ଉପଭୋକ୍ତା ଙ୍କୁ ଆର୍ଥିକ ଶୋଷଣ ର ଅନ୍ୟ ନାମ ଟାଟା ପାୱାର!!!
ଚକ୍ରଵୄଦ୍ଧି ହାର ରେ ବିଦ୍ୟୁତ
ଭବାନୀପାଟଣା:-----
( ତର୍ଜମା ବ୍ୟୁରୋ ନ୍ୟୁଜ )
ରାଜ୍ୟ ସରକାର ଓ ଟାଟା ପାୱାର ମିଳିତ ଭାବେ ବିଦ୍ୟୁତ୍ ବଣ୍ଟନ, ବିତରଣ ଓ ବିଦ୍ୟୁତ୍ ବିଲ ଆଦାୟ ଗତ ଡ଼ିସେମ୍ବର 2021 ରୁ ନେଇଛନ୍ତି । ଏଥିରେ ଟାଟା ପାୱାର ର 51% ଅଂଶଧନ ରହିଛି । ଏଥି ପୂର୍ବରୁ ରିଲାଏନ୍ସ ଦୀର୍ଘବର୍ଷ ଧରି ରାଜ୍ୟ ରେ ବିଦ୍ୟୁତ୍ ବିତରଣ ଓ ବିଲ ଆଦାୟ ଦାୟୀତ୍ବ ନେଇଥିଲା । ସେହି ସଂସ୍ଥା ରାଜ୍ୟ ସରକାର ଙ୍କ ନିକଟରେ ହଜାର ହଜାର କୋଟି ଟଙ୍କା ଟେକ୍ସ ବାବଡ କୁ ବକେୟା ରଖି ଆଜି ଯାଏଁ ପୈଠ କରିନାହିଁ କିମ୍ବା ରାଜ୍ୟ ସରକାର କିପରି ଭାବେ ଏହି ଅର୍ଥ ଆଦାୟ କରାଯିବ ଚିନ୍ତା ମଧ୍ୟ କରି ନାହାନ୍ତି । ଅନ୍ୟ ପକ୍ଷରେ ଟାଟା ପାୱାର ରାଜ୍ୟର ବିଦ୍ୟୁତ୍ ବିତରଣ, ବିଲ ଆଦାୟ ନାଁ ରେ ଉପବୋକ୍ତା ମାନଙ୍କ ପାଖରୁ ମାସିକ ଚକ୍ର ବୃଦ୍ଧି ହାର ରେ ବିଲ ଆଦାୟ କରିବା ସହ ଦେଶ ର ସମସ୍ତ ନିୟମ କୁ ଉଲ୍ଲଂଘନ କରିଥିବା ଜଣା ପଡିଛି ।
ଦେଶରେ କୌଣସି ଅର୍ଥ ନୈତିକ ସଂସ୍ଥା, ବ୍ୟାଙ୍କ୍, ସ୍ଵୟଂ ସହାୟକ ଗୋଷ୍ଠୀ କୁ ଋଣ ପ୍ରଦାନ କାରୀ ସଂସ୍ଥା କିମ୍ବା ସମବାୟ ସମିତି ସମୂହ ମୂଳ ବକେୟା ଟଙ୍କା ଆଦାୟ ଉପରେ ପ୍ରତ୍ୟେକ ମାସ ରେ DPS ବା ଡ଼ିଲେ ସରଚାର୍ଜ୍ ଫିଜ ଆଦାୟ କରନ୍ତି ନାହିଁ କିମ୍ବା ଏହିପରି ଚକ୍ରବୃଦ୍ଧି ହାର ରେ ବକେୟା ଟଙ୍କା ଆଦାୟ କରିବା ର କୌଣସି ନିୟମ ନାହିଁ । ତେବେ ଟାଟା ର ଏତିକି ପାୱାର ହେଇଛି ଯେ, ଦେଶର ସମସ୍ତ ଅର୍ଥ ନୈତିକ ନିୟମ ଓ ବ୍ୟାଙ୍କିଙ୍ଗ ନିୟମ କୁ କୌଣସି ଖାତିରି ନ କରି ବକେୟା ବିଦ୍ୟୁତ୍ ବିଲ ଉପରେ DPS (ଡିଲେ ପେମଣ୍ଟ ସର୍ଚାର୍ଜ ) ନିୟମ ଲାଗୁ କରି ପ୍ରତ୍ୟେକ ମାସ ମୂଳ ବକେୟା ବିଲ ରେ ସର୍ଚାର୍ଜ୍ ବିଲ ଦେଇ ଥାଏ ଯାହାକି ସେହି DPS ଫାଇନ ଟଙ୍କା ପ୍ରତ୍ୟେକ ମାସ ରେ ମୂଳ ବିଲ୍ ରେ ମିଶି ଥାଏ ଅର୍ଥାତ୍ ପ୍ରତ୍ୟେକ ମାସ ରେ ଚକ୍ରବୃଦ୍ଧି ହାର ରେ ବିଦ୍ୟୁତ୍ ବିଲ ଆଦାୟ କରାଯାଏ। ତଥାପି ଏହା ପ୍ରତି ଆମ ଟାଟା ପାୱାର ର ଗୁଲାମ ସରକାର କିମ୍ବା କୌଣସି ନେତା, ବିଦ୍ୟୁତ୍ ଉପଭୋକ୍ତା କିମ୍ବା ରାଜ ନୈତିକ ଦଳ ଆଜି ଯାଏଁ ମୁହଁ ଖୋଲି ନାହାନ୍ତି । ରାଷ୍ଟ୍ରପତି ମାତ୍ର 9 ମିନିଟ ଅନ୍ଧାର ରେ ଆଉ ବିଦ୍ୟୁତ୍ ଉପଭୋକ୍ତା ତ୍ ଦିନକୁ 12 