//BREAKING//
Loading...

କୋରାପୁଟ ଜିଲ୍ଲାପାଳଙ୍କ ୩୮ ଗୋଟି ଅଭିଯୋଗ ଶୁଣାଣି

 କୋରାପୁଟ ଜିଲ୍ଲାପାଳଙ୍କ ୩୮ ଗୋଟି ଅଭିଯୋଗ ଶୁଣାଣି 



ଜୟପୁର:-----

(ତର୍ଜମା ବ୍ୟୁରୋ ନ୍ୟୁଜ )


ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ, କୋରାପୁଟ ଜନାବ୍ ଅବଦୁଲ ମହମ୍ମଦ ଅଖତର,ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପରିଷଦ କୋରାପୁଟ,ଶ୍ରୀ ଗୌରବ ଶିବାଜୀ ଈଶାଳୱର, ଜିଲ୍ଲା  ଆରକ୍ଷୀ  ଅଧିକାରୀ ଶ୍ରୀ ଅଭିନବ ସୋନକର, ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ଶ୍ରୀ ଅରୁଣ ପ।ଢି, ଉପଜିଲ୍ଲାପାଳ ଜୟପୁର ଶ୍ରୀ ବେଦବର ପ୍ରଧାନ, ଅଧ୍ୟକ୍ଷ ପୌରପାଳିକା ଜୟପୁର ଶ୍ରୀ ନରେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅଭିଯୋଗ ଶୁଣାଣିରେ ୯ ଗୋଟି ସାମୁହିକ ଓ ୨୯ ଗୋଟି  ବ୍ୟକ୍ତିଗତ ସମୁଦାୟ ୩୮ ଗୋଟି  ଅଭିଯୋଗ ଶୁଣାଣି ହୋଇଥିଲା ।

ଆଜି ବିଭିନ୍ନ ବିଷୟରେ ଅଭିଯୋଗ ଶୁଣାଣି ହୋଇ ଥିଲା ଯଥା-ଜମି ବିବାଦ,ପାନୀୟ ଜଳ ସମସ୍ୟା,ସ୍ଵାସ୍ଥ୍ୟଗତ ସମସ୍ୟା, ରାସ୍ତା ଘାଟ ସମସ୍ୟା, ବିଧବା ଭତ୍ତା, ଅବସର ପ୍ରାପ୍ତ ଭତ୍ତା, ଜାତିଗତ ପ୍ରମାଣ ପତ୍ର ନ ମିଳିବା,   ସରକାରୀ ସ୍କୁଲରେ ଶିକ୍ଷକର ଅଭାବ ସମସ୍ୟା, ଜୟପୁର ସରକାରୀ ବାଳିକା ବିଦ୍ୟାଲୟର ନିମ୍ନମାନର କାମ, କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ଙ୍କ ନାମରେ ଦୁର୍ନୀତି ଅଭିଯୋଗ, ପେପର ମିଲ୍  ମାଲିକ ନାମରେ ୮୨ ଲକ୍ଷ  ଆନୁତୋଷିକ ରାଶି ପ୍ରଦାନ  କରି ନ ଥିବା ଅଭିଯୋଗ, ରାଶନ କାର୍ଡ ନ ମିଳିବା ଓ  ବିଭିନ୍ନ ବିବାଦୀୟ ଅଭିଯୋଗ ଯେପରି ହୋଡ଼ିଂ ହଟାଇବା, ମଦ ଦୋକାନ ହଟାଇବା ଇତ୍ୟାଦି  ବିଷୟରେ ଆଜି ଅଭିଯୋଗ ଶୁଣାଣି କରି ଥିଲେ। ଭାରତୀୟ ଜନତା ପାର୍ଟି ଦୀର୍ଘ ଦିନ ଧରି ଯେଉଁ ଧାରଣା ରେ ବସିଛନ୍ତି ଆଜି ପ୍ରକଳ୍ପ ନିର୍ଦ୍ଦେଶକ, ଡି ଆର୍ ଡି ଏ କୋରାପୁଟଙ୍କୁ ଅର୍ଥନୀତି ଦୁର୍ନୀତି ବିଷୟରେ ଦାବିପତ୍ର ଦାଖଲ କରିଥିଲେ ।

ଗଙ୍ଗା ନଗର ଚୋରୀ ମକଦ୍ଦମାକୁ ସପ୍ତାହ ପୁରିଲାଣି କିନ୍ତୁ ଫଳ  ଶୂନ୍ୟ ଚୋରକୁ ଯଥା ଶୀଘ୍ର ଧରିବା ନିମନ୍ତେ  ଦରଖାସ୍ତକାରୀ ଅନୁରୋଧ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ସମନ୍ଵିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ, ଜୟପୁର  ଶ୍ରୀଗୋପୀନାଥ ସାରକା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟପୁର, ଶ୍ରୀ ରାଜୀବ ଦାସ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜୟପୁର, ଥାନା ଅଧିକାରୀ ଜୟପୁର ଟାଉନ ଓ ସଦର, TPSODLର କର୍ମକର୍ତ୍ତା, ବିଦ୍ୟୁତ ବିଭାଗର କର୍ମକର୍ତ୍ତ। ଜିଲ୍ଲା ଖାଉଟି ଓ ଯୋଗାଣ ଅଧିକାରୀ, ଅତିରିକ୍ତ ଜିଲ୍ଲା ଖାଉଟି ଓ ଯୋଗାଣ ଅଧିକାରୀ ଶ୍ରୀ ସୁନିଲ କୁମାର ଜେନା, ଜୟପୁର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଜୟପୁର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦ।  ଗ।ଦବ। ଓ ସମସ୍ତ ବିଭାଗୀୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହିଥିଲେ ।


ଜୟପୁର ରୁ ବିଷ୍ଣୁ ପ୍ରିୟା ସାହୁ ଙ୍କ ରିପୋର୍ଟ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe