//BREAKING//
Loading...

ମୋର କଳାହାଣ୍ଡିର ପ୍ରକୃତ ଚିତ୍ର।

 


କଳାହାଣ୍ଡି ମାଏଟ କେ ଜାନେ କେନ୍ତା ଯେ, କାମ କବାର କରବାକେ ଆର ଚରିବେଟି ଖାଉ ମାନକେ ଖୁବ ଗେଲ କର୍ସି। କିଏ ରନ୍ଧନିଆଁ ହି କରି ଆଏଲା ଏବେ ରାଜ୍ୟର ସବୁଠୁ ବଡ଼ ଠିକାଦାର, କିଏ ଇନ୍ ଆସିକରି ଇସ୍କୁଲ ଗୁଟେ ଖୋଲି ଦେଲା ଏବେ ଭାବୁଛେ ମେଲେ ମେଲେ ହେବି ଆସବା ଥର୍କେ। 850 ଗ୍ରାମ କେ ଏକ କେଜି ତୁଳି କରି ସଟ ପଟ୍ଟ ଚାଲବାର ବେପାରୀ ଭାଇମାନେ ଆଜି ଜିଲ୍ଲାର ବଡ ବଡ ଠିକାଦାର। ଜେନ ବିଭାଗ ନେ ଦେଖ ବେପାରୀ ମାନକର ବୋଲବାଲା। କଳାହାଣ୍ଡିଆ ରାଜନୀତି ନେ ହରିବୋଲ, ଭୁବନେଶ୍ଵର ଆର ଦିଲ୍ଲୀ ର ଆଶୀର୍ବାଦ ହେଲେ ଜିତିକରି ଯିବେ ଆର ସହର ନେ ବଡ ବଡ ନେତା ମାନକର ଗୁଲମି କରି କିଛିଦିନ ମଉଜ କର୍ବେ ଥରେକ୍ ନା ଫେର ଜେନ୍ତା କେ ସେନ୍ତା । କଳାହାଣ୍ଡି ର ଗାଆଁ ନାଇଁ ଦେଖ ବାର ଲୋକ, ନିଜର ଲୋକବାକ କେ କେଭେ ନାଇଚିହ୍ନି ଗାନ୍ଧୀ ଚୌକ ନେ ତାଙ୍କର ନିଜର ଲୋକବାକ୍ କିଏ ନାଇଁ ଜାନି ଶେନ୍ତା ଲୋକ ଆଜି ଇ ମାଏଟ ର ଭାଗ୍ୟ ବିଧାତା। ଯେତେ ଅକାଳ କୁଷ୍ପାଣ୍ଡ ଧର୍ତି କା ବୋଝ୍ ସବେ କଳାହାଣ୍ଡି କେ ପୋଲ କରିଦେଲେ। ଆର ଆମର ଭାଇ ମାନେ ଯିଏ ଜେନ୍ ମତ ବାଦ ହେଲେ ବି ସେମାନଙ୍କର ପାଖେ ଟିକେ ମିଠା କଥା କହିକରି ପମ୍ପ ଭରିଦେଲା ମାହା ଭାଇ ନିଜର ମାଆ ବୁଆ ଭାଇ ବହେନ୍ ମାହେଜି ପିଲା ର ଚିନ୍ତା ଛାଡି ଜିନ୍ଦାବାଦ, ମୂର୍ଡାବାଡ କରି ନିଜର ଲୋକ ମାନକର ସଙ୍ଗେ ବି ବଏରି ହେବା କେ ପଛ ଘୁଚା ନାଇଁ ଦିଅନ। ଟିକେ ଯଦି କିଏ ଆମର ପାଖେ ହିନ୍ଦୀ କି କଣ ମଣ କଥା ହେଲା କି ମିଠା କଥା ହେଲେ ତାକେ ନିଜର ସାଙ୍କାର ପରା ବ୍ୟବହାର ଦେଖାବାକେ ଲାଜ ନାଇଁ କରୁଁ । ନିଜର ବାପ ଦାଦି, ସାତ ପୁରୁସା ର ଧନ ସମ୍ପତ୍ତି ଘର୍ ଜମି ଥିଲେ ବି ତାକେ ମରାମତି କରବାର ଦମ୍ ନାଇଁ ଜମି ଥିଲେ ବି ଟଙ୍କିଆ ଚାଉଳ ପଞ୍ଚାୟତ ନୁ ନାଇଁ ଆନଲେ ଚୁଇଲ ନାଇଧରେ। ଇସ୍କୁଲ୍ ଜିବାକେ ମାଆ ଵୁଆ ଯେତେ ଚେଷ୍ଟା କଲି ପାଠ ନାଇଁ ପଢ଼ି କରି ଏବେ ମହାନ୍ ଗଣିତ ଗବେଷକ। ସକାଳ ପାଏଲେ କାଗଜ ଆର କଲମ ଧରି ସଟା ନମ୍ବର କେଣ୍ଟା ବାଯବା ଚାଲିଥିବା ଜେନ ଦେଖ ଏକ ରୁ ଦଶ ନମ୍ବର ର ଅପୋଜିଟ ନମ୍ବର ବାହାର କରୁଛନ। ଆର୍କମେଡିସ, ନ୍ୟୁତନ୍, ଆର ଯେତେ ଗଣିତ ର ବିଦ୍ୱାନ ଥିଲେ ଜଦି ଇଟା ଦେଖିଦେତେ ବେଲେ ହାର୍ଟ ଫେଲ୍ ନିଶ୍ଚେ ତାର ନୁଆ ନାଇଁ ବଚେ ଏନ୍ତା କଦରିଆ ମାନକର ଭୂର୍କୁଟି ଦେଖିକରି। ଇ ଏନ୍ତା ଜଦୀ ଚାଲିଥିବା ତେବେ କଳାହାଣ୍ଡିର ଭବିଷ୍ୟତ ତ ଅନ୍ଧାର ବାଗିର ଲାଗୁଛେ। କାହାକେ କେନ୍ତା ନାଇଁ ଜାନେ ଦିନ ଆଏବା ସବୁ କଳାହାଣ୍ଡିଆ ଚରିବେଟି ଖାଇ ଆଶୁ ମାନକର ଗୁଲାମ ହି ଜିବେ। ଗାଆଁ ଗହେଁଲି ନେ ତ ବିଚରା ମାନେ ଠିକାଦାର, ମହାଜନ ମାନକର ଜୁଲୁମ୍ ସହି ସହି ଅଭ୍ୟାସ ହୀ ଗଲାନା। ସହର ମନକେ ଆରମ୍ଭ ହେଲାନା । ମଞ୍ଚ ନେ ସମ୍ମାନିତ ହେବେ ଜିଲ୍ଲା କେ ଚରିବେତି ଖାଇ ଆଶୁ ଆର କଳାହାଣ୍ଡିଆ ମାରୁଛନ ଜୋର୍ ଜୋର୍ ତାଲି । ଗୁଲାମି ର ଜଞ୍ଜିର ଛିଡ଼ାଇ ଦିଅ ଭାଇମାନେ ନାଇଁ ହେଲେ କଳାହାଣ୍ଡିଆ ସଂସ୍କୃତି ର ଅସ୍ତିତ୍ବ ଲୋପ ହିଯିବା ଆର ମିକଚର୍ ସଂସ୍କୃତି ଆର ପରମ୍ପରା କାୟା ବିସ୍ତାର କରି ଚାଳିଛେ ଜୋର୍ ଧର୍ବା। କାହାକେ ଯଦି ମୋର ଲେଖା ଖରାପ ଲାଗଲା ତେବେ କିଏ ବି ନିଜର ଉପରେ ନାଇଁ ନେବେ, ଇଟା କଳାହାଣ୍ଡିର ସତ୍ ଏ । ଆର ବେଶୀ ହେଲେ ଚାଲିଗଲା ବେଳେ ତେର୍ଛି କରି ଦେଖବେ ଦେଖ । ଚିନ୍ତା ନାଇଁ , ନିଜର ଆତ୍ମ ମର୍ଯ୍ୟାଦା ଆର ସମ୍ମାନ, ବାପ, ଦାଦି ପୂର୍ଶା ର ତ୍ୟାଗ, ବଳିଦାନ ଆର ଗାରିମା କେ ତଲେ ନାଇଁ ପକେଇ ଦିଅ । ଝୁମ୍ରା ଯେବେ ଫାକବା ସେତେ ବେଳେ ସବୁ ସରି ଯାଇଥିବା । ହେନ୍ତା ବି ଆମର କଳାହାଣ୍ଡି ସରକାର ର ସାନଲି ମାଁ ର ପିଲା। ଆମେ କଳାହାଣ୍ଡିଆ ମାନକେ ଖାଲି ଉଫଲେଇ କରି ଲଲି ପପ ଧରେଇ ଦଉଛନ। ଡାକ୍ତର ବି ନାଇଁ ଦି ପାର୍ବାର। ଧନ ଥିଲା ଲୋକ ବହାର୍କେ ଯିବା ବଞ୍ଚବାକେ ନାଇଁ ହେଲେ ମର୍ବା ଏଡି ରଗଡ଼ି ରଗଡ଼ି। ଶାସକ ଦଳ ମଜା ଦେଖୁଛେ ଆମର ଯିତି କରି ଯାଇଥିବା ଗୁଲାମ୍ ନେତା ମାନକର ଔକାତ୍ ଜାନିଛନ ହେତିର ଜାନେ ଆମକେ ମର୍ବାକେ ଛାଡି ଦିଛନ । ମେହେନତିଆ ଚାଷୀ ତାର ତୁଣ୍ଡ ର ଝାଲ ମୁଡେ ମାରି ମଣ୍ଡି କେ ଧାନ ବିକିନେଲେ ମିଲର, ଦଲାଲ, ମହାଜନ ଲୁଟି ନଉଛନ ସତେ କି ତାଙ୍କର ବୁଆର ଜିନିଷ। ବେକାର ପିଲା ମାନଙ୍କେ ଚାକିରି ନାଇଁ ମାଆ ନୁଆ କାଯେ ବୋଝ ଡଙ୍ଗ ଡଙ୍ଗ ବୁଲୁଛନ କିର୍କେଟ ଖେଳି ଆର ଥିଲା ଘର୍ ପିଲୀ ପାଠ ପଢି ବାଙ୍ଗାଲୋର, ହାଇଦ୍ରାବାଦ କମ୍ପାନୀ ଚାକିରି କରି ଯାଉଛେ ଯେ, ଆର ନାଇଁ ଫିର୍ବାର । ମାଆ ବୁଆ ମଲେ ବି ନାଇଁ ଆସି ପାରବାର ଭିଡିଓ କଲିଙ୍ଗ ନେ ଦେଖିକରି ଟାଙ୍ଗରୁ ହିକରି ଛନେକ୍ କାନ୍ଦି କରି କଳାହାଣ୍ଡି ମାଏଟ୍, ଲୋକ ବାକ ସବାକେ ପାସରି ଜାଉଛେ। ସଭେ ନିଜର ନିଜର ଜୀବନ ଜିଁବାକେ ହର୍ବର କଳାହାଣ୍ଡି କି କଳାହାଣ୍ଡିଆ ଯେତେ ଗୁଲଗୁଲା ହେଲେ କାହାର ବୁଆର୍ କିଛି ଫରକ୍ ନାଇଁ ପଡେ । ଏବେ ଘର୍ ତରା ର ଲୋକ ମରୁଥିଲେ ପଡୋଶୀ ମାନେ ବି ମଜା ଦେଖୁଛନ ଯିଏ ଯେନ୍ତା ହଉ ଆମକେ କିଏ ଦେଲା ଭାବୁଛନ ।

"ନିଜର ହକ୍ -- ଅଧିକାର ଓ ମାଟିର ମଣିଷ ମାନଙ୍କ ସ୍ୱାର୍ଥ ପାଇଁ ସଂଗ୍ରାମ ନାଇଁ କଲେ ଇତିହାସ କାହାକେ କ୍ଷମା ନାଇଁ ଦିଏ " କଳାହାଣ୍ଡି ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ର ନଗ୍ନ ରୂପ ୭୦ ଜଣ ବିଶେଷଜ୍ଞ ଡାକ୍ତର ଓ ୨୮୮ଟି ଡାକ୍ତର ପଦବୀ ଖାଲି। ଠିକାଦାର ପୋଷା ବ୍ୟବସ୍ଥା ରେ ଡାକ୍ତରଖାନା ଚକାଚକ୍। ଏପଟେ ଜିଲ୍ଲାବାସୀଙ୍କୁ ମେଡିକାଲ କଲେଜର ଦିବାସ୍ଵପ୍ନ ଦେଖେଇବାରେ ସରକାର ବ୍ୟସ୍ତ। । ପ୍ରତ୍ୟେକ ଦିନ ବୁର୍ଲା, କଟକ, ଭୁବନେଶ୍ୱର, ବ୍ରହ୍ମପୁର, ବିଶାଖା ପଟନମ, ରାୟପୁର କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ରେ ରୋଗୀ ବୁହା ଚାଲିଛି। ଶବ ବହାକ ଯାନ କୁ ମଧ୍ୟ ଫୁରସତ ନାହିଁ କିନ୍ତୁ ରାଜ୍ୟର ଶାସକବର୍ଗ ଲଜ୍ୟାହିନ ଭାବରେ ଗତ ୨୫ ବର୍ଷ ହେଲା ଜିଲ୍ଲାବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ସଙ୍କୋଚ କରୁନାହାନ୍ତି । ମାନବିକତା ର ପଶାକାଠି ରେ ବୋଧହୁଏ ଭୋଟ ରାଜନୀତି ନିଜର କାୟା ବିସ୍ତାର କରିଚାଲିଛି ଓ ଜିଲ୍ଲାବାସୀ ଅନ୍ଧ, ମୁକ, ବଧିର ହୋଇ ଯାଇଛନ୍ତି । କଳାହାଣ୍ଡିଆ ଙ୍କ ସ୍ୱାଭିମାନ, ସଂଗ୍ରାମୀ ମନୋଭାବ ରେ ଶିଥିଲତା ଆସି ଯାଇଛି । ନେତା, ମନ୍ତ୍ରୀ, ଶାସକ, ବିପକ୍ଷ ଙ୍କ ସମେତ ସାଧାରଣ ଲୋକ ମଧ୍ୟ ଆଜି କୋମାରେ ଥିବା ପରି ଅନୁଭବ ହେଉଛି । ସମୟ ଆସିଛି ମେଡିକାଲ କଲେଜ ଆରମ୍ଭ ପୂର୍ବରୁ ସରକାର ପ୍ରଥମେ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା କୁ ସୁଧାଇବା ସହ ବିଶେଷଜ୍ଞ ଓ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ କରନ୍ତୁ । ଜିଲ୍ଲାର ସମସ୍ତ ନାଗରିକ, ବୁଦ୍ଧିଜୀବୀ, ରାଜନେତା, ସମାଜସେବୀ, ଯୁବ ଛାତ୍ର ବର୍ଗ ରାଜନୀତି ଓ ତୋଷମଦ ଠାରୁ ଉର୍ଦ୍ଧ୍ବ ରେ ନିଜ ହକ ପାଇଁ ସଂଗ୍ରାମ କରନ୍ତୁ ତେବେ ଯାଇ କୋମା ରେ ଥିବା ରାଜ୍ୟ ସରକାର ଙ୍କ କୁମ୍ଭକର୍ଣ ନିଦ୍ରା ଭାଙ୍ଗିବ । "ଚେଇଁ ଶୋଇ ଥିବ ଯିଏ ତାକୁ ଉଠେଇବ କିଏ"? ଜାଗ ରେ ଜାଗ ରେ କଳାହାଣ୍ଡି ବାସି ଜାଗିବୁ ତୁ କେତେ ଦିନେ -- ପୂରୁବ ଗୌରବ ପୂରୁବ ମହିମା ପଡୁ ନାହିଁ କିରେ ମନେ!!! ଇତିହାସ ସାକ୍ଷୀ ଅଛି ସ୍ଵାଧୀନତା ଆନ୍ଦୋଳନର ସେହି ୧୮୫୭ ମସିହା ସିପାହୀ ବିଦ୍ରୋହ ପୂର୍ବରୁ କଳାହାଣ୍ଡି ମାଟିରେ ବୀର ସହିଦ ରେଣ୍ଡୋ ମାଝୀ ଙ୍କ ନେତୃତ୍ବରେ ମେଳି।

"ଭାଡ ମେ ଯାଏ ରାଜନୀତି, ଲୋକଙ୍କ ପାଇଁ ଯଦି ମିଳିତ ସଂଗ୍ରାମ ନାଇଁ କରବେ ଖାଲି ପାର୍ଟି, ଚାଟୁ କାରିତା ଚାଲିଥିବା ତେବେ କଳାହାଣ୍ଡି ରେ ଏହିପରି ଶୋଷଣ ଓ ଅତ୍ୟାଚାର ଚାଲିଥିବା କେବେ ବନ୍ଦ ନାଇଁ ହୁଏ ।


ମହମ୍ମଦ ଅଲ୍ଲୀ 

ବରିଷ୍ଠ ସାମ୍ବାଦିକ, 

ମୁଖ୍ୟ ସମ୍ପାଦକ "ତର୍ଜମା ନ୍ୟୂଜ"

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe