କଲମପୁର ଅଞ୍ଚଳରେ ବେଧଡକ ଚାଲିଛି ଇଟା ଭାଟି, ପ୍ରଶାସନର ନିରବ ଦ୍ରଷ୍ଟା !!!
କଲମପୁର:----
( ତର୍ଜମା ନ୍ୟୁଜ। )
କଳାହାଣ୍ଡି ଜିଲ୍ଲା କଲମପୁର ତହସିଲ ଅଧିନସ୍ଥ ବିଭନ୍ନ ଆର୍.ଆଇ ସର୍କଲ ଅଞ୍ଚଳରେ ବେଧଡକ ମାଟିଇଟା ପ୍ରସ୍ତୁତି କାରଖାନା ଚାଲୁରହିଛି । ପ୍ରଶାସନ ଏହାକୁ ରୋକିବା ଦିଗରେ କୌଣସି ଠୋସ ପଦକ୍ଷେପ ଗ୍ରହଣ କରୁନଥିବାରୁ ଏହି ବେନିୟମ କାରବାର ତାର କାୟା ବିସ୍ତାର କରିବାରେ ଲାଗିଛି । ଅଞ୍ଚଳର ହାତୀ ନଦୀ ପୋଲ ଅଞ୍ଚଳରେ ଏହି କାରବାର ବହୁଳ ମାତ୍ରାରେ ଚାଲୁରହିଥିବା ବେଳେ ପ୍ରଶାସନ ବିପୁଳ ରାଜସ୍ବ ହରେଇବାରେ ଲାଗିଛି । ବଙ୍କାପଲା ରାଜସ୍ବ ଗ୍ରାମ ପଦରପଡ଼ା ଚଣ୍ଡୀ ମନ୍ଦିର ନିକଟରେ ଚାଲୁଥିବା ଇଟାଭାଟି କାରବାର ତାର ଜ୍ୱଳନ୍ତ ଉଦାହରଣ ମାତ୍ର । ପ୍ରଶାସନର କିଛି ତଳିଆ କର୍ମଚାରୀଙ୍କୁ ହାତବାରିଶି କରି କିଛି ଅସାଧୁ ବ୍ୟବସାୟୀ ଏହି ବେନିୟମ କାର୍ଯ୍ୟରେ ଲିପ୍ତ ରହିଥିବାରୁ କୌଣସି ପଦାଧିକାରୀ ଆବଶ୍ୟକ ପଦକ୍ଷେପ ନେଉନଥିବା ସାଧାରଣରେ ଅଭିଯୋଗ ହେଉଛି l ଏହି ପରି ବେଆଇନ ଇଟା ଭାଟି ଯୋଗୁଁ ପରିବେଶ ନଷ୍ଟ ହେବା ସହ ଅଞ୍ଚଳ ରେ ତାପ ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏ ସମ୍ପର୍କରେ ସ୍ଥାନୀୟ ସରକାରୀ କର୍ମଚାରୀ ଙ୍କୁ ଜଣାଇଲେ ମଧ୍ୟ କାହାର କୌଣସି ପ୍ରତିକ୍ରିୟା ନାହିଁ , ସମସ୍ତେ ନିରବ ଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳୁଛି। ଆଉ ଇଟା ଭାଟି ମାଲିକ ମାନେ "ତୁ ଗୁହାରି କରିବୁ ଯାହାକୁ ଆମେ ଘଇତା କରିଛୁ ତାହାକୁ" ନ୍ୟାୟ ରେ ବେଧଡକ ନିଜ ଅସାଧୁ ବ୍ୟବସାୟ କରି ଚାଲି ଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ବିହିତ କାର୍ଯ୍ୟାନଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି l
Post a Comment