//BREAKING//
Loading...

ମାସ୍କ ବ୍ୟବହାର ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଜ୍ଞପ୍ତି ଜାରି




ଭୁବନେଶ୍ୱର:----

(ତର୍ଜମା ବ୍ୟୁରୋ ନ୍ୟୁଜ )


ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ମାସ୍କ୍ ବ୍ୟବହାର କୁ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ପତ୍ର ସଂଖ୍ୟା265/PH.COVID 2023 DT-24-04-2023 ଅନୁଯାୟୀ, ରାଜ୍ୟର ସମସ୍ତ  ଡ୍ୟୁଟି ସମୟରେ ସରକାରୀ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା  କର୍ମଚାରୀ,  ମିଟିଂ ରେ ଉପସ୍ଥିତ ଅଧିକାରୀ ଓ ସମସ୍ତ ଉପସ୍ଥିତ ବ୍ୟକ୍ତି ବିଶେଷ, କାର୍ଯ୍ୟରତ  କୋଠରୀ ମଧ୍ୟରେ ଥିବା ସମସ୍ତେ, ଡାକ୍ତର ଖାନା ପରିସର ରେ ଥିବା ସମସ୍ତ ପରୀକ୍ଷା ଗାର, ଲେବୋରୋଟରି, ଜନଗହଳି ସ୍ଥାନ, ସଂକ୍ରମଣ ଆଶଙ୍କା ଥିବା ସ୍ଥାନ କୁ ଗ୍ରସ୍ତ ସମୟରେ ଏବଂ ଇନ୍ଫ୍ଲୁଏଞ୍ଜା ଓ ଅସୁସ୍ଥ ଥିବା  ବ୍ୟକ୍ତି ପାଖରେ ମାକ୍ସ ବ୍ୟବହାର ବାଧ୍ୟଟା ମୂଳକ ଓ ସଚେତନ ରହିବା ପାଇଁ ବିଜ୍ଞପ୍ତି ରେ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ, ଡାକ୍ତରଖାନା ଓ ସ୍ଵାସ୍ଥ୍ୟ ବିଭାଗ ସହ ଜଡ଼ିତ ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କୁ ସୂଚନା ଦିଆ ଯାଇଛି । ସମ୍ପ୍ରତ୍ତି ଦେଶରେ କୋଭିଡ 19 ର ପୁନଃ ସଂକ୍ରମଣ ର ଆଶଙ୍କା ଥିବାରୁ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ଏହି ସତର୍କତା ମୂଳକ ବିଜ୍ଞପ୍ତି ପ୍ରକାଶ କରି ଥିବା ଜଣା ପଡିଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe