ଜୟପୁର:------(ତର୍ଜମା ବ୍ୟୁରୋ ନ୍ୟୁଜ ) କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ଆମ୍ବାଗୁଡା ପଲିଟେକ୍ନିକ କଲେଜର 30 ଜଣିଆ ଛାତ୍ର ଟିମ ଏକ ଅଭିନବ ପ୍ରୟାସରେ ଏକ କାର ତିଆରି କରିଛନ୍ତି ଏହି ଟିମର ମୁଖ୍ୟ ଭୂମିକା 2021 ବେଚର ଫାଇନାଲିୟର ଛାତ୍ର ସୀମାଞ୍ଚଳ ନାୟକ ଅଛନ୍ତିଏହି କାରଟିରେ ମାରୁତି 800ର ଇଂଜିନ ଲାଗିଛି ଏବଂ ପଛରେ ଲାଗିଛି |
ଏହି କାରର ଚାରି ଚକା ଡିସ୍କ ବ୍ରେକ ଅଛି,ଏବଂ ଏହି କାରଟି 25ରୁ27 ମାଇଲେଜ ଦେବ ବୋଲି ଟିମ ମୁଖ୍ୟ ସୀମାଞ୍ଚଳ ନାୟକ କହିଛନ୍ତିଏହି କାରଟିକୁ ତିଆରି କରିବାକୁ ଏକ ମାସ ସମୟ ଲାଗିଛି,କାରଟିକୁ ତିଆରି କରି କଲେଜକୁ ହସ୍ତାନ୍ତର କରିଛନ୍ତି, ଯଦି ସରକାରୀ ସହାୟତା ମିଳନ୍ତା ତେବେ ଆହୁରି ଅନ୍ୟ ମଡେଲ ତିଆରି ହେଇପାରି ଥାନ୍ତା ବୋଲି ଟିମ ମୁଖ୍ୟ ସୀମାଞ୍ଚଳ ନାୟକ କହିଛନ୍ତିଏଥିରେ କଲେଜର ପ୍ରିନ୍ସପାଲ ଓ ଅନ୍ୟ ଲେକଚରର ମାନେ ଖୁସି ବ୍ୟକ୍ତ କରିଛନ୍ତି ।
ବିଷ୍ଣୁପ୍ରିୟା ସାହୁ ଙ୍କ ରିପୋର୍ଟ ।





Post a Comment