//BREAKING//
Loading...

ମୟୂରଭଞ୍ଜରେ ଅନୁଷ୍ଠିତ ହେଲା ଏକ ଦିନିଆ "ବେଟି ବଚାଓ ବେଟି ପଢ଼ାଓ" କର୍ମଶାଳା !!!


 ମୟୂରଭଞ୍ଜରେ ଅନୁଷ୍ଠିତ ହେଲା ଏକ ଦିନିଆ "ବେଟି ବଚାଓ ବେଟି ପଢ଼ାଓ" କର୍ମଶାଳା !!!

ବାରିପଦା:-------

( ତର୍ଜମା ବ୍ୟୁରୋ ନ୍ୟୁଜ )

ଭାରତ ବର୍ଷ ର ହରିୟାଣା ରାଜ୍ୟରେ ଶିଶୁ କନ୍ୟାର ସଙ୍କଟମୟ ଆନୁପାତିକ ସ୍ଥିତି କୁ ଦୃଷ୍ଟିରେ ରଖି 2015 ମସିହା ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସୂତ୍ରପାତ ହୋଇଥିଲା ଯୋଜନା "ବେଟି ବଚାଅ ବେଟିପଢାଅ ।

ସମୟ କ୍ରମେ   ଅନ୍ୟାନ୍ୟ ରାଜ୍ୟ ର ସହଯୋଗ ରେ ଏହି ଯୋଜନା କୁ ଦେଶ ବ୍ୟାପି  ସମ୍ପ୍ରସାରଣ କରାଯାଇଥିଲା. ଏହି କ୍ରମରେ ଆଜି ପୂର୍ବାହ୍ନ ରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ମିଳିତ ଉଦ୍ୟମରେ  ପ୍ରୟାସ ହଲ  ଠାରେ "ବେଟି ବଚାଓ ବେଟି ପଢ଼ାଓ" ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ଭିନିତ୍ ଭରଦ୍ୱାଜ  ଏହି ଦିନିକିଆ ଜିଲ୍ଲା ସ୍ତରୀୟ କର୍ମଶାଳାକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନଙ୍କ ସହିତ ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରି ଏହି କାର୍ଯ୍ୟକ୍ରମ ର ଆଭିମୁଖ୍ୟ ବିଷୟରେ ଅବଗତ କରାଇବାକୁ ଯାଇ କହିଥିଲେ କି ଏହି ଯୋଜନା ର ମୁଖ୍ୟ ଉଦେଶ୍ୟ ହେଉଛି ପରିବାର ତଥା ସମାଜ ରେ ପ୍ରଚଳିତ ବିଭିନ୍ନ ପ୍ରକାର କୁସଂସ୍କାର ଏବଂ ବିକୃତ ମାନସିକତା କୁ ପରିହାର କରି ପୁଅ ଏବଂ ଝିଅ ମାନଙ୍କ ମଧ୍ୟରେ ଲିଙ୍ଗଗତ ବୈଷମ କୁ ଦୂର କରି ପ୍ରତ୍ୟେକ ଙ୍କୁ ସମାନ ଅଧିକାର ପ୍ରଦାନ କରିବା.ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ମୁଖ୍ୟତଃ ମହିଳା ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ମାନବ ସମ୍ବଳ ବିକାଶ ତିନି ବିଭାଗ ର ସମନ୍ୱୟ ରେ ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ରେ ତରାନ୍ୱିତ କରାଯାଉଛି ବୋଲି ଶ୍ରୀମତୀ ବିଶ୍ୱାଳ ପ୍ରକାଶ କରିଥିଲେ.

କାର୍ଯ୍ୟକ୍ରମରେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ କହିଥିଲେ ଯେ,                       

ମୟୂରଭଞ୍ଜର ଉନ୍ନତିରେ ଝିଅ ମାନଙ୍କର ଯୋଗଦାନକୁ ତ୍ୱରାନ୍ୱିତ କରିବାକୁ ଆହ୍ୱାନ ଦେଲେ ଜିଲ୍ଲାପାଳ  ଏବଂ 

"କେନ୍ଦ୍ର ସରକାରଙ୍କର ବେଟି ବଚାଓ ବେଟି ପଢ଼ାଓ ପଦକ୍ଷେପ ଏକ ବାସ୍ତବଧର୍ମୀ କାର୍ଯ୍ୟ, ଯାହା ଦ୍ୱାରା ଅନେକ ଝିଅ ମାନେ, ଯୋଉଁମାନଙ୍କର ପାଠପଢ଼ା ଅଧାରୁ ବନ୍ଦ ହୋଇଯାଉଥିଲା, ସେମାନେ ପାଠ ପଢୁଛନ୍ତି । ଯଦିଓ ମୟୁରଭଞ୍ଜ ଜିଲ୍ଲା, ଚାଇଲଡ ସେକ୍ସ ରେସିଓ ତୁଳନାରେ ଅନ୍ୟ ଜିଲ୍ଲା ମାନଙ୍କ ଠାରୁ ଆଗୁଆ ଅଛି, ଆମେ ଏହାକୁ ଆହୁରି ଭଲ କରିପାରିବା  ପ୍ରି-କନ୍ସେପ୍ଟ ଏବଂ ପ୍ରି-ନାଟାଲ୍ ଡାଇଗ୍ନୋଷ୍ଟିକ୍ ଟେକ୍ନୋଲୋଜି ଆକ୍ଟ ର ସାହାଯ୍ୟରେ ଆମେ ଭୃଣର ଲିଙ୍ଗ ନିରୂପଣ ତଥା କନ୍ୟା ଭୃଣ ହତ୍ୟା ଭଳି ଅବୈଧ କାର୍ଯ୍ୟକୁ ରୋକି ପାରିବା।"

"ମୁଁ ଆଶାକରୁଛି ଏହି ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସାଧାରଣଙ୍କୁ ଆମେ ଅଧିକରୁ ଅଧିକ ସଚେତନ କରାଇ ପରିବା ଏବଂ ଜନ ସଚେତନତା ମାଧ୍ୟମରେ ହିଁ ଆମେ ପୁଅ-ଝିଅ ମଧ୍ୟରେ ଥିବା  ଲିଙ୍ଗଗତ ପାର୍ଥକ୍ୟ ର ମାନସିକତା କୁ  ରୋକି ପରିବା । ଯେଉଁ କାମ ପୁଅ ମାନେ କରିପାରିବେ ସେ କାମ ଝିଅ ମାନେ ମଧ୍ୟ କରିପାରିବେ ଏବଂ ସମସ୍ତ ସ୍ତରରେ କରିପାରିବେ । ଏଣୁ ଏହି ବାର୍ତ୍ତା ସମସ୍ତଙ୍କୁ ଆମେ ଦେବା, ଯାହାଦ୍ୱାରା ଏହି ଲିଙ୍ଗଗତ ଭେଦଭାବ ସମ୍ପୂର୍ଣ୍ଣ ରୂପରେ ମୂଳପୋଛ ହୋଇଯିବ। ନାରୀ ଶିକ୍ଷା ଏବଂ ନାରୀ ସଶକ୍ତିକରଣ ଦ୍ୱାରା ହିଁ ଏହି ପାର୍ଥକ୍ୟ ଦୂରୀଭୁତ ହୋଇପାରିବ । ତେଣୁ ସମସ୍ତଙ୍କୁ ଏହି ବାର୍ତ୍ତାକୁ ପ୍ରଚାର କରିବା ପାଇଁ  ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ଏବଂ "ଆମ ଝିଅ ଆମ ସ୍ୱାଭିମାନ" ଧାରାରେ ମୟୂରଭଞ୍ଜର ଉନ୍ନତିରେ ଝିଅ ମାନଙ୍କର ଯୋଗଦାନକୁ ତ୍ୱରାନ୍ୱିତ କରିବାକୁ ପଡିବ ବୋଲି ସେ ପ୍ରକାଶ କରିଥିଲେ ।

ସେହିପରି ଅନ୍ୟତମ ଅତିଥି ଜିଲ୍ଲା ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା କହିଥିଲେ ଯେ ଏ ଦିଗରେ ଆମେ ସମସ୍ତେ ମିଶି ଏମିତି ଉଦ୍ୟମ କରିବା ଯେମିତି କି ଆଗାମୀ ସମୟ ରେ ଆଉ ଏପରି କାର୍ଯ୍ୟକ୍ରମ ଆୟୋଜନ ର ଆବଶ୍ୟକତା ପଡିବ ନାହିଁ.

ଏହି ଅବସର ରେ ଚଳିତ ବର୍ଷ ଜିଲ୍ଲlରେ ମାଟ୍ରିକ ପରୀକ୍ଷା ରେ ସର୍ବାଧିକ ନମ୍ବର ରଖି ଏ-୧ ରେ ଉତ୍ତୀର୍ଣ୍ଣ ହୋଇଥିବା ୧୨  ଜଣ ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ତଥା ନିମନ୍ତ୍ରିତ ଅତିଥି ମାନେ ପୁରସ୍କାର ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା ଜଣାଇ ଥିଲେ ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା   ଡ଼. ରୁପଭାନୁ ମିଶ୍ର,  ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ଚନ୍ଦ୍ର ଘଡ଼ାଇ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ, ମିସେସ ଶିବାନୀ, ଡି ଏସ୍ ପି, ଏଚ ଆର ପି ସି, ଶ୍ରୀମତୀ ସବିତା ମାଝୀ, ଏ ଡି ଏମ ଓ ଶ୍ରୀ ଜ୍ଞାନେନ୍ଦ୍ର ମହାନ୍ତି, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ମୋନାଲିସା ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ, ଅନନ୍ତ ପ୍ରସାଦ ସେଠୀ,ଜିଲ୍ଲା ସୂଚନା ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ,ବିଭିନ୍ନ ବ୍ଲକ ର ସି. ଡି. ପି. ଓ., ବି.ଇ. ଓ,ସ୍ବେଛାସେବୀ ଅନୁଷ୍ଠାନ ର ସଦସ୍ୟ ଉପସ୍ଥିତ ରହି ଝିଅ ମାନଙ୍କ ବିକାଶ ପାଇଁ ଉଦିଷ୍ଟ ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିବା ସହ "ବେଟି ବଚାଓ ବେଟି ପଢ଼ାଓ" ବାର୍ତ୍ତାକୁ ସମଗ୍ର ଜିଲ୍ଲାରେ ପ୍ରସାର କରି ଏହାର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରାଯିବା ନେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe