//BREAKING//
Loading...

ଆଧାର କାର୍ଡ ଅପଡେଟ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ଵତନ୍ତ୍ର କ୍ୟାମ୍ପ !!!



 ଆଧାର କାର୍ଡ ଅପଡେଟ ନିମନ୍ତେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ଵତନ୍ତ୍ର କ୍ୟାମ୍ପ !!!

ଭବାନୀପାଟଣା:----

(ତର୍ଜମା ନ୍ୟୁଜ )

 10 ବର୍ଷ ପୂର୍ବରୁ ପଞ୍ଜୀକରଣ କରାଯାଇ ଆଧାର ପାଇଥିବା ବ୍ୟକ୍ତିମାନଙ୍କ  ଆଧାର କାର୍ଡ ରେ ପରିଚୟ ପ୍ରମାଣ ଓ ଠିକଣା ପ୍ରମାଣକୁ ସଂଯୋଗ କରିବା ପ୍ରକ୍ରିୟାକୁ “ଆଧାର ଡକୁମେଣ୍ଟ ଅପଡେଟ” କୁହାଯାଏ । ଏହି ଉପଲକ୍ଷେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପୁରୁଣା କୋଠାରେ ଏକ ସ୍ଵତନ୍ତ୍ର କ୍ଯାମ୍ପ ଖୋଲାଯାଇଛି  । ସମସ୍ତ ସରକାରୀ ଅଧୀକାରୀ ଓ କର୍ମଚାରୀ ଏହାର ସୁଯୋଗ ନେଇ ନିଜର ଆଧାର ଅପଡେଟ କରାନ୍ତୁ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟ ପାଇଁ ଆଧାର କାର୍ଡ ଅନିବାର୍ଯ୍ୟ ହୋଇଛି । ଏହି ସ୍ଵତନ୍ତ୍ର କ୍ୟାମ୍ପ ରେ ଗଣମାଧ୍ୟମ ପ୍ରତିନିଧି ଆସି ଆଧାର ଅପଡେଟ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ଏହି ସ୍ଵତନ୍ତ୍ର କ୍ୟାମ୍ପ ବ୍ୟତୀତ ଆଧାରରେ ନିଜର ମୋବାଇଲ ନମ୍ବର ସଂଯୋଗ ଥାଏ ତେବେ ଅନଲାଇନରେ myaadhaar.uidai.gov.in  ପୋର୍ଟାଲ ମାଧ୍ୟମରେ ନିଜ ଡକୁମେଣ୍ଟ ଅପଡେଟ କରିପାରିବେ । ଆଧାର ଅପଡେଟ ପାଇଁ ବ୍ଲକ ମାନଙ୍କ ଦ୍ଵାରା ପଞ୍ଚାୟତ ଓ ଗ୍ରାମସ୍ତରରେ  କରାଯାଇଥିବା କ୍ୟାମ୍ପ , ଏନ.ଏ.ସି ଓ ମୁନିସିପାଲିଟି ଅଞ୍ଚଳରେ କରାଯାଇଥିବା କ୍ୟାମ୍ପ , କେତେକ ନିର୍ଦ୍ଦିଷ୍ଟ ବ୍ୟାଙ୍କ / ପୋଷ୍ଟ ଅଫିସ /ଜନସେବା କେନ୍ଦ୍ର ରେ ଆଧାର ଅପଡେଟ 50 ଟଙ୍କା ଦେୟରେ କରାଯାଉଛି  । ସମସ୍ତଙ୍କୁ ଅନୁରୋଧ ଏହାର ସୁଯୋଗ ଦେଇ ନିଜର ଆଧାର ଅପଡେଟ କରାନ୍ତୁ  ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe