//BREAKING//
Loading...

ନିର୍ମାଣର ମାସେରେ ଭୁଷୁଡିଲା ଯାତ୍ରୀ ପ୍ରତିକ୍ଷାଳୟ, ପାଞ୍ଚଲକ୍ଷ ଟଙ୍କା ପାଣିରେ ବୁଡିଲା !!!



 ନିର୍ମାଣର ମାସେରେ ଭୁଷୁଡିଲା ଯାତ୍ରୀ ପ୍ରତିକ୍ଷାଳୟ, ପାଞ୍ଚଲକ୍ଷ ଟଙ୍କା ପାଣିରେ ବୁଡିଲା !!!



ଥୁଆମୂଳ ରାମପୁର  (ତର୍ଜମା ନ୍ୟୁଜ ) ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରି ଲୋକଙ୍କ ବିକାଶ କରୁଛନ୍ତି। ସେହି ଜନହିତକର ଯୋଜନା ଗୁଡିକ କିପରି କାର୍ଯ୍ୟକାରୀ ହେଉଛି ସେ ଦିଗରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆନ୍ତରିକତାର ଅଭାବ ଯୋଗୁଁ  ରାଜକୋଷରୁ ବିପୁଳ ଅର୍ଥ ଶ୍ରାଦ୍ଧ ହୋଇଥିଲେ ବି ଲୋକେ ତାହାର ସୁଫଳ ପାଇପାରୁ ନାହାନ୍ତି, ଏଭଳି ଏକ ଜ୍ୱଳନ୍ତ ଉଦାହରଣ ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ମାଲିଗାଁ ପଞ୍ଚାୟତ ସଦର ମହକୁମା ଛକ ଠାରେ ହୋଇଥିବା ନବ ନିର୍ମିତ ଯାତ୍ରୀ ପ୍ରତିକ୍ଷାଳୟ ଭୁସୁଡ଼ିବା  ଘଟଣା  କଳାହାଣ୍ଡି ଆଇଟିଡିଏ ସଂସ୍ଥାର କଳାକାରନାମା ଜଣା ପଡିଛି, ତେବେ ଦୋଷ କାହାର ଭୋଗିବ କିଏ ?   ଆଦିବାସୀ ଅଧ୍ୟୁଷିତ  ଅଞ୍ଚଳ ର  ବିକାଶ ପାଇଁ  ସରକାର  କୋଟି କୋଟି ଟଙ୍କା  ବିନିଯୋଗ  କରୁଥିଲେ  ସୁଦ୍ଧା ସରକାରୀ କର୍ମଚାରୀ, ଅସାଧୁ ଠିକାଦାର ମିଳିତ ଭାବେ ଲୁଟେରା ସାଜି ବିକାଶ ଅଧୁଆଳରେ ଲୁଣ୍ଠନ  କରି ଚାଲି ଛନ୍ତି।ଦୁର ଦୁରାନ୍ତରୁ ଆସିଥିବା ଯାତ୍ରୀ ମାନଙ୍କ ବିଶ୍ରାମ ନିମନ୍ତେ ଏଠାରେ କଳାହାଣ୍ଡି ସମ୍ମାନୀତ ଆଦିବାସୀ ଉନ୍ନୟନ ସଂସ୍ଥା ୪ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟ ଅଟକଳରେ ଚଳିତ ମାସରେ  ନିର୍ମାଣ କାର୍ଯ୍ୟ ସାରି ଲୋକାର୍ପିତ କରିଥିଲେ । ଏବେ ସେହି ନବ ନିର୍ମିତ ପ୍ରତିକ୍ଷାଳୟ ଭାଙ୍ଗି ଚୁରମାର ହୋଇ ମାଟିରେ ମିଶି ଯାଇଛି। ଏଥିପାଇଁ କିଏ ଦାୟୀ ତାହା ଏଠାରେ ବଡ ପ୍ରଶ୍ନ ବାଚି ସୃଷ୍ଟି କରିଛି। କାହିଁକି ଏପରି ଘଟିଲା ତାହା ନେଇ କାହା ପାଖରେ ଉତ୍ତର ନାହିଁ, ସୂଚନା ଯେ ଉତ୍କଳ ଆଲୁମିନା କମ୍ପାନୀର ଡିପିଏମ ଟଙ୍କାରେ ଏହି ବ୍ଳକ ଅଞ୍ଚଳର ବିଭିନ୍ନ ସ୍ଥାନରେ ୨୧ ଗୋଟି ଯାତ୍ରୀ ପ୍ରତିକ୍ଷାଳୟ ନିର୍ମାଣ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ମାଲିଗାଁ ପ୍ରତିକ୍ଷାଳୟ ସେଥି ମଧ୍ୟରୁ ଅନ୍ୟତମ ।ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇ ନ ଥିବା ବେଳେ ତଦାରଖ ଯନ୍ତ୍ରୀ ଆମେ କାମ କରିବାକୁ କହିନାହୁଁ,ଲେ ଆଉଟ ମଧ୍ୟ ଦେଇ ନାହୁଁ,ବିଲମଧ୍ୟ ହୋଇ ନଥିବା ପ୍ରକାଶ କରିଛନ୍ତି, ତେବେ ଏତେ ବଡ କାମ ସମ୍ଭବ ହେଲା କିପରି,ନା ଧରା ପଡିଗଲା ପରେ ସେଠାରୁ ବର୍ତ୍ତିବା ପାଇଁ ଏପରି ବାଚଲାମି କରୁଛନ୍ତି, ତାହାହିଁ ତଦନ୍ତ ସାପେକ୍ଷ । ତେବେ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଅନେକ ଗୁମର ଫିଟିବ ବୋଲି ଆଲୋଚନା ହେଉଛି।  







Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe