ମୃତ୍ୟର ଜାଲ ବିଛାଇଛି ଲାଲବାହିନୀ !! ବେନର ଜବତ ସହ ଦୁଇ ଡେଟୋନେଟର ନିଷ୍କ୍ରିୟ କଲା ପୋଲିସ !!!
ଭବାନୀପାଟଣା:-----
(ତର୍ଜମା ନ୍ୟୁଜ )
ଆଜି କଳାହାଣ୍ଡି ସମେତ ୭ ଟି ଜିଲ୍ଲାରେ ବନ୍ଦ ଡାକରା ଦେଇଛି ଲାଲବାହିନୀ।ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ନିଜର ଉପସ୍ଥିତି ଜାହିର କରିବା ସହ ୧୨ ଗୋଟି ଦାବି ନେଇ ଗତ ୮ ତାରିଖ ରୁ ୧୪ ତାରିଖ ପର୍ଯ୍ୟନ୍ତ ଅଧିକାର ଅଭିଯାନ ପାଳିବାକୁ ଜନ ସାଧାରଣ ଙ୍କୁ ଆହ୍ଵାନ କରିଥିଲା ଲାଲ ସଂଗଠନ।ଏହାସହ ମେ ୧୫ ତାରିଖ ରେ ୭ ଜିଲ୍ଲା କଳାହାଣ୍ଡି ,କନ୍ଧମାଳ, ବୌଦ୍ଧ, ନୟାଗଡ଼,ରାୟଗଡା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବନ୍ଦ କୁ ସଫଳ କରିବା ପାଇଁ ଆହ୍ଵାନ ଦେଇଥିଲେ ମାଓବାଦୀ।ଆଜି ଏହି ୭ ଟି ଜିଲ୍ଲାରେ ବନ୍ଦ ପାଳନ କରୁଛନ୍ତି ମାଓବାଦୀ ଯାହାର ପ୍ରଭାବ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ।ଭବାନୀପାଟଣା ରୁ ଥୁଆମୂଳ ରାମପୁର କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ସହର ଠାରୁ ମାତ୍ର ୫ କିଲୋମିଟର ଦୂରରେ ଥିବା କିଟପଦର ଛକ ନିକଟରେ ମାଓବାଦୀ ମାନେ ଗଛ ପକାଇ ରାଜ୍ୟ ରାଜପଥ ଅବରୋଧ କରିବା ସହ ପୋଷ୍ଟର ଲଗାଇ ବନ୍ଦ ପାଳନ କୁ ସମର୍ଥନ କରିବା କୁ ଜନ ସାଧାରଣ ଙ୍କୁ ଆୱାନ କରିଛନ୍ତି ମାଓ ସଂଗଠନ। ଏହାସହ ଗଛ ନିକଟରେ ମୃତ୍ୟର ଜାଲ ମଧ୍ୟ ବିଛାଇଛନ୍ତି ମାଓବାଦୀ।ଗଛ ନିକଟରେ ଡେଟୋନେଟର ଲଗାଇବା ସହ ମଦ ବୋତଲ ରେ ବାମ ଖଞ୍ଜି ଏକ ପ୍ରକାର ମୃତ୍ୟର ଜାଲ ବିଛାଇଥିବା ଦେଖିବାକୁ ମିଳିଛି।ଖବର ପାଇ ଘଟଣା ସ୍ଥଳରେ ବମ ସ୍କ୍ୱାର୍ଡ଼ ପହଞ୍ଚି ବୋମା କୁ ଜବତ କରିବା ସହ ବୋମା କୁ ନିଷ୍କ୍ରିୟ କରିବା ସହ ଗଛକୁ ରାସ୍ତାରୁ ହଟାଇବା ଫଳରେ ଯାତାୟତ ସ୍ୱାଭାବିକ ହୋଇଛି।
Post a Comment