//BREAKING//
Loading...

କୃଷି ସହ ଜଡ଼ିତ ଓଡ଼ିଆଙ୍କ କୃଷି ଦିବସ.... ଅକ୍ଷୟ ତୃତୀୟା ପାଳିତ।




 କୃଷି ସହ ଜଡ଼ିତ ଓଡ଼ିଆଙ୍କ କୃଷି ଦିବସ.... ଅକ୍ଷୟ ତୃତୀୟା ପାଳିତ।

ଧର୍ମଗଡ:----

(ତର୍ଜମା ବ୍ୟୁରୋ ନ୍ୟୁଜ )


ଧର୍ମଗଡ ବ୍ଲକ ଡ଼ୁମେରଗୁଡା ପଞ୍ଚାୟତ କେରମୁଣ୍ଡା ଗ୍ରାମ ଠାରେ ଅକ୍ଷୟ ତୃତୀୟା କୃଷି ଦିବସ ଅନୁଷ୍ଠିତ ହୋଇଯାଇଛି।ଧର୍ମଗଡ ବ୍ଲକ କୃଷକ ପରାମର୍ଶ କମିଟି (ଆତ୍ମା) ର ଅଧ୍ୟକ୍ଷ ଥବିର ପ୍ରସାଦ ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ  ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଧର୍ମଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଶୀ, ସମ୍ମାନିତ ଅତିଥିଭାବେ କୁସୁମଖୁଣ୍ଟି ଏସ,ଡି,ଓ ଭାଗିରଥି ପଣ୍ଡା,ପୂର୍ବତନ ସରପଞ୍ଚ ଡ଼ୁମେରଗୁଡା,ଶ୍ରୀ ସୁରେଶ ଭଇଁସାଲ,ଶ୍ରୀ ଦୟାନିଧି ମାଝୀ,ଶ୍ରୀ ଚିତ୍ତରଞ୍ଜନ ବେହେରା, ମନୋଜ ପଟ୍ଟଯୋଷୀ ଧର୍ମଗଡ ବ୍ଲକ ର ସମସ୍ତ ଭି.ଏ.ଡବ୍ଲୁ ଓ ସମସ୍ତ କୃଷକ ସାଥି ସହିତ କେରମୁଣ୍ଡା ଗ୍ରାମର ଅନେକ କୃଷକ ମାନେ ଯୋଗଦେଇଥିଲେ l ଅତିଥିମାନେ ମଞ୍ଚାସିନ ହୋଇ ଚାଷୀ ମାନଙ୍କୁ ଚାଷ ପ୍ରଣାଳୀ ବିଷୟରେ ବୁଝାଇଥିଲେ l ଧର୍ମଗଡ ଅଞ୍ଚଳ ର ଅନେକ ଚାଷୀ ଅଛନ୍ତି ସେମାନେ କିଛି ବି ସରକାରୀ ବ୍ୟବସ୍ଥା ପାଇ ପାରିନାହାନ୍ତି ସେମାନେ ସରକାରୀ ସୁବିଧା ସୁଯୋଗ ହାସଲ କରିବା ପାଇଁ ଯତ୍ନ ବାନ ହେବା ଆବଶ୍ୟକ ବୋଲି କହିଥିଲେ l ଏହି ଅଞ୍ଚଳରେ,ଧାନ ଚାଷ, କରଲା,ଟମାଟୋ,ବାଇଗଣ,କୋବି, ଭେଣ୍ଡି ଆହୁରି ଅନେକ ଚାଷ ଅଛି l ଚାଷୀମାନେ ଚାଷ କରୁଛନ୍ତି ହେଲେ କାରଣ ସେମାନେ ସୁବିଧା ପାଇ ପାରୁନାହାନ୍ତି l ପୁଣି କୃଷି ବିଭାଗ ର ଅଧିକାରୀ ମାନେ ଆଗମିଦିନରେ ସବୁକିଛି ସୁବିଧା ପାଇ ପାରିବେ ବୋଲି ମତ ରଖିଥିଲେ l

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe