ଅହଂକାର ଛାଡ଼ିଲେ ଓଡ଼ିଶାରେ କଂଗ୍ରେସ ଦଳ କୁ ସଫଳତା ମିଳିବ:---- ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ !!
ଭବାନୀ ପାଟଣା:---
(ତର୍ଜମା ବ୍ୟୁରୋ ନ୍ୟୁଜ )
ଝାରସୁଗୁଡ଼ା ଉପ ନିର୍ବାଚନ ରେ କଂଗ୍ରେସ ଦଳର ଶୋଚନୀୟ ପରାଜୟ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଭକ୍ତ ଚରଣ ଦାସ । ଓଡ଼ିଶାରେ କଂଗ୍ରେସ ଦଳ ଦୁର୍ବଳ ନେଇ ଆତ୍ମସମୀକ୍ଷାର ଅନୁଭବ ଦରକାର, ଅହଙ୍କାର ଛାଡି ଆମେ ଏକ ହୋଇପାରିଲେ ଏତେ କଥା ଶୁଣିବାକୁ ମିଳିବ ନାହିଁ ବୋଲି ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ସମ୍ପାଦକ, ପ୍ରବକ୍ତା, ବିହାର, ମଣିପୁର ଓ ମିଜୋରାମ ପ୍ରଭାରୀ ପୂର୍ବତନ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଭକ୍ତ ଚରଣ ଦାସ ପ୍ରକାଶ କରିଛନ୍ତି। ପରିସ୍ଥିତି ବଦଳିବାକୁ ମାତ୍ର ମାସେ ସମୟ ଲାଗିବ। ରେ
କର୍ଣ୍ଣାଟକରେ ଡେଡ୍ଲି କମ୍ବିନେସନ ଏକାଠି ହେବାରୁ ସଫଳତା ମିଳିଲା। ସିଦ୍ଦରମେୟା ବହୁତ ଲୋକପ୍ରିୟ, ଶିବକୁମାର ଦୃଢ଼ ସଂଗଠକ। ରାହୁଲ ଗାନ୍ଧିଙ୍କୁ ଅପମାନିତ କରାଯିବାର ପ୍ରଭାବ ବି ପଡ଼ିଲା। ପଲିଟିକାଲ ୱାର୍କ ଆଗରେ ଅର୍ଥ ଓ ବାହୁବଳ କାମ ଦେବନି ବୋଲି ଶ୍ରୀ ଦାସ କହିଛନ୍ତି।
କର୍ଣ୍ଣାଟକରେ କଂଗ୍ରେସର ବିଜୟ ନେଇ ଶ୍ରୀ ଦାସ ପ୍ରକାଶ କରିଛନ୍ତି ଯେ, କର୍ଣ୍ଣାଟକ ରେ 'ବେକାରୀ ସମସ୍ୟା, ଦରଦାମ ବୃଦ୍ଧି, ସୀମା ସମସ୍ୟା ଆଦି ଅନେକ ପ୍ରସଙ୍ଗ ଥିଲା। ଯାହାକି ରାହୁଲ ଗାନ୍ଧୀ ତାଙ୍କ ଭାରତ ଯୋଡ ଯାତ୍ରା ସମୟରେ ଏହି ପ୍ରସଙ୍ଗକୁ ଜନତାଙ୍କ ଆଗରେ ଉଠାଇଥିଲେ। ସମଗ୍ର ଭାରତ ବର୍ଷରେ ଏହାର ପ୍ରଭାବ ପଡ଼ିଛି। ସବୁଠୁ ବଡ଼ କଥା ହେଲା, ରାହୁଲ ଗାନ୍ଧୀଙ୍କୁ ଯେଉଁ ଭଳି ଭାବେ ଦୋଷୀ ସାବ୍ୟସ୍ତ କରାଯାଇ ସଂସଦରୁ ବାହାର କରିଦିଆଗଲା, ଏହା ପରେ ବିଜେପି ଶାସନରେ ଲୋକତନ୍ତ୍ରର ସ୍ଥାନ ନାହିଁ ବୋଲି ଜନତା ଜାଣିଗଲେ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି ।
Post a Comment