ଅବୈଧ ଚୋରା ଦେଶୀ ହାତ ରନ୍ଧା ମଦ ଚାଲାଣ କରିବା ବେଳେ ଜଣେ ଗିରଫ --85 ଲିଟର ବିଷାକ୍ତ ମଦ ଜବତ!!
ଭବାନୀ ପାଟଣ:----
( ତର୍ଜମା ନ୍ୟୂଜ )ଅ
ବୈଧ ଚୋରା ଦେଶୀ ହାତ ରନ୍ଧା ମଦ ଚାଲାଣ ବେଳେ ଅବକାରୀ ବିଭାଗ ସ୍ଵତନ୍ତ୍ର ସେଲ୍ କୁ ବଡଧରଣ ର ସଫଳତା ମିଳିଥିବା ଜଣା ପଡିଛି ।
କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁଣ୍ଡାବନ୍ଦ ଗ୍ରାମ ନିକଟରେ ଚୋରା ବିଷାକ୍ତ ହାତ ରନ୍ଧା ଦେଶୀ ମଦ ଅବୈଧ ଚାଲାଣ ଓ ବିକ୍ରି ସମୟ ରେ ଅବକାରୀ ବିଭାଗ ସ୍ଵତନ୍ତ୍ର ସେଲ୍ ଦ୍ଵାରା ଜଣ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣା ପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଭାଟି ମାଲିକ ରାକେଶ ସାହୁ ଙ୍କ ମଦ ଭାଟିର ପହିଲମାନ ବୈଦ୍ୟ ନାଥ ସାହୁ, କେସିଙ୍ଗା ବ୍ଲକ ଅନ୍ତର୍ଗତ କୁଣ୍ଢା ବନ୍ଧ ଗ୍ରାମ ରେ ନିୟମିତ ଅବୈଧ ଦେଶୀ ହାତ ରନ୍ଧା ମଦ ଆଣି ବିକ୍ରି କରିବା ସମୟ ରେ ଅବକାରୀ ବିଭାଗ ସ୍ଵତନ୍ତ୍ର ଭ୍ରାମ୍ୟମାନ ଟିମ୍ ଚଢାଉ କରି ଜବତ କରିଥିଲେ । ଭ୍ରାମ୍ୟମାଣ ସ୍ବତନ୍ତ୍ର ଅବକାରୀ ଦଳ ତରଫରୁ ଏହି ଚଢାଉ ବେଳେ 85 ଲିଟର ହାତ ରନ୍ଧା ଦେଶୀ ମଦ ସହ ଆସାମୀ ବୈଦ୍ୟନାଥ ସାହୁ ଙ୍କ ଠାରୁ ସ୍ଵତନ୍ତ୍ର ସେଲ୍ ଅବକାରୀ ବିଭାଗ ସବ ଇନ୍ସପେକ୍ଟର ଦିଲୀପ କିଣ୍ଡୋ, ଜବତ କରିବା ସହ ଆସାମୀ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି। ଏଠାରେ ସୂଚନା ଯୋଗ୍ୟ ଯେ, ଏହି ପରି ବିଷାକ୍ତ ହାତ ରନ୍ଧା ମଦ ଅବୈଧ ଚୋରା ଚାଲାଣ ଅଭିଯୋଗ ରେ ଆସାମୀ ବୈଦ୍ୟ ନାଥ ସାହୁ ପୂର୍ବରୁ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ଧରା ପଡ଼ି ଛଅ ମାସ କାଳ ଜେଲ ହାଜତ ରେ ରହିଥିବା ଜଣା ପଡ଼ିଛି ।
Post a Comment