ରୁ 16 ଘଣ୍ଟା ଅନ୍ଧାର ରେ ରହି ଚକ୍ରବୃଢି ହାର ରେ ବିଦ୍ୟୁତ୍ ବିଲ ଦିଅନ୍ତି । ଆମେ ବିଦ୍ୟୁତ୍ ଉପଭୋକ୍ତା କଣ ପଶୁ ରୁ ବି ହିନ । ଏହାର ଜବାବ ତ୍ ରାଜ୍ୟର ଶାସକ, ବିରୋଧୀ ଓ ରାଜନୈତିକ ଦଳ ଦେବା ଉଚିତ୍ ନଚେତ୍ ଭାବି ନେବୁ ଏମାନେ ବି ସମସ୍ତେ ଟାଟା ପାୱାର ର ଗୁଲାମ । ଯଦି ବାସ୍ତବରେ ଯଦି ରାଜ୍ୟ ସରକାର ସ୍ୱଚ୍ଛ ତେବେ ଟାଟା ପାୱାର ର ବିଦ୍ୟୁତ୍ ସର୍ଚାଜ ବା DPS ବନ୍ଦ କରି ମାସିକ ଚକ୍ରବୃଦ୍ଧି ହାର ରେ ବିଦ୍ୟୁତ୍ ବିଲ ଆଦାୟ ବନ୍ଦ କରି ରାଜ୍ୟର ସମସ୍ତ ବିଦ୍ୟୁତ୍ ଉପଭୋକ୍ତା ଙ୍କୁ ଲୁଟ ଓ ଆର୍ଥିକ ଶୋଷଣ ବନ୍ଦ କରନ୍ତୁ । ତେବେ ଟାଟା ପାୱାର ର 51 % ଭାଗିଦାରୀ ରେ ଚାଲିଥିବା ଏହି ସଂସ୍ଥା ଆଜି ରାଜ୍ୟର ବିଦ୍ୟୁତ୍ ଉପଭୋକ୍ତା ମାନଙ୍କ ପାଇଁ ଅନେକ ଚିନ୍ତା ବଢେଇ ଦେଇଛି । ଡିସେମ୍ବର 2021 ର ପୂର୍ବ ବିଲ ହଉ କି ଟାଟା ପାୱାର ଦାୟୀତ୍ବ ନେବା ପରବର୍ତ୍ତୀ ବିଲ ହଉ ସମସ୍ତ ବିଦ୍ୟୁତ୍ ବିଲ ଆଦାୟ ରେ ମୂଳ ବିଲ ସହିତ DPS ( ଡିଲେ ପେମଣ୍ଟ ସରଚାର୍ଜ ) ଦେବାକୁ ହୁଏ । ଯଦି ଉପୋଭକ୍ତା ତାହା ନ ଦିଅନ୍ତି ତେବେ ପରବର୍ତ୍ତୀ ମାସରେ ସେହି DPS ମୂଳ ବିଲ ରେ ମିଶି ମୂଳ ବିଦ୍ୟୁତ୍ ବିଲ ହୋଇ ଯାଏ। ଏହିପରି ମାସିକ ଚକ୍ର ବୃଦ୍ଧି ହାର ରେ ରାଜ୍ୟର ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ ଟାଟା ପାୱାର ରାଜ୍ୟ ସରକାରଙ୍କ ସହ ମିଶି ଲୁଟ କରୁଥିବା ଜଣା ପଡିଛି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କୁ ପଚାରିଲେ ଆମେ କଣ କରିବୁ ଯାହା କିଛି ହଉଛି ଭୁବନେଶ୍ଵର ହେଡ୍ କ୍ୱାର୍ଟର ରୁ ଆସୁଛି ବୋଲି ଉତ୍ତର ମିଳୁଛି । ବର୍ଷ କୁ ମୂଳ ବକେୟା ବିଦ୍ୟୁତ୍ ବିଲ ଚକ୍ର ବୃଦ୍ଧି ହାର ରେ ଦୁଇ ଗୁଣ ବଢିବା ପରେ ଉପଭୋକ୍ତା ଙ୍କୁ ଲଲିପପ୍ ଧରେଇ OTS ସ୍କିମ୍ ରେ ଏକ କାଳୀନ ବିଲ୍ ପୈଠ ରେ 30% ଛାଡ କରି ଦୟା କରିବା କେବଳ ଖାଉଟି ଙ୍କୁ ଶୋଷଣ ର ଏକ ନଗ୍ନ ରୂପ ଅଟେ । ଏହି DPS ଉଚ୍ଛେଦ ନ ହେଲେ ରାଜ୍ୟ ର କୌଣସି ବିଦ୍ୟୁତ୍ ଉପଭୋକ୍ତା ଙ୍କୁ ଟାଟା ପାୱାର ର ଲୁଟ୍ ରୁ ତ୍ରାହି ମିଳିବା ଅସମ୍ଭବ । ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ଲୁଟ୍ ପାଟ DPS ପ୍ରକ୍ରିୟା ରେ ବିଦ୍ୟୁତ୍ ଉପଭୋକ୍ତା ଙ୍କୁ ତ୍ରାହି ଦେବା ପାଇଁ ଦାବୀ ହେଉଛି।
Post a Comment