//BREAKING//
Loading...

ଜୟପାଟଣା ଠାରେ ମୁସଲିମ ଭାଇ,ଭଉଣୀ ଇଦ୍ ପର୍ବ ପାଳିତ ।



 ଜୟପାଟଣା ଠାରେ ମୁସଲିମ ଭାଇ,ଭଉଣୀ ଇଦ୍ ପର୍ବ ପାଳିତ  ।

 ଜୟ ପାଟଣା:---

(ତର୍ଜମା ନ୍ୟୁଜ )

   

    କଳାହାଣ୍ଡି ଜିଲ୍ଲା  ଜୟପାଟଣା ବ୍ଲକ ମୁସଲମାନ ସମ୍ପ୍ରଦାୟର ମୁସଲିମ ଭାଇ,ଭଉଣୀ ଙ୍କୁ ନେଇ ଶ୍ରଦ୍ଧା, ଭକ୍ତି, ଭାଇଚାରା ଓ ପ୍ରେମ ର ପବିତ୍ର  ଇଦ୍‌ ପର୍ବ  ମହା ସମାରୋହ ରେ ପାଳିତ ହୋଇଯାଇଛି। ଏକ ମାସ ଧରି ଚାଲିଥିବା ଏହି ପର୍ବର ରମଜାନ ମାସର ଅନ୍ତିମ ଦିନରେ ଶୁକ୍ରବାର ଦିନ ଶେଷ ଜୁମା ପାଳିତ ହୋଇଥିବା ବେଳେ  ଇଦ୍‌ର ଜହ୍ନ ଦେଖିବା ପରେ ଶନି ବାର ଦିନ ଇଦ୍‌ ପର୍ବ ପାଳିତ ହୋଇଛି । ଶନି ବାର ସକାଳ 8ଟା୩୦ ସମୟରେ ଜୟପାଟଣା ବ୍ଲକ ରେ ଥିବା ମସ୍‌ଜିଦରେ ମୂଖିଗୁଡା, କୋକସରା, ମିନଗୁର, ଗ୍ରାମ ରୁ ମୁସଲିମ ଧର୍ମାବଲମ୍ୱି ମାନେ ଆସି ବହୁ ସଂଖ୍ୟା ରେ ଭାଇଚାରା ର ଏହି ପର୍ବରେ ସମସ୍ତ ମୁସଲମାନ ସମ୍ପ୍ରଦାୟର ଭାଇ ,ଭଉଣୀ ମାନେ ଏକତ୍ରିତ ହୋଇ ସକାଳୁ  ମସ୍‌ଜିଦ୍‌ରେ ମୌଲାନା   ନମାଜ ପାଠ କରିବା ସହ ସ୍ଥାନୀୟ  ମସ୍‌ଜିଦରେ  ପରସ୍ପରକୁ ଅଭିନନ୍ଦନ ଜଣାଇ   ବଡ଼ ଖୁସି ରେ ଏକମାସ ଧରି ଉପବାସ ରହିବା ପରେ ଇଦ୍‌ ପାଳନ କରି ଭାଇଚାରାର ପର୍ବ ପାଳନ କରିଛନ୍ତି। ଏହି ଅବସର ରେ 

 ଆସରଫ ଅଲ୍ଲୀ, ଫକୀର ଖାଁ, ଜବାର ଖାଁ, ମୋଇନ ଅହେମଦ, ରା଼ଜା ଖାଁ, ସେହେଜାଦ ଅଲ୍ଲୀ,

ସୁନ୍ନି ମୁସଲିମ, ସଭାପତି :-ଈସୁଫ ଖାଁ,

ସାମ୍ପଦକ :-ନିବାସ ଅଲ୍ଲୀ

ହାଫିଜ ସାହବ,

ତରାଭି ନମାଜ ଅଳତାଫ ଖାଁ,

ଫିରୋଜ ଖାଁ, ମସୀମ ଖାଁ, ମୁଜିପି ଖାଁ, ଇଜାଜ ଖାଁ, ସମିମି ଅଲ୍ଲୀ,

ମେହେକ ବାନୁ, ସିଫାଆଫ୍ରିନ, ଅବଦୁଲ ଓହୀଦ ଖାନ ,ଅବଦୁଲ ସମୀର, ଅବଦୁଲ ଆମଜାଦ ଖାନ, ଅବଦୁଲ ଜାବେଦ ଖାନ, ସାରା ବିଶ୍ଵ ରେ ଶାନ୍ତି ଓ ଭାଇଚାରାର ପ୍ରତିଷ୍ଠା  ଲାଗି କାମନା କରିବାସହ ସମସ୍ତେ ପରସ୍ପର କୁ ଇଦ୍ ମୁବାରକ୍ ଜଣାଇ ଶୁଭେଛା ବାର୍ତ୍ତା ଦେଇ ଇଦ୍ ପର୍ବ ପାଳନ କରିଛନ୍ତି।                       

 

ଜୟପାଟଣା ରୁ ଅମଜାଦ ଖାଁ ଙ୍କ ରିପୋର୍ଟ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe