ଭବାନୀପାଟଣା:----(ତର୍ଜମା ନ୍ୟୁଜ ) କରୋନା ଛଡେଇ ନେଇ ଥିଲା ଅନେକ ଙ୍କ ଅମୂଲ୍ୟ ଜୀବନ । ଆଜି ବି ଝୁରି ହେଉଛନ୍ତି ପରିବାର ବର୍ଗ ଓ ବନ୍ଧୁ ବାନ୍ଧବ , ମନ ବୁଝୁ ନାହିଁ କାହାର । ପରଲୋକ ଗତ ଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳନ କରିଛନ୍ତି ପରିବାର ବର୍ଗ ନିଆରା ଢଙ୍ଗ ରେ । ପ୍ରବଳ ଖରା ଓ ଗରମ ଯୋଗୁଁ ବାଲାଜୀ ମନ୍ଦିର ଛକ ନିକଟରେ ଜଳଛାତ୍ର ଖୋଲି ଦିନ ତମାମ ଦହି ସରବତ ଓ ଲେମ୍ବୁ ପାଣି ବଣ୍ଟନ କରିଛନ୍ତି ପରିବାର ବର୍ଗ । ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ତା-୨୦-୦୪ ୨୦୨୧ ରେ ସ୍ଥାନୀୟ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଶ୍ରୀ ଗୋପୀନାଥ ନାୟକ ଓ ଶ୍ରୀମତୀ ଅଳ୍ପନା ନାୟକ ଙ୍କ ଛୋଟ ବହୁ ଆଇ ସି ସି ଆଇ ବ୍ୟାଙ୍କ୍ ଅଫିସର ଶ୍ରୀମତୀ ସୁମିତା ନାୟକ କୋରୋନା ମହାମାରୀ ରେ ଆକ୍ରାନ୍ତ ହୋଇ ରାଉରକେଲା ସ୍ଥିତ ଜେ, ପି, ହସ୍ପିଟାଲ ରେ ଚିକିତ୍ସା ଧିନ ଥିବା ବେଳେ ମାତ୍ର ୨୭ ବର୍ଷ ବୟସ ରେ ପରଲୋକ ଗମନ କରିଥିଲେ । ସ୍ଵାମୀ ସୁମନ୍ତ ନାୟକ ଓ ପରିବାର ବର୍ଗ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଜଳ ଛତ୍ର ଖୋଲି ଅମର ଆତ୍ମା ଙ୍କ ଶ୍ରୁତି କୁ ଚିରଦିନ ସାଇତି ରଖିଛନ୍ତି ।
ତେବେ କରୋନା ର ଦୁଃଖ କୁ ଭୁଲି ପାରୁ ନାହାଁନ୍ତି ଆଜିବି ପରିବାର ବର୍ଗ ବୋହୁ କୁ ଝିଅ ପରି ଭଲ ପାଉଥିବା ଶାଶୁ ଶ୍ଵଶୁର ଓ ସ୍ଵାମୀ ସୁମନ୍ତ ନାୟକ, ଶର୍ମିଷ୍ଠା ନାୟକ, ଜୟନ୍ତ ନାୟକ, ସତ୍ୟମ୍ ନାୟକ, ଅତନୁ ନାୟକ, ବଡ ବୋହୂ ସୁଜାତା ନାୟକ, ଅତ୍ରିଷ୍ଠା ଓ ଅନୁଭବ ଙ୍କ କୋହ ଭରା ଛଳ ଛଳ ଆଖିରେ ଶ୍ରଦ୍ଧାଞ୍ଜଳି ଦେବା ଘଟଣା ଅନେକ ଙ୍କ ହୃଦୟ ଭିତରେ କୋରୋନା ମହାମାରୀ ର ଉଗ୍ରରୂପ କୁ ସ୍ମରଣ କରେଇ ଦେଇଛି । ଏହି ଅବସର ରେ ସହର ର ବହୁ ବରିଷ୍ଠ ଓ ବିଶିଷ୍ଟ ଗଣ୍ୟ ମାନ୍ୟ ଅତିଥି ବୃନ୍ଦ ଯୋଗଦେଇ ଗଭୀର ଶ୍ରଦ୍ଧାଂଜଳି ଦେବା ସହ ପରିବାର ବର୍ଗ ଙ୍କୁ ସାନ୍ତ୍ଵନା ଦେଇଥିଲେ ।




Post a Comment