"କଂଗ୍ରେସ କେବେ ସୁଧୁରିବା"
(ଏକ ବିଶେଷ ଉପସ୍ଥାପନା)
ରାଜ୍ୟ କଂଗ୍ରେସ କେ ସୁଦୃଢ଼ କରିବା ପାଇଁ 180 ଜଣିଆ କାର୍ଯ୍ୟକାରୀ କମିଟି ଘୋଷଣା କରାଯାଇଛେ। ତେବେ ଆଜି ଜିଲ୍ଲା ର ଅବସ୍ଥା ଯାହା ସମଗ୍ର ରାଜ୍ୟର କଂଗ୍ରେସ ସାଙ୍ଗଠନିକ ଜିଲ୍ଲାର ଅବସ୍ଥା ମଧ୍ୟ ସମାନ । ଆମର ଜିଲ୍ଲାରୁ ଜନେ ଉପ ସଭାପତି, ଦୁଇ ଜଣ ସାଧାରଣ ସମ୍ପାଦକ ଓ ତିନି ଜଣ ସମ୍ପାଦକ ନିଯୁକ୍ତି ପାଇଛନ୍ । ଜନେ ତ୍ କଳାହାଣ୍ଡି ମାଟିର ବୋଝ, ସେ ବାବୁ ଦିଲ୍ଲୀ, ଭୁବନେଶ୍ୱର ବଡ ବଡ ନେତା ମାନକର ପାଖେ କାଡା ଖଦଡ ପିନ୍ଧି ବୁଲିଯିବା ଆର କମିଟି ଗଠନ ହେଲେ ନିଶ୍ଚେ ଥିବା , କଥା ହେବା ଯେ, ଏନ୍ତା ଧୋଡୁଥିବା ଯେ କଚ୍ଚା ନରକ୍ ଖାଏଲେ ବି ସତ୍ ନାଇଁ । ଖୁବ୍ ଟିଙ୍ଗାଲି, ହମ୍ ସବ ଜନତା ବ୍ରାଣ୍ଡ ର ଜନ୍ତୁ , କଚ୍ଚା ମୂରୁଖ ବି, ମାତର ଚାନ୍ଦା ମାଷ୍ଟର । ଆଉ ଜନେ କେବେ ବି କଂଗ୍ରେସ କେ ଭୋଟ ନାଇଁ ଦିଏ କିନ୍ତୁ ରାଜ୍ୟ ସ୍ତର ର କଂଗ୍ରେସ ନେତା ତାର ଡ୍ରେସ ଆର ଷ୍ଟାଇଲ ଦେଖିଦେଲେ ସରିଗଲା କଥା ସେଟା କେସିଙ୍ଗା ଅଞ୍ଚଳ ରେ ଧର୍ତ୍ତି କା ବୋଝ । ଇ ଏନ୍ତା ଲୋକ ମାନେ ଯଦି ରାଜ୍ୟ କମିଟି ରେ ରହେବେ ତେବେ ଆଜି କଂଗ୍ରେସ ର ଅବସ୍ଥା ଯାହା ଅଛେ ତାହା କାଲି, ପର ଦିନ ବି ରାହେବା ପରିବର୍ତ୍ତନ ହେବା ଅସମ୍ଭବ । ଅତୀତ ରେ ବି କିଛି ବୋଝ ମାନେ ରାଜ୍ୟ କମିଟି ରେ ନିଯୁକ୍ତି ପାଇଥିଲେ ତେବେ କୋଟା ପୁରିଗଲା କେ, କଂଗ୍ରେସ ଛାଡି କରି ଗଣ୍ଠେଇ କରି ଫେରାର ।
କଳାହାଣ୍ଡି ନୁ ଇନ୍ଦିରା ଗାନ୍ଧୀ ଅମଳ ରୁ ଯେତେ ନେତା ମାନେ ହିଛନ ଜନେ ଦୁଇ ଜନ କୁ ଛାଡି ବାକି ସବୁ ହାୱା ରେ ଜିତି ଥିଲେ । Rs 28,50 ଟିକେଟ ହେଟା ବି ଦୁସରା କିଏ ଟିକେଟ କାଟି ଦେଲେ ଆର ଟଙ୍କା 50 ଟା ଧରି ଭୁବନେଶ୍ୱର ରୋହିଣୀ ବସ ନେ ଯାଉଥିଲେ । ଜିତି କରି ମନ୍ତ୍ରୀ, ହେଲେ ସବୁ ସୁଖ ସୁବିଧା ପାଇଲେ ଆଜି କଂଗ୍ରେସ କେ ନାସ କରି କରି ନିଜେ ହଜାର ହଜାର କୋଟି ଟଙ୍କାର ମାଲିକ । ଆର ସଚା କଂଗ୍ରେସ କର୍ମୀ ତାର ତିନି ପିଢ଼ି ଜୟ କଂଗ୍ରେସ ଜୟ କଂଗ୍ରେସ ରଡ଼ି କରି ବର୍ବାଡ ହିଗଲେ। କଂଗ୍ରେସ କେ ନାସ କରି ନିଜର ଘର୍ ଭରୁ ନେତା ମାନେ କଂଗ୍ରେସ କେ ଉଦ୍ଧାର କରାବେ ଇଟା ଦିନ ବେଳେ ସପନ ଦେଖଲା ପରା । ସତ୍ ପିତା ଲାଗସି, ମୁଇଁ ତ୍ କାହାକେ ବ୍ୟକ୍ତିଗତ ଭାବରେ ଆକ୍ଷେପ ନାଇଁ କରେଁ କିନ୍ତୁ ଇଟା ବି ସତ୍ ଏ ଯେତେ ବେଳେ କଂଗ୍ରେସ ତିଆରି କରିବା ର ସୁଯୋଗ ଥିଲା ସେତେ ବେଳେ ନିଜେ ତିଆରି ହି ଗଲେ ଭୁବନେଶ୍ୱର ରେ ଘର୍ ସମ୍ପତ୍ତି କଲେ କଳାହାଣ୍ଡି ର କଂଗ୍ରେସ କର୍ମୀ ଆର କଳାହାଣ୍ଡି ମାଏଟ୍ କେ ପାସରି ଗଲେ ଯାର ପରିଣାମ ଆଜି ଜିଲ୍ଲା ନେ କଂଗ୍ରେସ ଦଳ ଭୋଗୁଛେ । ଆଉ ବିରୋଧୀ ଦଳର ଔକାତ୍ ନାଇଁ କଂଗ୍ରେସ କେ ହରାବା କେ, ଆଜି କଂଗ୍ରେସ ହିଁ କଂଗ୍ରେସ ର ଶତ୍ରୁ । ମାନଲେ ଭଲ ନାଇଁ ମାନଲେ ବି ଭଲ। ଆଜି ବି ସମୟ ଅଛେ, ରାଜ୍ୟର ବରିଷ୍ଠ ନେତା ମାନେ ନିଜର ଆତ୍ମ ଚିନ୍ତନ କରନ, ଦଳ କୁ ତଳ ସ୍ତର ରୁ ସୁଦୃଢ଼, ମଜବୁତ୍ କରବା ପାଇଁ ନିଜର ସ୍ବାର୍ଥ ତ୍ୟାଗ କରନ, ନିଜର ଆତ୍ମ ଗର୍ବ କୁ କଂଗ୍ରେସ ଦଳର ସାଧାରଣ କର୍ମୀ, ଶୁଭ ଚିନ୍ତକ ପାଖରେ ସମର୍ପଣ କରି ଦିଅନ, ସ୍ୱାର୍ଥପର,ଓ ଚାଟୁ କାର ମାନଙ୍କ ଘେର ରୁ ବାହାରି ସଚ୍ଚୋଟ କଂଗ୍ରେସ କର୍ମୀ ଓ ପରିବାର ଙ୍କୁ ଉଚିତ୍ ସମ୍ମାନ, ମର୍ଯ୍ୟାଦା ଓ ଦାୟୀତ୍ବ ଦିଅନ, ଓ ପ୍ରକୃତ କଂଗ୍ରେସ ର ନୀତି, ଆଦର୍ଶ କୁ ଗ୍ରହଣ କରି ଦଳ ନିର୍ମାଣ ରେ ନିଜକୁ ସମର୍ପିତ କରନ ତେବେ ଯାଇ କଂଗ୍ରେସ ନିର୍ମାଣ ହେବା ନଚେତ୍ ଏବେ ତ୍ କଂଗ୍ରେସ ରେ କର୍ମୀ ନାଇନା, ସଭା ସମିତି ରେ ଭଡା ରେ ଅଣା ହେଉଛି ଆଗାମୀ ଦିନରେ କଂଗ୍ରେସ ରେ କେବଳ ହମ୍ ସବ ଜାନତା ନେତା ହିଁ ରହିବେ କର୍ମୀ ଗୋଟେ କି ଦଳ ତରଫରୁ କଂଗ୍ରେସ ସମର୍ଥିତ ୱାର୍ଡ ମେମ୍ବର ପ୍ରାର୍ଥୀ ହେବା ପାଇଁ ବି ଲୋକ ନାଇଁ ବାହାରନ।
ଶୁଭ ରାତ୍ରୀ।
ମହମ୍ମଦ ଅଲ୍ଲୀ ଖାଁ,
ବରିଷ୍ଠ ସାମ୍ବାଦିକ, କଳାହାଣ୍ଡି।



Post a Comment