//BREAKING//
Loading...

କଳାହାଣ୍ଡିରେ ମନରେଗା ଯୋଜନାରେ କମ ଲୋକ କାମ କରିବାକୁ ଯିବା ଉଦବେଗଜନକ: ପି. ଏଚ. କୁରିଆନ

 କଳାହାଣ୍ଡିରେ ମନରେଗା ଯୋଜନାରେ କମ ଲୋକ କାମ କରିବାକୁ ଯିବା ଉଦବେଗଜନକ: ପି. ଏଚ. କୁରିଆନ


ଭବାନୀପାଟଣା,:----------------------

( ତର୍ଜମା ନ୍ୟୁଜ )

 କଳାହାଣ୍ଡି ଜିଲ୍ଲାରେ ୩ ଦଶନ୍ଧି ପୂର୍ବରୁ ସାକ୍ଷରତା ହାର ପ୍ରାୟ ୩୦% ଥିବାବେଳେ ବର୍ତ୍ତମାନ ୬୦%ରେ ପହଞ୍ଚିଛି । ମାତୃ ମୃତ୍ୟୁହାରରେ ମଧ୍ୟ ହ୍ରାସ ପାଇଛି କିନ୍ତୁ ଜିଲ୍ଲାରେ ମନରେଗା ଯୋଜନାରେ କମ ଲୋକ କାମ କରିବାକୁ ଯାଉଥିବା ଉଦବେଗଜନକ ଅଟେ । ଜିଲ୍ଲାରେ ୩ ଲକ୍ଷ ମନରେଗା କାର୍ଡ ପାଇଥିବାବେଳେ ଗତବର୍ଷ କେବଳ ୧୫ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଛି । ଲୋକେ କାମ କରିବାକୁ ନଯାଇ ଦାଦନ ଖଟିବାକୁ ଯିବା ଅତ୍ୟନ୍ତ ଉଦବେଗର ବିଷୟ ଅଟେ । କଳାହାଣ୍ଡି ଜିଲ୍ଲାରେ କଦଳୀ ଚାଷ ପାଇଁ ଅନୁକୂଳ ବାତାବରଣ ରହିଛି । ଆଜି ଜଳସେଚନ ଯୋଗୁଁ କୃଷିରେ ବ୍ୟାପକ ପରିବର୍ତ୍ତନ ହୋଇଛି ବୋଲି କେରଳ ରିଏଲଇଷ୍ଟେଟ ରେଗୁଲେଟେରୀ ଅଥରିଟି ଅଧ୍ୟକ୍ଷ ତଥା କଳାହାଣ୍ଡି ଜିଲ୍ଲାର ପୂର୍ବତନ ପିଡିଡିଆରଡିଏ ପି. ଏଚ. କୁରିଆନ ଆଜି ସମାଚାର ଜଷ୍ଟ କ୍ଲିକ ପକ୍ଷରୁ ଆୟୋଜିତ ଚାଲ ଦେଖମା ଆମର କଳାହାଣ୍ଡି ୱେବିନାର କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କହିଥିଲେ । ଏହି ଅବସରରେ ବେଙ୍ଗାଲୁରୁ ସ୍ଥିତ ଶ୍ରୀ ସତ୍ୟସାଇ ଇନ୍ସଷ୍ଟିଚ୍ୟୁଟ ଅଫ ହାୟର ଲରନିଙ୍ଗର ଆସୋସିଏଟ ପ୍ରଫେସର ଡ଼. ଅରୁଣ ବେହେରା କଳାହାଣ୍ଡି ଜିଲ୍ଲାରେ ଶିକ୍ଷାର ଆଖିଦୃଶିଆ ପରିବର୍ତ୍ତନ ପାଇଁ ସାମୁହିକ ପ୍ରଚେଷ୍ଟାର ଆବଶ୍ୟକତା ରହିଛି । ଶିକ୍ଷାରୁ ବଞ୍ଚିତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ସହାୟତା ଓ ମାର୍ଗଦର୍ଶନ କରିବା ଉପରେ ଗୁରୁତ୍ବ ଦେଲେ ଶିକ୍ଷାର ବାତାବରଣରେ ପରିବର୍ତ୍ତନ ଦେଖାଯିବ ବୋଲି କହିଥିଲେ । ବେଙ୍ଗାଲୁରୁସ୍ଥିତ ଡଚି ବ୍ୟାଙ୍କର ଉପସଭାପତି ରଶ୍ମୀ ରଞ୍ଜନ ପଣ୍ଡା ଶିକ୍ଷା ସହିତ ଛାତ୍ରର ଅର୍ନ୍ତନିହିତ ଗୁଣର ବିକାଶର ଆବଶ୍ୟକତା ରହିଛି । ଉଭୟ ପାଠ ଓ ଶାଠ ଉପରେ ଗୁରୁତ୍ବ ଦେଇ କ୍ୟାରିଅର ପାଇଁ ଦକ୍ଷତା ବିକାଶ କରିବା ପାଇଁ ଏକ ଫୋରମ ଜରିଆରେ ଆଗକୁ ନେବା ପାଇଁ ଗୁରୁତ୍ବ ଆରୋପ କରିଥିଲେ । ଫିଲ୍ମ ମେକର ସରୋଜ ମହାପାତ୍ର କଳାହାଣ୍ଡି କଳା ଓ କଳାକାର ପ୍ରତିଭାର ଅଭାବ ନାହିଁ । ସେମାନଙ୍କୁ ସୁଯୋଗ ମିଳିଲେ ନିଜର ପରାକାଷ୍ଠା ପ୍ରଦର୍ଶନ କରିପାରିବେ । କଳାହାଣ୍ଡିରୁ କଳାସଂସ୍କୃତି ଓ ପରମ୍ପରାକୁ ଅନୁକରଣ କରି ଅନ୍ୟମାନେ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି ବୋଲି କହିଥିଲେ । କଣ୍ଠଶିଳ୍ପୀ ଲିପ୍ସା ମହାରଣା କଳାହାଣ୍ଡିଆ ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଗତି ଗ୍ରୁପ ଅଫ ଇନ୍ସଷ୍ଟିଚ୍ୟୁସନ ନଲେଜ ପାର୍ଟନର ଥିଲେ । ଦେବେନ୍ଦ୍ର କୁମାର ବିଶି ଏହି କାର୍ଯ୍ୟକ୍ରମର ଉପସ୍ଥାପକ ଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶାଖାପାଟଣାସ୍ଥିତ ଏନଆରଡିସିର ସିନିଅର ରିଜ୍ୟୁନାଲ ମ୍ୟାନେଜର ଡ଼. ବିଜୟ କୁମାର ସାହୁ, ହୃଷିକେଶ ମିଶ୍ର, କର୍ତ୍ତବ୍ୟର ମୁଖ୍ୟ ଅଶୋକ ପଟ୍ଟନାୟକ, ଦୀଲ୍ଲି ବିଶ୍ବବିଦ୍ୟାଳୟର ଛାତ୍ର ଲୋକେଶ ଦୂର୍ଗା ପ୍ରମୁଖ ‌ଯୋଗ ଦେଇଥିଲେ

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe