ପୂର୍ବତନ ଖେଳାଳି ଭାୟା ପଟେଲଙ୍କ ପରଲୋକ
ଜୟପାଟଣା:------
( ତର୍ଜମା ନ୍ୟୂଜ )
କଳାହାଣ୍ଡି ଜିଲ୍ଲାର ଜୟପାଟଣା ଅତୀତରେ ଫୁଟବଲ ଖେଳ ପାଇଁ ସର୍ବବିଦିତ ଥିଲା । କିଛି ଏପରି ଖେଳାଳି ଏହି ଅଞ୍ଚଳରେ ଥିଲେ ଯେଉଁମାନେ ରାଜ୍ୟ ସ୍ତରରେ ସୁନାମ ଅର୍ଜନ କରିଥିଲେ । ତନ୍ମଧ୍ୟରୁ ସୁରେଶ ପଟେଲ ଜଣେ ଏପରି ଖେଳାଳି ତାଙ୍କ ଖେଳ ପାଇଁ ପରବର୍ତ୍ତୀ ସମୟରେ ତାଙ୍କୁ ସମସ୍ତେ ଭାୟା ନାମରେ ଡାକିଥିଲେ । ଏହି ବରିଷ୍ଠ ଖେଳାଳୀଙ୍କର ଆଜି ପ୍ରାତଃରୁ ଜୟପାଟଣା ସ୍ଥିତ ବାସଗୃହରେ ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କଜ ୫୭ ବର୍ଷ ବୟସ ହୋଇଥିଲା । ସେ ସ୍ଥାନୀୟ ଉମାଶାଙ୍କର ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଫୁଟବଲ ଖେଳି ରାଜ୍ୟ ସ୍ତରରେ ଖେଳିବାର ଗୌରବ ଅର୍ଜ୍ଜନ କରିଥିଲେ । ଲେଫ୍ଟ ଆଉଟ ପୋଜିସନରେ ଖେଳି ପରଫେକ୍ଟ ମାଇନସ କିକ୍ ମାରିବାରେ ସେ ବେଶ ସୁନାମ ପାଇଥିଲେ । ତାଙ୍କର ବିୟୋଗରେ ଜୟପାଟଣା ବାସୀ ମର୍ମାହତ ହୋଇଛନ୍ତି । ତର୍ଜମା ପରିବାର ସ୍ବର୍ଗତ ଆତ୍ମା ଙ୍କ ସଦଗତି କାମନା କରୁଛି।
Post a Comment