଙ୍କୁ ଏପରି ଭାବ ବିହ୍ଵଳ ସମର୍ଦ୍ଧନା ମୋ ଜାଣିବାରେ କହି ପାଇ ନାହାନ୍ତି ।ଜିଲ୍ଲା ର ଟ୍ରାଫିକ ନିୟନ୍ତ୍ରଣ ର ଶୁଭାରମ୍ଭ ସହ ପିପଲ ନାଲା ପୋଲ ନିର୍ମାଣ ର ବିନ୍ଧାଣି ଥିଲେ ଚ୍ୟାଉ ପଟ୍ଟନାୟକ ।ସେ ସମୟରେ ପିପଲ ନାଲା ପୋଲ ଭାଙ୍ଗି ତାର ନିର୍ମାଣ କାର୍ଯ୍ୟ ବର୍ଷ ପରେ ବର୍ଷ ଗଡି ଚାଲି ଥାଏ ।ସେ ସମୟରେ ଆମେ କେବଳ ଭବାନୀପାଟଣା ସହରରେ ଦଶ ରୁ ବାର ସାମ୍ବାଦିକ ଥାଉ ।ପୋଲ ନିର୍ମାଣ କାର୍ଯ୍ୟ ପାଇଁ କଂଗ୍ରେସ ଓ ବିଜେପି ଦଳ ରାସ୍ତା ରୋକ, ଧାରଣା ଓ ଆନ୍ଦୋଳନ କରି କରି ଥକି ଯାଇଥାନ୍ତି ।ମୁଁ, ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର କାକା, ଶାନ୍ତନୁ ବେହେରା ଦାଦା, ଲଳିତ କାନୁନଗୋ, ସ୍ବର୍ଗତ ସଂଜୀବ ଯୋଶୀ ପ୍ରମୁଖ ଯାଇ ପହଁଚିଲୁ ଏସପି ଙ୍କ ଚ୍ୟାମ୍ବର ରେ ଓ ପିପାଳନାଲା ପୋଲ ର ନିର୍ମାଣ କାର୍ଯ୍ୟ ବିଳମ୍ବ ଯୋଗୁଁ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧା ସମ୍ପର୍କରେ ଆଲୋଚନା କଲୁ । ତୁରନ୍ତ ଚ୍ୟାଉ ପଟ୍ଟନାୟକ ମହୋଦୟ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, ଓ ବିଭାଗୀୟ ଉଚ୍ଚ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ସହ ପୋଲ ଡିଜାଇନ କୁ ସ୍ବୀକୃତି ମିଳି ନ ଥିବା ଜାଣି ବୁର୍ଲା ର ସର୍ବୋଚ୍ଚ ଯନ୍ତ୍ରୀ ଙ୍କୁ ତୁରନ୍ତ ପୋଲ ଡିଜାଇନ ସ୍ୱୀକୃତି ଦେବା ପାଇଁ ଏକ ପ୍ରକାର ଧମକ ଦେଇଥିଲେ ଫଳରେ ସାତ ଦିନ ଭିତରେ ଡିଜାଇନ ସ୍ୱୀକୃତି ଲାଭ କରି ଏକ ମାସ ମଧ୍ୟରେ କାର୍ଯ୍ୟ ଆରମ୍ଭ ହୋଇଥିଲା ।ସରକାର ଙ୍କ ନିକଟରେ ରିଜର୍ଭ ପୋଲିସ ର ସୁରକ୍ଷା ଓ ପଡୋଶୀ ଜିଲ୍ଲା ମାନଙ୍କରେ ମାଓବାଦୀ କାର୍ଯ୍ୟକଳାପ ଲକ୍ଷ୍ୟ କରି ନିଜେ ପ୍ରତ୍ୟେକ ଦିନ ପିପାଳନାଲା ପୋଲ ର କାର୍ଯ୍ୟ ଅଗ୍ରଗତି ଦେଖିଯାଉଥିଲେ ।ଯେଉଁ ଦିନ ପୋଲର କଂକ୍ରିଟ ସ୍ଲାପ ପଡିଲା ମୋତେ ପିପାଳନାଲା ପୋଲ ପାଖକୁ ଆସିବାକୁ ଫୋନ କରିଥିଲେ ଫଳରେ ମୁଁ ବି ପିପିଲନନାଲା ପୋଲ ନିର୍ମାଣ କାର୍ଯ୍ୟ ପାଖକୁ ଗଲି ଦେଖିଲା ବେଳକୁ ଏକ କାଠ ଚେଆର ରେ ସିଭିଲ ଡ୍ରେସ ରେ ଛାଇତଳେ ବସିଥାନ୍ତି ଚ୍ୟାଉ ପଟ୍ଟନାୟକ ଜି । ମୋତେ ଦେଖି ଖୁସି ହୋଇ କହିଲେ ଅଲ୍ଲୀ ବାବୁ ଆଜି ସ୍ଲାପ ପଡି ସରିଲେ ଯିବା ସାଇକେଲ ରଖିଦେବେ ମୋ ଗାଡି ଛାଡି ଆସିବ ।ଦ୍ବୀପହର ଓ ରାତ୍ରୀ କାଳୀନ ଭୋଜନ ନିଜେ ଚ୍ୟାଉ ପଟ୍ଟନାୟକ ନିଜ ଡ୍ରାଇଭର ଦ୍ୱାରା ମଗେଇ ରଖିଥିଲେ ।ପୋଲ ରେ କାର୍ଯ୍ୟରତ ଶ୍ରମିକ ମାନେ ଖାଇ2 ସାରିବା ପରେ ଆମେ ଦୁଇ ଜଣ ମଧ୍ୟ ଭୋଜନ କରିଥିଲୁ ।ସ୍ଲାପ କାମ ଅର୍ଧରାତି ରେ ସମ୍ପୂର୍ଣ ହୋଇଥିଲା ।ଠିକାଦାର ଓ ସମସ୍ତ ଶ୍ରମିକ ମାନଙ୍କୁ ଧନ୍ୟବାଦ ଦେଇ ଘରକୁ ଫେରିଥିଲେ ଏସପି ଓ ତାଙ୍କ ଗାଡି ମତେ ଘରକୁ ଛାଡି ଯାଇଥିଲା ।ବେଦାନ୍ତ ର ପାରିପାର୍ଶ୍ବିକ ପାଣ୍ଠି ଜରିଆରେ ଜିଲ୍ଲାର ସହରାଞ୍ଚଳ ର ଟ୍ରାଫିକ ମାନଙ୍କରେ ସୁଉଚ୍ଚ ପୋଲ ଓ ଲାଇଟ ସଂଯୋଗ ହଉ କି ଗାନ୍ଧିଚୌକ ର ସୌନ୍ଦର୍ଯ୍ୟ କରଣ କରିବା ପାଇଁ ଆଜି ଯେଉଁ ଛୋଟ ସୁନ୍ଦର ଛକ ଓ ଉପରେ ଗାନ୍ଧିଜୀ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଡିଜାଇନ କାମ ଭୁବନେଶ୍ୱର ର ଏକ ସଂସ୍ଥା ଦ୍ୱାରା କରେଇ ତାକୁ ନିର୍ମାଣ ଓ ସମ୍ପୂର୍ଣ କରିବା ସହ ଜେଲ ଭିତରେ ଆଧୁନିକ ଶୌଚାଳୟ ନିର୍ମାଣ, ବ୍ୟାଙ୍କ ମାନଙ୍କୁ ଅନୁରୋଧ କରି ଜେଲ ଭିତରେ ସ୍ଵଛ ପାନୀୟ ଜଳ ବ୍ୟବସ୍ଥା ହଉ କି ଅନ୍ତେବାସୀ ମାନଙ୍କ ପାଇଁ ଫ୍ୟାନ ବ୍ୟବସ୍ଥା ପଛର ମୁଖ୍ୟ ବିନ୍ଧାଣି ଥିଲେ ସେଇ କର୍ମଯୋଗୀ ଶରତ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ମହୋଦୟ ।
ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମୟରେ ସେ ଏତେ ଭାବୁକ ହୋଇ କହିଥିଲେ ଜୀବନ କାଳ ର ସରକାରୀ ଚାକିରୀ ର ଏଇ ଶେଷ ତିନି ବର୍ଷ ମୋ ପାଇଁ ଚିର ସ୍ମରଣୀୟ ହୋଇ ରହିବ ।ପ୍ରାକୃତିକ ସୌନ୍ଦର୍ଯ୍ୟ ମୟ କଳାହାଣ୍ଡି ମାଟିର ସେଇ ସରଳ ଅମୃତ ସନ୍ତାନ ମାନଙ୍କ ପାଇଁ ଅନେକ କିଛି କରିବା ପାଇଁ ସ୍ବପ୍ନ ଦେଖିଥିଲି କିନ୍ତୁ ଅଧାରେ ରହିଗଲା ମୋ ସ୍ବପ୍ନ ତଥାପି ମୁଁ ଶରୀର ଓ କଳାହାଣ୍ଡି ବାସୀ ଙ୍କ ଭଲ ପାଇବା କୁ ନେଇ ଫେରୁଛି କିନ୍ତୁ ମୋ ଆତ୍ମା ସବୁବେଳେ ମୋର ଶେଷ କର୍ମଭୂମି କଳାହାଣ୍ଡି ରେ ରହିବ ଏହାହିଁ ତାଙ୍କ ଯିବା ସମୟରେ ମାଁ ମାଣିକେଶ୍ୱରୀ ମନ୍ଦିର ରେ ମାଁ ଙ୍କ ଦର୍ଶନ ସାରି ଫେରି ମନ୍ଦିର ଦାଣ୍ଡ ରେ ସେଇ କିଛି ଶବ୍ଦ ଯାହା ଆଜିବି ମୁଁ ଭୁଲି ନାହିଁ ।ଦଶହରା ହଉ କି ବିଭିନ୍ନ ପର୍ବ ପର୍ବାଣୀ ନିଶ୍ଚୟ ଫୋନ କରି ଶୁଭେଚ୍ଛା ଜଣେଇବା ସହ ଗୋଟି ଗୋଟି କରି ସମସ୍ତ ସାମ୍ବାଦିକ ବନ୍ଧୁ ଙ୍କ ବିଷୟରେ ପଚାରି ବୁଝୁଥିଲେ ।ଜଣେ ପୋଲିସ ଏସପି ଭାବରେ ଯେତେ କର୍ମତତ୍ପର ଓ କଠୋର ଥିଲେ ଜଣେ ସାଧାରଣ ମଣିଷ ଭାବରେ ଜଣେ ସୁବକ୍ତା, ସହ ପରୋପକାରୀ ଓ ବିଚକ୍ଷଣ ବ୍ୟକ୍ତିତ୍ୱ ଯାହାଙ୍କ ଶବ୍ଦ କୋଷ ରେ ଅସମ୍ଭବ ଶବ୍ଦ ନ ଥିଲା ।ଆଧୁନିକ କଳାହାଣ୍ଡି ରେ ହାଇ ମାସ୍କଲାଇଟ, ଟ୍ରାଫିକ ନିୟନ୍ତ୍ରଣ ଓ ସାଧାରଣ ଲୋକ ଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ପ୍ରତ୍ୟେକ ମୁହୂର୍ତ୍ତ ରେ ନିଜ ଅଧସ୍ତନ ପୋଲିସ ଅଧିକାରୀ ମାନଙ୍କୁ ଦିଶା ନିର୍ଦେଶ ଦେଇ ନିଜର କର୍ମ ତତ୍ପରତା ର ପରିଚୟ ଦେଇଥିଲେ । କଳାହାଣ୍ଡି ଜିଲ୍ଲାରେ ଜାଲ ନୋଟ କାରବାର ଚାଲିଥିବା ନିଜେ ଗୁପ୍ତ ଭାବରେ ଖବର ପାଇ ଆସାମୀ ମାନଙ୍କୁ ଗିରଫ କରେଇଥିଲେ । ତାଙ୍କ ଏସପି ଦାଇତ୍ୱ ସମୟରେ ଶ୍ରୀ ଶିଶିର ସାହୁ, ଶ୍ରୀ ଅନିରୁଦ୍ଧ ରାଉତରାୟ, ଭି ଏସ ସି ଏସ ରାଓ, ଶ୍ରୀପ୍ରଭାସ କୁମାର ସାହୁ, ଶ୍ରୀସୁନୀଲ ଆଚାର୍ଯ୍ୟ,ଶ୍ରୀ ପ୍ରଶାନ୍ତ ଭୂପତି ଙ୍କ ଭଳି ଅଭିଜ୍ଞ ପୋଲିସ ଅଧିକାରୀ ଙ୍କ ଟିମ ବାସ୍ତବରେ ଯେଉଁ ଭଳି ଭାବରେ ନିଜର କର୍ତବ୍ୟ ସମ୍ପାଦନ କରିଥିଲେ ତାହା ନିଶ୍ଚିତ ଭାବରେ ପ୍ରଶଂସନୀୟ । ପରବର୍ତୀ ସମୟରେ ଆସାମୀମାନଙ୍କୁ ଦଶ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ରେ ମାନ୍ୟବର କୋର୍ଟ ଦଣ୍ଡିତ କରିଥିଲେ ।ସେହିପରି ଜଣେ ବିଚକ୍ଷଣ କର୍ମବୀର ଶରତ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଙ୍କ ଅଚାନକ ପରଲୋକ ଗମନ ଘଟଣା ଶୁଣି ଅତୀତ ର କିଛି ସ୍ବର୍ଣ୍ଣିମ ଶ୍ରୁତି କୁ ମନେ ପକାଇବା ସହ ଅମର ଆତ୍ମା ଙ୍କ ସଦଗତି କାମନା କରୁଛୁ ।ଏଥିସହ ଏ ଦାରୁଣ ଦୁଖଃ ସମୟରେ ପରିବାର ବର୍ଗଙ୍କୁ ସେଇ ପ୍ରଭୁ ଜଗନ୍ନାଥ ଶକ୍ତି ଓ ଧର୍ଯ୍ୟ ପ୍ରଦାନ କରନ୍ତୁ ଏହାହିଁ କାମନା କରୁଛି । ବିଦାୟ ସାର ଆଉ ମାଁ ଙ୍କ ଛତରଯାତ୍ରା ହଉ କି ଦୀପାବଳି, ଇଦ ପର୍ବ ହଉ କି ରମଜାନ ମାସ, ବଡ଼ଦିନ ହଉ କି ଗୁରୁ ନାନକ ଜି ଙ୍କ ଜୟନ୍ତୀ ଆଉ ଶୁଣିବାକୁ ମିଳିବ ନାହିଁ ମୋବାଇଲରେ ଆପଣଙ୍କ ସେଇ ସ୍ନେହଭରା ଓ ଏ ମାଟି ପ୍ରୀତି ର ସ୍ୱର ।
"ପ୍ରଭୁ ଜଗନ୍ନାଥ ଆପଣଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ"
ଓଁଶାନ୍ତି--ଓଁଶାନ୍ତି------ଓଁଶାନ୍ତି ।
ମହମ୍ମଦ ଅଲ୍ଲୀ
ବରିଷ୍ଠ ସାମ୍ବାଦିକ ତଥା ମୁଖ୍ୟ ସମ୍ପାଦକ ଓ ଏମଡି, "ତର୍ଜମା ନ୍ୟୁଜ"




Post a Comment