//BREAKING//
Loading...

ଟଙ୍କା ଓ କାର ସହ ତିନି ଜଣ ଗିରଫ !!! ଜୟପୁର:--- (ତର୍ଜମା ବ୍ୟୁରୋ ନ୍ୟୁଜ) କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅଧିକାରୀ ଶ୍ରୀ ଇଶ୍ୱର ତାଣ୍ଡି ଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତକାଲି ୬:୨୫ ମି ସନ୍ଧ୍ୟା ସମୟରେ ଜୟପୁର ଏସ୍.ଆଇ. ଆମ୍ବାଗୁଡା କୋଲ୍ଡ ଷ୍ଟୋର ନିକଟରେ ପାଟ୍ରୋଲିଂ କଲାବେଳେ ୨୬ ନମ୍ବର ଜାତୀୟ ରାଜପଥରେ ପ୍ରାୟ ସନ୍ଧ୍ୟା ୭:୨୦ ସମୟରେ ଗୋଟିଏ ମାରୁତି-ସୁଜିକ୍ କାର୍ ସେଠାରେ ଠିଆ ହୋଇଥିଲା ଯାହାର ନମ୍ବର ଆର୍ ଜେ୨୭ସିଜି୫୩୨୨ ଏବଂ ନବରଙ୍ଗପୁର ପାର୍ଶ୍ୱରୁ ଆସୁଥିବା ଜଣା ପଡୁଥିଲା । କାର୍ ଭିତରେ ତିନି ଜଣ ବ୍ୟକ୍ତି ଯଥା ନରେଶ ସାଲଭି , କାର୍ ର ଡ୍ରାଇଭର୍ କରଣ ସିଂ ରାଣାୱତ, ଦୁଇ ଜଣ ବାହାର ରାଜ୍ୟ ରାଜସ୍ତାନ ର ହୋଇଥିବା ବେଳେ ଧବୁଲୁ ହରିଜନ ଜୟପୁର ଏରିଆ ର ବୋଲି ଜଣାପଡିଛି । ସେମାନେ ବହୁ ଦୂରରୁ ଭ୍ରମଣ ଉଦ୍ଦେଶ୍ୟରେ ଆସୁଥିବା ହେତୁ ପୋଲିସ୍ ସନ୍ଦେହ କରି ପଚାରିବାରୁ ସେମାନେ ତାଙ୍କ ର ବିସ୍ତୃତ ବିବରଣୀ ଦେଇଥିଲେ । ନିରନ୍ତର ପଚରାଉଚରା ବେଳେ ସେମାନେ ଗଂଜେଇ ସଂଗ୍ରହ କରୁଥିବା ସ୍ୱୀକାର ମଧ୍ୟ କରିଥିଲେ ଏବଂ ଗତ ୪୩ ଦିନ ହେଲା ଏହି ଅଂଚଳ ରେ ସେମାନେ ରହି ଆସୁଥିଲେ । ଧବୁଲୁ ହରିଜନ ମାଧ୍ୟମରେ ପୂର୍ବ ରୁ ବହୁବାର ଗଂଜେଇ ସଂଗ୍ରହ କରୁଥିଲେ । ବର୍ତ୍ତମାନ ୬୦ ହଜାର ଟଙ୍କା ଧବୁଲୁକୁ ଅଗ୍ରୀମ ଗଂଜେଇ କିଣିବା ନିମନ୍ତେ ଦେଇଥିଲେ ବୋଲି ପୋଲିସ ସୂଚନା ଦେଇଛନ୍ତି । ଏହି ମାମଲାରେ ଉକ୍ତ କାର୍ କୁ ଯାଞ୍ଚ କରିବାରୁ ସେଥିରେ ନଗଦ ୧୫ହଜାର ୨ଶହ ଟଙ୍କା ସହ ୫ ଟି ମୋବାଇଲ୍ ଫୋନ ଏବଂ ବ୍ୟବହାର ହେଉଥିବା କାର୍ କୁ ମଧ୍ୟ ଜବତ କରି ତିନି ଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ସଦର ପୋଲିସ୍ ସୂଚନା ଦେଇଛନ୍ତି ।


 ଟଙ୍କା ଓ କାର ସହ ତିନି ଜଣ ଗିରଫ !!!

 ଜୟପୁର:---

(ତର୍ଜମା ବ୍ୟୁରୋ ନ୍ୟୁଜ)


କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅଧିକାରୀ ଶ୍ରୀ ଇଶ୍ୱର ତାଣ୍ଡି ଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତକାଲି ୬:୨୫ ମି ସନ୍ଧ୍ୟା ସମୟରେ ଜୟପୁର ଏସ୍.ଆଇ. ଆମ୍ବାଗୁଡା କୋଲ୍ଡ ଷ୍ଟୋର ନିକଟରେ ପାଟ୍ରୋଲିଂ କଲାବେଳେ  ୨୬ ନମ୍ବର ଜାତୀୟ ରାଜପଥରେ ପ୍ରାୟ ସନ୍ଧ୍ୟା ୭:୨୦ ସମୟରେ ଗୋଟିଏ ମାରୁତି-ସୁଜିକ୍ କାର୍ ସେଠାରେ ଠିଆ ହୋଇଥିଲା ଯାହାର ନମ୍ବର ଆର୍  ଜେ୨୭ସିଜି୫୩୨୨ ଏବଂ ନବରଙ୍ଗପୁର ପାର୍ଶ୍ୱରୁ ଆସୁଥିବା ଜଣା ପଡୁଥିଲା । କାର୍ ଭିତରେ ତିନି ଜଣ ବ୍ୟକ୍ତି ଯଥା ନରେଶ ସାଲଭି , କାର୍ ର ଡ୍ରାଇଭର୍ କରଣ ସିଂ ରାଣାୱତ, ଦୁଇ ଜଣ ବାହାର ରାଜ୍ୟ ରାଜସ୍ତାନ ର ହୋଇଥିବା ବେଳେ ଧବୁଲୁ ହରିଜନ ଜୟପୁର ଏରିଆ ର ବୋଲି ଜଣାପଡିଛି । ସେମାନେ ବହୁ ଦୂରରୁ ଭ୍ରମଣ ଉଦ୍ଦେଶ୍ୟରେ ଆସୁଥିବା ହେତୁ ପୋଲିସ୍ ସନ୍ଦେହ କରି ପଚାରିବାରୁ  ସେମାନେ ତାଙ୍କ ର ବିସ୍ତୃତ ବିବରଣୀ ଦେଇଥିଲେ ।  ନିରନ୍ତର ପଚରାଉଚରା ବେଳେ ସେମାନେ  ଗଂଜେଇ ସଂଗ୍ରହ କରୁଥିବା ସ୍ୱୀକାର ମଧ୍ୟ କରିଥିଲେ ଏବଂ ଗତ ୪୩ ଦିନ ହେଲା ଏହି ଅଂଚଳ ରେ ସେମାନେ ରହି ଆସୁଥିଲେ । ଧବୁଲୁ ହରିଜନ ମାଧ୍ୟମରେ ପୂର୍ବ ରୁ ବହୁବାର ଗଂଜେଇ ସଂଗ୍ରହ କରୁଥିଲେ । ବର୍ତ୍ତମାନ ୬୦ ହଜାର ଟଙ୍କା ଧବୁଲୁକୁ ଅଗ୍ରୀମ ଗଂଜେଇ କିଣିବା ନିମନ୍ତେ ଦେଇଥିଲେ ବୋଲି ପୋଲିସ ସୂଚନା ଦେଇଛନ୍ତି । ଏହି  ମାମଲାରେ ଉକ୍ତ କାର୍ କୁ ଯାଞ୍ଚ କରିବାରୁ ସେଥିରେ ନଗଦ ୧୫ହଜାର ୨ଶହ ଟଙ୍କା ସହ ୫ ଟି ମୋବାଇଲ୍ ଫୋନ ଏବଂ ବ୍ୟବହାର ହେଉଥିବା କାର୍ କୁ ମଧ୍ୟ ଜବତ କରି ତିନି ଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ସଦର ପୋଲିସ୍ ସୂଚନା ଦେଇଛନ୍ତି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe