ନିର୍ଦ୍ଵନ୍ଦରେ ରାୟଗଡା ଟ୍ରକ ଆସୋସିଏସନ୍ ର ସଭାପତି ହେଲେ କୋଣ୍ଡାବାବୁ !!!
ରାୟଗଡ଼ା:-----
(ତର୍ଜମା ନ୍ୟୁଜ )
ରାୟଗଡ଼ା ଜିଲ୍ଲା ଟ୍ରକ ଆସୋସିଏସନର ଆଜି ନିର୍ଦ୍ଵନ୍ଦରେ ସଭାପତି ଭାବେ ୟେଲ୍ଲା କୋଣ୍ଡାବାବୁ ବିଜୟ ଲାଭ କରୀ ବର୍ତ୍ତମାନ ଆଜିଠାରୁ ରାୟଗଡ଼ ଟ୍ରକ ମାଲିକ ସଂଘ ର ସଭାପତି ପଦ ଗ୍ରହଣ କରିଛନ୍ତି । ଗତକାଲି ରାୟଗଡ଼ ଟ୍ରକ ୟୁନିଅନର ନାମାଙ୍କନ ପତ୍ର ଦାଖଲ ସମୟ ଦିନ ଅପରାହ୍ନ 12 ଟା ରୁ 3 ଟା ପର୍ଯ୍ୟନ୍ତ ଥିବା ବେଳେ ଆଜି କେବଳ ସଭାପତି ପଦ ପାଇଁ ୟେଲ୍ଲା କୋଣ୍ଡାବାବୁ ନାମାଙ୍କନ ଦାଖଲ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ପାଇଁ ରାମ ମୋହନ ରାଓ, ସାଧାରଣ ସମ୍ପାଦକ ପାଇଁ କେ ଜାନିକି ରାମୟା ଉପସଭାପତି ପାଇଁ କେ ସୂର୍ୟା ଓ ଧରମା, ଯୁଗ୍ମ ସମ୍ପାଦକ ପାଇଁ ଏମ ଭାନୁ ପ୍ରସାଦ ଓ ସୁଧା ମୁଦୁଲି, କୋଷାଧ୍ୟକ୍ଷ ପାଇଁ ଭି ପ୍ରସାଦ ଓ ପ୍ରଶାନ୍ତ ସାମଲ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନାମାଙ୍କନ ପତ୍ର ଦାଖଲ ର ଶେଷ ସମୟ ଆଜି ଦିନ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ଥିବା ବେଳେ ଅନ୍ୟ କୌଣସି ବ୍ୟକ୍ତି ନାମାଙ୍କନ ପତ୍ର ଦାଖଲ କରିନଥିଲେ ଫଳରେ ୟୁନିଅନର ସଭାପତି ଭାବେ ନିର୍ଦ୍ଵନ୍ଦରେ କୋଣ୍ଡାବାବୁ ନିର୍ବାଚିତ ହୋଇଛନ୍ତି । ନିୟମାନୁଯାୟୀ ଆଜି ବିଧିବଦ୍ଧ ଭାବେ ଏହାର ଘୋଷଣା ହେବାପରେ ଆଜି ଦିନ 10 ଟା ବେଳେ କୋଣ୍ଡା ବାବୁ ଓ ଅନ୍ୟ ସମସ୍ତ ବିଜୟୀ ପ୍ରାର୍ଥୀ ମା ମଝିଘରିଆଣୀ ମନ୍ଦିର କୁ ଯାଇ ମାଙ୍କ ଆଶୀର୍ବାଦ ନେଇ ଏକ ବୃହତ୍ ରାଲିରେ ୟୁନିଅନର କାର୍ଯ୍ୟାଳୟ କୁ ଯାଇ ସେଠାରେ ସେ ପ୍ରଥମେ ସଭାପତି କାର୍ଯ୍ୟଭାର ଗ୍ରହଣ କରିଥିଲେ।
Post a Comment