ଗ୍ରାହକ ସେବକେନ୍ଦ୍ର କରି ଲକ୍ଷ୍ୟାଧିକ ଟଙ୍କା ନେଇ ଚମ୍ପଟ !!!!
ଜୟପାଟଣା:-----
(ତର୍ଜମା ନ୍ୟୁଜ )
ଗ୍ରାହକ ସେବା କେନ୍ଦ୍ର କରି ଗାଁ ଲୋକଙ୍କ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିଛନ୍ତି ଗୋଟିଏ ପରିବାର । ଏଭଳି ଏକ ଘଟଣା ଘଟିଛି ।କଳାହାଣ୍ତି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମୋହନଗୁଡା ଗ୍ରାମରେ ଏକ ଗ୍ରାହକ ସେବାକେନ୍ଦ୍ର କରି ଲୋକଙ୍କଠୁ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ଗୋଟିଏ ପରିବାର । ଗାଁର ହରିଶଚନ୍ଦ୍ର ରାଉତ ଏବଂ ତାଙ୍କ ମାଆ ଶରସ ରାଉତଙ୍କ ସହ ଆଉ ଦୁଇ ମହିଳା ଅଲେରା ରାଉତ ଏବଂ ଲଲିତା ରାଉତ ମିଶି ଏଭଳି କାଣ୍ଡ ଘଟାଇ ଥିବା ନେଇ ଜୟପାଟଣା ଥାନାରେ ଧନ୍ମତି ଛତ୍ରିଆ ,କୁମୁଦିନୀ ଦାସ ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ସ୍ବୟଂ ସହାୟକ ଗୋଷ୍ଠିର ତଥା ଅନ୍ୟାନ୍ୟ ମହିଳା ମାନେ । ବାର୍ଦ୍ଧକ୍ୟ ଭତ୍ତା, କାଳିଆ ଟଙ୍କା ଠାରୁ ଆରମ୍ଭ କରି ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଠୁ ଫିଙ୍ଗର ସ୍କାନର ଜରିଆରେ ପଇସା ଠକିନେଇ ଯାଇଥିବା ଅଭିଯୋଗ କରିଛନ୍ତି । ପାଖାପାଖି 28 ଲକ୍ଷରୁ ଅଧିକ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ଏହି ପରିବାର । ଏନେଇ ଜୟପାଟଣା ଥାନା କେସ୍ ନଂ 0142 ରେ ଏକ ମାମଲା ରୁଜୁ କରି ଆଇପିସିର ଧାରା 420, 408, 34 ଭଳି ଦଫା ଲଗାଇ ତଦନ୍ତ ଅରମ୍ଭ କରିଛି ପୋଲିସ । ଅନ୍ୟପକ୍ଷେ ସ୍ବୟଂ ସହାୟକ ଗୋଷ୍ଠୀ ଉଠାଇଥିବା ଋଣ ଟଙ୍କା ଫେରାଇବା ପାଇଁ ଘର ଦାଣ୍ଡକୁ ଆସି କିଛି ଋଣ ଦେଇଥିବା ସଂସ୍ଥାର ଲୋକ ବସିପଡୁଛନ୍ତି । ସେପଟେ ସୋସିଆଲ ମିଡିଆରେ ଛଡା ହୋଇଥିବା ବିଜେଡି ନେତାଙ୍କ ସହ ହରିଶଚନ୍ଦ୍ର ରାଉତଙ୍କ ଫୋଟୋକୁ ନେଇ ବିଜେଡି ର ବଡ଼ ବଡ଼ ନେତା ମନ୍ତ୍ରୀ ମାନଙ୍କ ସହିତ ମିସି ସେମାନଙ୍କ ଲିଙ୍କ ଅଛି ବୋଲି ଜନସାଧାରଣ ରେ ଚର୍ଚ୍ଚା ର ବିଷୟ ପାଳିଟି ଥିବା ବେଳେ ପୋଲିସ ଘଟଣାର ତଦନ୍ତ ନିରପେକ୍ଷତାର ସହ କରିବ କି ନାହିଁ ନା ସବୁଦିନ ପାଇଁ ଚାପି ଦେଈ ରଖିଦେବ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗରିବ ଓ ଖଟିଖିଆଙ୍କ ପଇସା ନେଇ ଫେରାର ମାରିଥିବା ଅଭିଯୁକ୍ତ ମାନଙ୍କୁ ପୋଲିସ କେବେ ଧରିବ ଏବଂ ଗ୍ରାମବାସୀ କେବେ ତାଙ୍କ ପଇସା ଫେରି ପାଇବେ ତାହା ଦେଖିବାକୁ ବାକି ରହିଲା ।
Post a Comment