*ପୁଣି ୧୪ ବର୍ଷୀୟା ନାବାଳିକା ୫ ମାସର ଗର୍ଭବତୀ*
*ଲଭ୍ - ସେକ୍ସ୍ - ଧୋକା*
କଲମ ପୂର:----
( ତର୍ଜମା ନ୍ୟୁଜ )
କଲମପୁର ଥାନା ଅଞ୍ଚଳରେ ଗତମାସ ଏକ ୧୫ ବର୍ଷୀୟା ନାବାଳିକା ଗର୍ଭବତୀ ଥିବା ଅଭିଯୋଗ କଲମପୁର ଥାନାରେ ହୋଇଥିଲା , ଅଭିଯୁକ୍ତ ଫେରାର ହୋଇଥିବାବେଳେ ଏପର୍ଯ୍ୟନ୍ତ ତାହାରି କୌଣସି ସନ୍ଧାନ ମିଳିପାରିନାହିଁ l ଅନ୍ୟପଟେ ପୀଡ଼ିତା ନାବାଳିକା ଏକ ଶିଶୁପୁତ୍ର କୁ ଜନ୍ମ ଦେଇ ନ୍ୟାୟ ଅପେକ୍ଷାରେ ନିଜ ବାପା ଘରେ ପଡ଼ି ରହିଛି l ଅଞ୍ଚଳରେ ଏ ଖବର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏହି ମାମଲା ନସରୁଣୁ ପୁଣି ଏକ ୧୪ ବର୍ଷୀୟା ଦଳିତ ନାବାଳିକା ୫ ମାସର ଗର୍ଭବତୀ ହୋଇଥିବା ମାମଲା ଥାନାରେ ପହଞ୍ଚିଛି l ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି କଲମପୁର ପୋଲିସ ତୁରନ୍ତ ଅଭିଯୁକ୍ତଙ୍କୁ ଆଣି ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ବେଳେ ପୀଡ଼ିତାକୁ ଡାକ୍ତରୀ ମାଇନା ପାଇଁ କଲମପୁର ଡାକ୍ତରଖାନାକୁ ପ୍ରେରଣ କରିଛି l ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଲୋକଲୋଚନକୁ ଆସୁଥିବାରୁ ଏଦିଗରେ ସାମାଜିକ ସଚେତନତା ସହ ପ୍ରଶାସନ ବିହିତ ବିହିତ ପଦକ୍ଷେପ ନେଲେ ଏଭଳି ଅସାମାଜିକ କାର୍ଯ୍ୟକଳାପକୁ ରୋକ୍ ଲଗାଯାଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି l
Post a Comment