//BREAKING//
Loading...

କେବଳ ଭୋଟ ଦେଲେ ଗଣତନ୍ତ୍ର ସୁଦୃଢ ହୁଏନାହିଁ(ଗଣତନ୍ତ୍ର ସୁରକ୍ଷା ଓ ନିର୍ବାଚନ ସଂସ୍କାର ସମର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ)

 କେବଳ ଭୋଟ ଦେଲେ ଗଣତନ୍ତ୍ର ସୁଦୃଢ ହୁଏନାହିଁ(ଗଣତନ୍ତ୍ର ସୁରକ୍ଷା ଓ ନିର୍ବାଚନ ସଂସ୍କାର ସମର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ)


ଭୁବନେଶ୍ୱର:--------

(  ତର୍ଜମା ବ୍ୟୁରୋ ନ୍ୟୁଜ )

ନିର୍ବାଚନ ଅବାଧ ଓ ନିରପେକ୍ଷ ସହ ଦୁର୍ନୀତି ମୁକ୍ତ ହେବା ଦରକାର ବୋଲି ଭାରତ ନିର୍ବାଚନ ଆୟୋଗର ପ୍ରାକ୍ତନ ମୁଖ୍ୟ ଉପଦେଷ୍ଟା ଡ଼, ଭଗବାନ ପ୍ରକାଶ ଆଜି ଭୁବନେଶ୍ୱର ଗୀତଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ଗଣତନ୍ତ୍ର ସୁରକ୍ଷା ଓ ନିର୍ବାଚନ ସଂସ୍କାର ସମ୍ପର୍କିତ ଆଲୋଚନା ଚକ୍ର ରେ ଯୋଗଦେଇ ମତବ୍ୟକ୍ତ କରିଥିଲେ।  ନିର୍ବାଚନ ଆଚାର ସଂହିତା କଡାକଡି ଲାଗୁ କରିବା, ନିର୍ବାଚନ ଆୟୋଗର ନିଯୁକ୍ତି ଓ କ୍ଷମତାର ସ୍ୱତନ୍ତ୍ରତା, ରାଜନୈତିକ ଦଳ ପାଣ୍ଠି ର ଅଡ଼ିଟ, ବିରୋଧୀ ଦଳ ନାମ ପରିବର୍ତ୍ତେ ବିକଳ୍ପ ଦଳ , ନିର୍ଦଳିୟ ଜାତୀୟ ସରକାର, ଆଦି ସଂସ୍କାର ଦିଗ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଲୋକନାୟକ ଜୟପ୍ରକାଶ ଅନ୍ତର୍ରାଷ୍ଟ୍ରୀୟ ଅଧ୍ୟୟନ ବିକାଶ କେନ୍ଦ୍ର, ନୂଆଦିଲ୍ଲୀ ପକ୍ଷରୁ ଆୟୋଜିତ, ବିକଳ୍ପ ଟ୍ରଷ୍ଟ ଓ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ମିଳିତ ସହଯୋଗରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକନାୟକ ଜୟପ୍ରକାଶ ଅନ୍ତର୍ରାଷ୍ଟ୍ରୀୟ ଅଧ୍ୟୟନ ବିକାଶ କେନ୍ଦ୍ର, ନୂଆଦିଲ୍ଲୀ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ବ୍ରଜ କିଶୋର ତ୍ରିପାଠୀ କହିଥିଲେ ୧୯୭୫ ମସିହା ଜରୁରୀକାଳୀନ ସମୟ ଭଳି ବର୍ତ୍ତମାନ ମଧ୍ୟ ଅଘୋଷିତ ଜରୁରୀ ପରିସ୍ଥିତି ମଧ୍ୟରେ ଦେଶର ଗଣତନ୍ତ୍ର ଓ ସମ୍ବିଧାନ ସୁରକ୍ଷିତ ନୁହେଁ । ଭୋଟ ଦେବାର ଅଧିକାର ଛଡା ବ୍ୟକ୍ତିର ସ୍ୱାଧୀନତା ଓ ସମାନତା ଅନ୍ୟ କ୍ଷେତ୍ରରେ ପରିଲ୍ଲିଖିତ ହେଉନାହିଁ । ବର୍ତ୍ତମାନ ନିର୍ବାଚନ ବ୍ୟବସ୍ଥା ମଧ୍ୟରେ ସାଧାରଣ ଯୋଗ୍ୟ ବ୍ୟକ୍ତିଟିଏ ନିର୍ବାଚନ ଲଢ଼ିବା ଅସମ୍ଭବ। ବ୍ୟକ୍ତିତ୍ବ ଅପେକ୍ଷା ଦଳୀୟ ନିର୍ବାଚନ ଚିହ୍ନର ଗୁରୁତ୍ୱ ଅଧିକ। ମୁକ୍ତ, ଚାପବିହୀନ ଓ ବ୍ୟୟବହୁଳହୀନ  ନିର୍ବାଚନ ସଂସ୍କାର ବ୍ୟବସ୍ଥା ଆଜି ଦିନର ଆହ୍ୱାନ ହେବା ଆବଶ୍ୟକ। ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ରବି ଦାସ କହିଥିଲେ  ନିର୍ବାଚନ କମିଶନ ସରକାରଙ୍କ ଚାପରୁ ମୁକ୍ତ ହୋଇ ସମ୍ବିଧାନ ପ୍ରଦତ୍ତ ନିୟମାନୁସାରେ କାର୍ଯ୍ୟ କରିବା ଉଚିତ ଯାହା ଟି.ଏନ. ଶେଷାନ ଉଦାହରଣ ସୃଷ୍ଟି କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମାନବାଧିକାର ପ୍ରବକ୍ତା ମନୋଜ ଜେନା ସ୍ଵାଗତ ଭାଷଣ ସହ ଆଲୋଚନା ଚକ୍ରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମର୍କରେ ବକ୍ତବ୍ୟ ରଖିବା ସହ ଆଜିର ନିର୍ବାଚନ ବ୍ୟବସ୍ଥାର ଆମୁଳଚୂଳ ପରିବର୍ତ୍ତନ ଉପରେ ଜୋର ଦେଇଥିଲେ । ରାଜନୈତିକ ଦଳକୁ ନିର୍ବାଚନ ପକ୍ରିୟାରୁ ଦୂରରେ ରଖି କେବଳ ନିର୍ବାଚନ ଆୟୋଗ ସରକାର ଖର୍ଚ୍ଚରେ ନିର୍ବାଚନ ପରିଚାଳନା କରାଇଲେ ନିର୍ବାଚନ ସ୍ୱଚ୍ଛ ଓ ଅବାଧ ହୋଇପାରିବ ବୋଲି ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତୀୟ କ୍ଷୁଦ୍ର ଓ ମଧ୍ୟମ ସମ୍ଵାଦ ପତ୍ର ର  ରାଷ୍ଟ୍ରୀୟ  ଅଧ୍ୟକ୍ଷ ରବି ରଥ , ପୂର୍ବତନ ବିଧାୟକ କିଶୋର ଦାଶ ପ୍ରମୁଖ ବକ୍ତବ୍ୟ ରଖିଥିଲେ !

ଜରୁରୀକାଳୀନ ସମୟରେ କାରାବରଣ କରିଥିବା ସମାଜବାଦୀ ନେତା ଚିତ୍ତରଞ୍ଜନ ମହାନ୍ତିଙ୍କୁ ତାଙ୍କର ଜୀବନବ୍ୟାପୀ ସଂଘର୍ଷ ଓ ସେବା ପାଇଁ ସଂମ୍ମାନୀତ କରାଯାଇଥିଲା । ଉଷାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe