ଜୟପୁର:----(ତର୍ଜମା ନ୍ୟୁଜ ) କୋରାପୁଟ ଜିଲ୍ଲା ଜୟପୁର ଠାରେ ମା ଘର ସୁରକ୍ଷା ସେନାର ରାଜ୍ୟ ଉପ ସଭାନେତ୍ରୀ ବିଷ୍ଣୁ ପ୍ରିୟା ସାହୁଙ୍କ ଅଧ୍ୟକ୍ଷତାରେ ଏକ ନବ ବିବାହିତ ଦମ୍ପତିଙ୍କ ମଧ୍ୟରେ ଥିବା ପାରିବାରିକ ବିବାଦର ଆପୋଷ ସମାଧାନ ସଂପନ୍ନ ହୋଇଛି ,ସୂଚନା ଅନୁସାରେ କୋରାପୁଟ ସ୍ଥିତ କଂହେଇ ପୁଟ ନିବାସୀ ତାରାପଦ ବିଶ୍ୱାସଙ୍କ ପୁଅ ତୁଷାର ବିଶ୍ୱାସ ଏବଂ ମାଲକାନଗିରି ନିବାସୀ ନାରାୟଣ ଦାସଙ୍କ ଝିଅ ସୁଖମଣି ଦାସ ବିବାହ କରିଥିଲେ କୌଣସି କାରଣ ବଶତଃ ଉଭୟ ପତିପତ୍ନୀଙ୍କ ମଧ୍ୟରେ ମତାନ୍ତର ମନାନ୍ତର ହୋଇ ପତ୍ନୀ ସୁଖମଣୀ ନିଜ ବାପ ଘର ମାଲକାନଗିରି ଚାଲିଯାଇଥିଲେ, ଏ ନେଇ ତୁଷାର ବିଶ୍ୱାସ ସମାଜସେବୀ ତଥା ମା ଘର ସୁରକ୍ଷା ସେନା ରାଜ୍ୟ ଉପ ସଭାନେତ୍ରୀଙ୍କୁ ହସ୍ତଖେପ କରି ଆପୋଷ ସମାଧାନ କରିବା ନିମନ୍ତେ ଲିଖିତ ଅନୁରୋଧ କରିଥିଲେ, ଆଜି ଶ୍ରୀମତୀ ସାହୁ ଉଭୟ ପକ୍ଷକୁ ଜୟପୁର ସ୍ଥିତ ନିଜ ବାସ ଭବନକୁ ଡାକି ପତିପତ୍ନୀଙ୍କ ମଧ୍ୟରେ ଥିବା କଳହକୁ ଦୂର କରିଥିଲେ ଏବଂ ସମାଜସେବୀ ସୁମିତ୍ରାନାୟକ ,ସମାଜସେବୀ ମୁକ୍ତା ସମରଥ, ଜିଲ୍ଲା ଉପଦେଷ୍ଟା ସନ୍ତୋଷ ପାତ୍ର,ଯୁବହିନ୍ଦୁ ମହାସଂଘ ରାଜ୍ୟ କାର୍ୟକାରି ସଭାପତି ଉଦିତ୍ ସାହୁ,ପୁଅର ବାପା,ମା,ବଡ ଭଉଣୀ,ଝିଅର ମାଙ୍କ ଉପସ୍ଥିତିରେ ଏକ ଚୁକ୍ତିନାମା ସ୍ବାକ୍ଷରିତ କରି ଉଭୟ ପରିବାର କିପରି ମିଳିମିଶି ଚଳିବେ ସେ ସଂପର୍କରେ ବୁଝାଇଥିଲେ ।
ଜୟପୁର:ମା ଘର ସୁରକ୍ଷା ସେନା ରାଜ୍ୟ ଉପ ସଭାନେତ୍ରୀଙ୍କ ହସ୍ତକ୍ଷେପ ପରେ ଏକ ପାରିବାରିକ ବିବାଦର ଆପୋଷ ସମାଧାନ ସଂପନ୍ନ
By: Tarzama News
0



Post a Comment