//BREAKING//
Loading...

ଭବାନିପାଟଣା ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା

 


ଭବାନିପାଟଣା:---( ତର୍ଜମା ନ୍ୟୁଜ )  ଜିଲ୍ଲା ପ୍ରଶାସନ କଳାହାଣ୍ଡି ଓ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ତରଫରୁ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଡି ଆଇ ଇ ଟି, ଭବାନୀପାଟଣା ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ୨୬ ଟି ନିଯୁକ୍ତି ଦାତା ସଂସ୍ଥା ଓ ୧୦ ଗୋଟି ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ଭାଗନେଇଥିଲେ, ଏହି କାର୍ଯ୍ୟକ୍ରମ ରେ ୨୩୫୦ ଜଣ ପ୍ରାଥୀ/ପ୍ରାଥୀନି ଭାଗନେଇଥିଲେ ଓ ସେମାନଙ୍କ ମଧ୍ୟ ରୁ ୧୦୪୫ ଜଣ ବିଭିନ୍ନ ନିଯୁକ୍ତିଦାତା ଙ୍କ ସହ ସହବନ୍ଧିତ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ  ଜିଲ୍ଲାପାଳ ଶ୍ରୀମତୀ  ପି ଅନ୍ଵେଷା ରେଡି ମୁଖ୍ୟ ଅତିଥି ଓ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ର କୁଳପତି ପ୍ରଫେସର ସଞ୍ଜୟ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ. 


ଏହି କାର୍ଯ୍ୟକର୍ମ କୁ ଜିଲ୍ଲା ନିୟୋଜନ ଅଧିକାରୀ ଅଜିତ କୁମାର ଉତ୍ତରାୟ ପରିଚାଳନା କରିଥିବା ବେଳେ ଡି ଆଇ ପି ଆର୍ ଓ  ମନୋଜ ବେହେରା, ଓର୍ମାସ ର ଡେପୁଟି ସି ଇ ଓ ଶ୍ରୀ ଜର୍ଜ କେର୍କେଟା ସହଯୋଗ କରିଥିଲେ।


 ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ କଳାହାଣ୍ଡି ର ଶ୍ରୀ ଉଦୟନ ମହାପାତ୍ର, ଶ୍ରୀ ଅମ୍ବୁଜ ତିୱାରୀ, ଶ୍ରୀ ପି, ସତୀଶ ଓ ଜିଲ୍ଲା ପ୍ରଶାସନ କଳାହାଣ୍ଡି ର ଅନ୍ୟାନ୍ୟ କର୍ମଚାରୀ କାର୍ଯ୍ୟକ୍ରମ ରେ ସକ୍ରିୟ ଭାଗ ନେଇ ସଫଳତାର ସହ ସମ୍ପନ୍ନ କରିଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe