ଭାରତୀୟ ମଜଦୁର ସଂଘର ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ,
( ତର୍ଜମା ବ୍ୟୁରୋନ୍ୟୁଜ)
ଜୟପୁର:---- କୋରାପୁଟ ଜିଲ୍ଲାର ଭାରତୀୟ ମଜଦୁର ସଂଘର ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମ ଜୟପୁର ସ୍ଥିତ ପାରାବେଡା ସରସ୍ବତୀ ଶିଶୁମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଅଛି । ବି ଏମ୍ ଏସ୍ ଅଧ୍ୟକ୍ଷ ଶ୍ରୀ ଏ .ଭିମାରାଓଙ୍କ ସଭାପତିତ୍ବରେ ଏହି ଦୁଇ ଦିନିଆଁ ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜୟପୁର ଡେପୁଟୀ ଲେବର କମି ରେଶନର ଶ୍ରୀ ପ୍ରସନ୍ନ ପାଣିଗ୍ରାହୀ ଯୋଗ ଦେଇ ଶ୍ରମିକ ମାନଙ୍କ ନିମନ୍ତେ ସରକାର ଙ୍କ ଦ୍ୱାରା ଯାହା ସମସ୍ତ ସୁବିଧା ରହିଛି ଉକ୍ତ ବିଷୟରେ ଆଲୋକପାତ କରାଇଥିଲେ । ଜିଲ୍ଲା ବି. ଏମ୍. ଏସ. ସମ୍ପାଦକ ଶ୍ରୀ ବିରଞ୍ଚି ନାରାୟଣ ଷଡ଼ଙ୍ଗୀ ଏହି ସଭାକୁ ପରିଚାଳନା କରିଥିଲେ। ଗତ କାର୍ଯ୍ୟକାରିଣୀ ବୈଠକରେ ବିଭିନ୍ନ କାର୍ଯ୍ୟ ବିଷୟରେ ସମ୍ପାଦକ ଉପସ୍ଥିତ ସଦସ୍ୟ ମାନଙ୍କୁ ବୁଝାଇ ଥିଲେ । ଏବଂ କାର୍ଯ୍ୟକ୍ଷମ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଆସନ୍ତା ଜୁଲାଇ ୨୩ ବି. ଏମ୍. ଏସ୍.ପ୍ରତିଷ୍ଠା ଦିବସ ଆସନ୍ତା ଅଗଷ୍ଟ ୨୮ ତାରିଖରେ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ଏବଂ ଆସନ୍ତା ସେପ୍ଟେମ୍ବର ୧୭ ରେ ରାଷ୍ଟ୍ରୀୟ ଶ୍ରମ ଦିବସ ଜିଲ୍ଲାରେ ମହାସମାରୋହରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଗଲା। ଓ ଅସଂଗଠିକ କ୍ଷେତ୍ରର ଏକଜୁଟ ସଫେଇ କର୍ମଚାରୀ, ନିର୍ମାଣ ଶ୍ରମିକ, ମାନଙ୍କୁ ଏକଜୁଟ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଆଜିର ଏହି ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ଅଭ୍ୟାସ ବର୍ଗ ରେ ୧୪ ଟି ବ୍ଳକ ରୁ ପ୍ରାୟ ୧୦୦ ଜଣ ଶ୍ରମିକ ଭାଗ ନେଇଛନ୍ତି । ଏହି ଅଭ୍ୟାସ ବର୍ଗ ଦୁଇ ଦିନ ଧରି ଚାଲିବ। ଆଜିର ବୈଠକରେ ଜିଲ୍ଲା ପ୍ରଭାରୀ ଶ୍ରୀ ପ୍ରହ୍ଲାଦ ନାୟକ, ଉପଦେଷ୍ଟା ଶ୍ରୀ ସୁଧାଂଶୁ କୁମାର ପାଢ଼ୀ, ଆଲୋକ ଖରା,ସ୍ୱର୍ଣ୍ଣଲତା ପଣ୍ଡା,ସଞ୍ଜୁକ୍ତା ସାହୁ, ଜିମିମା ଖରା ପ୍ରମୁଖ ଉପସ୍ଥିତ ରହିଥିଲେ।

Post a Comment