//BREAKING//
Loading...

ଦଲାଲି ଅଭିଯୋଗରେ ଦୁଇ ଗିରଫ।


 ନର୍ଲା :----------- (ତର୍ଜମା ନ୍ୟୁଜ ) ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ମଧ୍ୟରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହାର ସଫଳ ରୂପାୟନ ଓ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ଅନୁଷ୍ଠାନ କାର୍ଯ୍ୟରତ ଅଛନ୍ତି। ଏତେ ସବୁ ବ୍ୟବସ୍ଥା ମଧ୍ୟରେ ବି ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ଯୋଗୁଁ ସାଧାରଣ ଲୋକ ଦଲାଲ ଓ ଅସାଧୁ ସ୍ଵାସ୍ଥ୍ୟ କର୍ମୀଙ୍କ ଶିକାର ହେଉଥିବା ଅଭିଯୋଗ ବର୍ତ୍ତମାନ ସାଧାରଣ ଘଟଣା ସାଜିଛି। ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ଯୋଗୁଁ ବର୍ତମାନ ରାଜ୍ୟ ବାହାରୁ ମଧ୍ୟ ଦଲାଲ କଳାହାଣ୍ଡିରେ ସକ୍ରିୟ ହେବା ବୁଦ୍ଧିଜୀବି ମାନଙ୍କ ପାଇଁ ଚିନ୍ତାର ବିଷୟ ସାଜିଛି। ଏଭଳି ଏକ ଘଟଣାକ୍ରମରେ ମଙ୍ଗଳବାର ନର୍ଲା ପୁଲିସ୍ ଦୁଇଜଣ ରାଜ୍ୟ ବାହାରର ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ସୂଚନା ମତେ ଉତ୍ତରପ୍ରଦେଶ ଫରୁଖାବାର ଜିଲ୍ଲା କରିମଗଞ୍ଜ ପିତୋରା ଗ୍ରାମର ଶେହଜାନ୍ ଖାନ୍ ଓ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ରୁଷୁଡାର ଦୁବରାଜ ନାଗ ନର୍ଲାରୋଡ ସ୍ଥିତ ହୋଟେଲ ବିକ୍ରମରେ ଗତ କିଛି ଦିନ ହେଲା ରହିଆସୁଥିଲେ।

 ଉକ୍ତ ଦୁଇ ଜଣ ଏ ଅଞ୍ଚଳରେ ରହି ବିଭିନ୍ନ ଛତିଶଗଡ଼ର କିଛି ଘରୋଇ ଡାକ୍ତରଖାନାରେ ଲୋକଙ୍କୁ ଚିକିତ୍ସା କରାଇ ଓଡ଼ିଶା ସରକାରଙ୍କ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ ଉଠାଇବାର ପ୍ରଲୋଭନ ଦେଖାଇ ଦଲାଲି କରୁଥିବା ସନ୍ଦେହରେ ନର୍ଲା ପୁଲିସ୍ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ସୋମବାର ସମାଜସେବୀ ବିଜୟ ବୁଦ୍ଧିଆଙ୍କ ଠାରୁ ସୂଚନା ପାଇ ନର୍ଲା ପୁଲିସ୍ ବିଳମ୍ବିତ ରାତିରେ ଉକ୍ତ ଦୁଇ ଜଣଙ୍କୁ ପଚରାଉଚରା କରିଥିଲେ ହେଁ କୈାଣସି ସନ୍ତୋଷ ଜନକ ଉତ୍ତର ନ ପାଇବାରୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ସୂଚନା ଅନୁଯାୟୀ ଶେହନାଜ ଅଣଓଡ଼ିଆ ହୋଇଥିବା ଯୋଗୁଁ ଦୁବରାଜ ଙ୍କ ସହାୟତା ନେଇ ଗତ କିଛି ଦିନ ହେଲା ଏଠାରେ ରହି ଆସୁଥିଲା। ସର୍ଗିଗୁଡା ଓ ଆଖପାଖ ଅଞ୍ଚଳର କିଛି ଯୁବତୀଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଇ ଲୋକଙ୍କୁ ବୁଝାଇବା ସହ ରାୟପୁରର ମାଁ ନାରାୟଣୀ ହସ୍ପିଟାଲରେ ଚିକିତ୍ସା କରାଇବା ପାଇଁ ପ୍ରବର୍ତ୍ତାଇ ଥିଲେ। ଲାଞ୍ଜିଗଡ଼ ବ୍ଲକ ପାଣିମୁଣ୍ଡା ଗ୍ରାମର ୧୯ ଜଣ ଏହି କ୍ରମରେ ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପୁଲିସ ସୂଚନା ଦେଇଛି। ଉକ୍ତ ହିତାଧିକାରୀଙ୍କୁ ପ୍ରବର୍ତାଇବାରେ ପାଣିମୁଣ୍ଡା ଗ୍ରାମର ଆଶା ମାଁ ସୁଦେଶା ସାଙ୍କ ସହାୟତା ନେଇଥିବା କୁହାଯାଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ଆହୁରି ଅନେକ ତଥ୍ୟ ଲୁଚି ରହିଥିବା ସାଧାରଣରେ ଆଲୋଚନା ହେଉଛି।


ଦୀପକ କୁମାର ଠାକୁର ଙ୍କ ରିପୋର୍ଟ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe