//BREAKING//
Loading...

କଳାହାଣ୍ଡି ସାମ୍ବାଦିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ ଦଫା ଦାବି ପତ୍ର ପ୍ରଦାନ!??

 କଳାହାଣ୍ଡି ସାମ୍ବାଦିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ ଦଫା ଦାବି ପତ୍ର ପ୍ରଦାନ!??


ଭବାନୀ ପାଟଣା:-- ( ତର୍ଜମା ନ୍ୟୂଜ)       

 ରାଜ୍ୟ ସାମ୍ବାଦିକ ସଂଘ ର ଆହ୍ବାନ କ୍ରମେ କଳାହାଣ୍ଡି ସାମ୍ବାଦିକ ସଂଘ ତରଫରୁ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଗୁଡିକର ସମାଧାନ ପାଇଁ ୧୧ ଦଫା ଦାବି ପତ୍ର କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ ନାୟକ ଙ୍କୁ ଦାଖଲ କରାଯାଇଛି । ଜିଲ୍ଲା ସଭାପତି ମହମ୍ମଦ ଅଲ୍ଲୀ ଖାଁ, ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ ଏବଂ ରାଜ୍ୟ ଉପସଭାପତି ଦୁଷ୍ମନ୍ତ କୁମାର ପଣ୍ଡା,ସାମ୍ବାଦିକା ସ୍ନିଗଧା ରାଣୀସିଂହ, ସାମ୍ବାଦିକ ରଘୁମଣି ପୂଝାରି ଙ୍କ ନେତୃତ୍ବରେ ଜିଲ୍ଲାର ସମଗ୍ର ଅଞ୍ଚଳର ସାମ୍ବାଦିକ ମାନଙ୍କ ଉପସ୍ଥିତିରେ ଦାବିପତ୍ର ଦାଖଲ କରାଯାଇଛି ।  

ସାମ୍ବାଦିକ ସଂଘ ର ଦାବି ଗୁଡିକ ମଧ୍ୟରେ ମହାରାଷ୍ଟ ଓ ଛତିଶଗଡ଼ ଢାଂଚାରେ କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ନିମନ୍ତେ "ସାମ୍ବାଦିକ ସୁରକ୍ଷା ଆଇନ" ପ୍ରଣୟନ, ରାଜ୍ୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କ ପରିବାରକୁ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶି କୁ "୧୦ ଲକ୍ଷ ଟଙ୍କା" କୁ ବୃଦ୍ଧି, ଯେଉଁ ସାମ୍ବାଦିକ ମାନେ ୧୫ ବର୍ଷ ରୁ ଅଧିକ ଅବଧି ଧରି କାର୍ଯ୍ୟ କରିଛନ୍ତି ସେମାନେ ବିଭିନ୍ନ କାରଣରୁ କାମ କରିପାରୁ ନାହାନ୍ତି, ସେମାନଙ୍କୁ ଆଜୀବନ ସରକାର ଙ୍କ ସାମ୍ବାଦିକ କଲ୍ୟାଣ ଯୋଜନା ରେ ସାମିଲ କରାଯାଇ ସମସ୍ତ ସୁବିଧା ସୁଯୋଗ ଗୁଡିକ ପ୍ରଦାନ, ସାମ୍ବାଦିକଟିର ଅକାଳ ବିୟୋଗରେ ସହାୟତା ରାଶି କୁ ଅତି କମରେ "୨୫ ଲକ୍ଷ ଟଙ୍କା" କୁ ବୃଦ୍ଧି, ରାଜଧାନୀ ଭୁବନେଶ୍ୱର ଓ କଟକରେ ପ୍ରାୟ ସମସ୍ତ ମିଡ଼ିଆ ହାଉସ ଗୁଡ଼ିକ ସହିତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ମୁଖ୍ୟାଳୟ, ଶିକ୍ଷାନୁଷ୍ଠାନ, ଅତ୍ୟାଧୁନିକ ଚିକିତ୍ସା ସୁବିଧା ଥିବା ହସ୍ପପିଟାଲ ଗୁଡିକ ରହିଥିବା ରୁ ସେଠାରେ ସାମ୍ବାଦିକ ସପରିବାରଙ୍କର  ସାମୟିକ ରହଣୀ ନିମନ୍ତେ ଏକ ବହୁତଳ ବିଶିଷ୍ଟ "ସାମ୍ବାଦିକ ଅତିଥି ଭବନ" ନିର୍ମାଣ, କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଙ୍କୁ ଅତି କମରେ ମାସିକ "୧୫ ହଜାର ଟଙ୍କା ଭତ୍ତା" ଏବଂ ଅତି କମରେ ୧୫ ବର୍ଷ କାର୍ଯ୍ୟ କରି ଅବସର ନେଇଥିବା ସାମ୍ବାଦିକ ଙ୍କୁ ମାସିକ "୨୦ ହଜାର ଟଙ୍କା ପେନସନ" ପ୍ରଦାନ, ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ସବ-ଡିଭିଜନ, ପୌରାଞ୍ଚଳ ଏବଂ ବ୍ଲକ ସଦର ମହକୁମା ରେ  କମ୍ପ୍ୟୂଟର ଏବଂ ଇଣ୍ଟରନେଟ, ଅଡିଟୋରିୟମ  ସହିତ ଅନ୍ୟାନ୍ୟ ସୁବିଧା ଥାଇ "ସାମ୍ବାଦିକ ପ୍ରକୋଷ୍ଠ" ନିର୍ମାଣ, ଗତ ୫ ବର୍ଷ ଧରି ସରକାର ପ୍ରଦାନ କରି ଆସୁଥିବା ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଓ ସାମ୍ବାଦିକ କଲ୍ୟାଣ ଯୋଜନାର କୌଣସି ନିୟମ ପରିବର୍ତ୍ତନ ନକରି ( କେବଳ ମୂଲ୍ୟ ବୃଦ୍ଧି ବ୍ୟତୀତ ) ପୂର୍ବବତ ସେହି ଢାଂଚା କୁ ଅପରିବର୍ତ୍ତିତ ରଖାଜୀବା, ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନା ରୁ ବାଦ ପଡିଥିବା ଅନ୍ୟ ସମସ୍ତ ସାମ୍ବାଦିକ ମାନଙ୍କୁ ଏବଂ ଗଣମାଧ୍ୟମ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଓ କର୍ମଚାରୀ ତଥା ପଞ୍ଜୀକୃତ ସମସ୍ତ " news ପୋର୍ଟାଲ ସାମ୍ବାଦିକ" ମାନଙ୍କୁ ଉପରୋକ୍ତ ଯୋଜନାରେ ସାମିଲ କରାଯିବା, ରାଜ୍ୟରେ ପ୍ରେସ ଏକାଡେମୀ ଗଠନ ଏବଂ ମିଡ଼ିଆ ହାଉସ ସୁପାରିଶ ପରିବର୍ତ୍ତେ ସରକାର ଙ୍କ ତରଫରୁ ସିଧା ସଳଖ ସାମ୍ବାଦିକ କୁ ଅଧିସ୍ବୀକୃତି ପ୍ରଦାନ କରିବାର ବ୍ୟବସ୍ଥା ପ୍ରଚଳନ,  ଜିଲ୍ଲା,ସବ-ଡିଭିଜନ, ପୌରାଞ୍ଚଳ ଓ ବ୍ଲକ ସ୍ତରରେ ବିଭିନ୍ନ ସରକାରୀ କମିଟିରେ ଏକାଧିକ ସାମ୍ବାଦିକ ମାନଙ୍କୁ ସଭ୍ୟ ଭାବେ ନେବା ଭଳି ସାମ୍ବାଦିକ ମାନଙ୍କ ସାମୁହିକ କଲ୍ୟାଣ ନିମିତ୍ତ ଦାବି ଉପସ୍ଥାପନ କରାଯାଇଛି ।  ରାଜ୍ୟ ସାମ୍ବାଦିକ ସଂଘ ର ଆହ୍ବାନ କ୍ରମେ ସମଗ୍ର ରାଜ୍ୟରେ ସମସ୍ତ ଜିଲ୍ଲାରେ ଏହି ଦାବି ଉପସ୍ଥାପନ କରାଯାଇଥିବା ଜଣା ପଡିଛି । ସାମ୍ବାଦିକ ମାନଙ୍କ ଦାବୀ ପତ୍ର କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠେଇ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe