//BREAKING//
Loading...

ବିଶ୍ଵ ବନ ଦିବସ ପାଳିତ !


  ଭବାନୀାଟଣା:--( ତର୍ଜମା ନ୍ୟୁଜ )  କଳାହାଣ୍ଡି ଉତ୍ତର ବନ ଖଣ୍ଡ ଡି ଏଫ୍ ଓ ଙ୍କ ନେତୃତ୍ବରେ ବିଶ୍ଵ ବନ ଦିବସ ୨୦୨୩ ପାଳିତ ହୋଇଯାଇଛି । ଏହି ଅବସରରେ ଉତ୍ତର ବନ ଖଣ୍ଡ ଡି ଏଫ୍ ଓ ଶ୍ରୀ ଅନୁରାଗ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ଉତ୍ତର ବନ ଖଣ୍ଡ ଏ ସି ଏଫ୍ ଶ୍ରୀ ପ୍ରଭୁଦତ୍ତ ହିମାଂଶୁ ମିଶ୍ର ଏବଂ ଭବାନୀପାଟଣା ରେଞ୍ଜ ଅଧିକାରୀ ଶ୍ରୀ ପଦ୍ମନାଭ କୁମ୍ଭାର ସଭା ପରିଚାଳନା କରିଥିଲେ।


       ରେଞ୍ଜ ଅଞ୍ଚଳ ର ବିଭିନ୍ନ ଗ୍ରାମରୁ ଆସିଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ର ମହିଳା ମାନେ ଯୋଗଦାନ କରି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ସବ- ଡିଭିଜନ ସ୍ତରରେ ବୃକ୍ଷ ରୋପଣ କରି ଥିବା ଯୋଗୁଁ କେସିଙ୍ଗା ବ୍ଲକ ଅନ୍ତର୍ଗତ ଦେଓ ଗାଁ ୟୁଜି ହାଇସ୍କୁଲ କୁ ସରକାରଙ୍କ ପକ୍ଷରୁ ପୁରସ୍କୃତ କରାଯାଇ ଆର୍ଥିକ ଅନୁଦାନ ବାବଦକୁ ₹୧୦,୦୦୦/-- ପ୍ରଦାନ କରାଯାଇଥିଲା । ଏହି ବିଶ୍ଵ ବନ ଦିବସ ଅବସରରେ କିପରି ଭାବରେ ଜଙ୍ଗଲ ସଂରକ୍ଷଣ, ଉନ୍ନତି ଓ ବୃଦ୍ଧି କରାଯାଇ ପାରିବ ଆଲୋଚନା ହୋଇଥିଲା।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe